ଡାହା ମିଛ କହିବା ଓ ଚାଲାକିରେ ନବୀନ ଓସ୍ତାଦ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଡାହା ମିଛ କହିବା ଓ ଚାଲାକିରେ ନବୀନ ଓସ୍ତାଦ: କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ଝଡବାତ୍ୟା ‘ତିତଲି’ ସମୟରେ ଓଡ଼ିଶା ସରକାର ନିଜ ଦାୟିତ୍ୱ ଭୁଲିଯିବାରୁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲା।ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ ବା ଶୂନ୍ ମୃତ୍ୟୁ ପ୍ରଚାରକୁ ନେଇ ଏଭଳି ପାଗଳ ଥିଲେ ଯେ ୪ ଦିନ ପର୍ଯ୍ୟନ୍ତ ବାତ୍ୟା ଓ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ସାଧାରଣରେ ପ୍ରକାଶ କଲେନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ବାତ୍ୟାଞ୍ଚଳ ବୁଲି ଦେଖିବାପରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡାହା ମିଛ କହିବା ଏବଂ ଚାଲାକି କରି ନାନା ଘୋଷଣା କରିବାରେ ନବୀନ ପଟ୍ଟନାୟକ ଓସ୍ତାଦ୍। ଗଜପତି ଜିଲ୍ଲାର ବାରଘର ଗ୍ରାମରେ ୧୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରାଜ୍ୟ ସରକାର ଉକ୍ତ ଗ୍ରାମ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଥିବା ଏବଂ ସେଠାକୁ ଗମନାଗମନ ସୁବିଧା ନଥବା ଦର୍ଶାଇ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଉଦ୍ୟମ କରୁଛନ୍ତି। ରାଜ୍ୟବାସୀଙ୍କୁ ସ୍ମରଣ କରାଇଦେଇ ଶ୍ରୀ ସିଂହ କହିଛନ୍ତି ଯେ, ୨୦୧୬ରେ ନଗଡ଼ାରେ ପୁଷ୍ଟିହୀନତା ଜନିତ ମୃତ୍ୟୁ ଘଟଣା ପରେ ନବୀନ ବାବୁ କହିଥିଲେ- ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ସବୁଦିନିଆ ରାସ୍ତା ନିର୍ମାଣ କରିବେ। ସେଥିପାଇଁ ସରକାର ୧୫୦ଟି ଗାଁକୁ ମଧ୍ୟ ଚିହ୍ନଟ କରିଥିଲେ। ଇତିମଧ୍ୟରେ ଦୁଇବର୍ଷରୁ ଅଧିକ ସମୟ ଅତିବାହିତ ହୋଇଗଲାଣି। ନବୀନ ପଟ୍ଟନାୟକ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିଥିଲେ, ୧୮ଜଣ ଆଦିବାସୀଙ୍କ ଜୀବନ ସୁରକ୍ଷିତ ରହିପାରିଥାନ୍ତା ବୋଲି ଶ୍ରୀ ସିଂହ କହିଛନ୍ତି।

ସେହିପରି ବାତ୍ୟା ପ୍ରସ୍ତୁତିବେଳେ ଗୋଟିଏ ହେଲେ ଜୀବନ ହାନି ଘଟାଇବାକୁ ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କେବଳ ଗଣମାଧ୍ୟମରେ ପ୍ରଚାର କରାଯାଇଥିଲା। ତେବେ ନବୀନ ପଟ୍ଟନାୟକ ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ବାତ୍ୟା ଓ ବର୍ଷାରେ ୭୦ରୁ ଅଧିକ ଲୋକଙ୍କ ଶବ ଉଦ୍ଧାର ହୋଇଥିଲେ ସୁଦ୍ଧା ସରକାରୀ ମୃତ୍ୟୁସଂଖ୍ୟା ଏବେ ମାତ୍ର ୬୧ରେ ସୀମିତ ରହିଛି। ରାଜ୍ୟ ସରକାର ଭାରତୀୟ ପାଣିପାଗ ବିଭାଗର ପୂର୍ବ ସତର୍କ ସୂଚନାକୁ ଗୁରୁତ୍ୱର ସହିତ ଗ୍ରହଣ କରି ତାହାର ଆଧାରରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ସ୍ଥାନୀୟ ସ୍ତରରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲେ ଏଭଳି ମୃତାହତ ଘଟଣାକୁ ରୋକାଯାଇ ପାରିଥାନ୍ତା। ସମୁଦାୟ ପ୍ରଶାସନ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଥିବା ଜିଲ୍ଲା ଗଞ୍ଜାମ ଉପରେ ଦୃଷ୍ଟିନିବଦ୍ଧ କଲା। ବାତ୍ୟା ‘ତିତ୍ଲି’ ସ୍ଥଳଭାଗକୁ ପ୍ରବେଶ କରିବା ଦିନ ଏସଆରସିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରୁ ଏହି ଅଭିଯୋଗ ସତ ପ୍ରମାଣିତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବରେ ଦର୍ଶାଯାଇଥିଲା ଯେ, ତିତଲି ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଫୁଲବାଣୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ବାତ୍ୟା ପରବର୍ତ୍ତୀ ସମୟରେ ଅତିପ୍ରବଳ ବର୍ଷା ହେବା ଆଶା କରାଯାଉନଥିଲା ବୋଲି ସରକାର ଯାହା ପ୍ରମାଣିତ କରିବାକୁ ଚାହୁଁଛନ୍ତି, ତାହା ଡାହା ମିଛ ବୋଲି ପ୍ରମାଣିତ ହେଉଛି। ଗଣମାଧ୍ୟମ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସରକାରୀ ସଂସ୍ଥାଗୁଡିକ ରିଲିଫ ପରିଚାଳନା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ତୁରନ୍ତ ପୁନର୍ଗଠନ କାର୍ଯ୍ୟ ହାତକୁ ନେବାରେ ଶୋଚନୀୟ ଭାବେ ବିଫଳ ହୋଇଛନ୍ତି। ଏହାବ୍ୟତୀତ ପ୍ରଭାବିତ ଅଂଚଳରେ ରିଲିଫ ଏବଂ ପୁନର୍ବାସ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ତାହାକୁ ଶ୍ରୀ ସିଂହ ସମାଲୋଚନା କରିଛନ୍ତି।

ଏହି ସାମ୍ବାଦିକ ସମିଳନୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ଯୁଗ୍ମ ସଂପାଦକ ଅନିଲ୍ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।

 



from Odisha Reporter https://ift.tt/2R5wkk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages