ଇନ୍ଦିରାଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଛରେ କିଏ ଥିଲା ମାଷ୍ଟର ମାଇଣ୍ଡ୍‌ ? ଡିଲ୍‌ କେତେ ଲକ୍ଷ ଟଙ୍କା ଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଇନ୍ଦିରାଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଛରେ କିଏ ଥିଲା ମାଷ୍ଟର ମାଇଣ୍ଡ୍‌ ? ଡିଲ୍‌ କେତେ ଲକ୍ଷ ଟଙ୍କା ଥିଲା

ନୂଆଦିଲ୍ଲୀ : ୩୧ ଅକ୍ଟୋବର ୧୯୮୩ । ଏହି ଦିନର ସକାଳ ଥିଲା ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପାଇଁ ଜୀବନର ଅନ୍ତିମ ସକାଳ। ଦେଶର ଏହି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଥିଲା। ଆଉ ହତ୍ୟାକାରୀ ଥିଲେ ଖୋଦ୍‌ ଇନ୍ଦିରାଙ୍କ ଅଙ୍ଗରକ୍ଷକ। ଏହି ଅଙ୍ଗରକ୍ଷକଙ୍କ ବନ୍ଧୁକରୁ ବାହାରିଥିବା ୩୦ ଗୁଳି ଇନ୍ଦିରାଙ୍କ ଶରୀରକୁ ଖିନ୍‌ଭିନ୍‌ କରିଦେଇଥିଲେ। ହତ୍ୟାକାରୀ ବାହାର ଲୋକ ନ ଥିଲେ, କିନ୍ତୁ ହତ୍ୟାର ଷଡ଼ଯନ୍ତ ବାହାର ଲୋକଙ୍କର ହିଁ ଥିଲା।

ସେଦିନ ସମୟ ଥିଲା ସକାଳ ୯ଟା। ଇନ୍ଦିରା ଗାନ୍ଧି ବିବସିର ଏକ ଟିଭି ଇଣ୍ଟର୍ଭ୍ୟୁ ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଇଣ୍ଟରଭ୍ୟୁ ଟାଇମ୍‌ରେ ଟିକେ ଡେରି ହୋଇଥିଲା। ୯ଟା ୫ ମିନିଟ୍‌ରେ ଇନ୍ଦିରା ଗାନ୍ଧି ତାଙ୍କ ରାଜନୈତିକ ସଚିବ ଆରକେ ଧାୱନଙ୍କୁ ଏହି ବିଳମ୍ବ ସମ୍ପର୍କରେ ପଚାରିଥିଲେ ଏବଂ ତତ୍‌କ୍ଷଣାତ୍‌ ନିଜ ୧ ସଫଦରଜଙ୍ଗ୍‌ ରୋଡ୍‌ ବାସଭବନରୁ ଇଣ୍ଟର୍ଭ୍ୟୁ ପାଇଁ ବାହାରିପଡ଼ିଲେ।

ସେତେବେଳ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷକ ଭାବେ ଇନ୍ଦିରାଙ୍କ ବାସଭବନରେ ଥିଲେ ବିଅନ୍ତ ସିଂହ୍‌। ବିଅନ୍ତଙ୍କ ପାଖରେ ଜର୍ମାନୀରେ ତିଆରି ଅତ୍ୟାଧୁନିକ ବନ୍ଧୁକ ଥିଲା। ବିଅନ୍ତଙ୍କ ସହଯୋଗୀ ଭାବେ ଅନ୍ୟଜଣେ ବନ୍ଧୁକଧାରୀ ସତୱନ୍ତ ସିଂହ ମଧ୍ୟ ସେଠାରେ ଥିଲେ। ଏହି ରକ୍ଷକମାନେ ହିଁ ଭକ୍ଷକ ହେବାକୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଇନ୍ଦିରା ଆସିବା କ୍ଷଣି ବିଅନ୍ତ ସତୱନ୍ତଙ୍କୁ ସତର୍କ କରି ଦେଇଥିଲେ। ତେବେ ନିଜ ବଙ୍ଗଳାର ଗେଟ୍‌ ଛୁଇଁବା ଆଗରୁ ହିଁ ପ୍ରଥମେ ବିଅନ୍ତ ସିଂହ ଓ ପରେ ସତୱନ୍ତ ସିଂହ ଇନ୍ଦିରାଙ୍କ ଉପରେ ଗୁଳି ବର୍ଷଣ କରିଥିଲେ। ପ୍ରାୟ ୨୫ ମିନିଟ୍  ଭିତରେ ୩୦ଟି ଗୁଳି ଇନ୍ଦିରାଙ୍କ ଶରୀର ବିଦ୍ଧ କରିଦେଲା।

ପ୍ରଥମେ ଇନ୍ଦିରା ବିଅନ୍ତଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ ।କିନ୍ତୁ ସେତେବେଳକୁ ବହୁତ୍‌ ଡେରି ହୋଇ ଯାଇଥିଲା। ଆଉ ଗୁଳିମାଡ଼ର ଏହି ଭୟଙ୍କର ଶବ୍ଦ ଶୁଣି ଭିତରେ ଥିବା ବୋହୂ ସୋନିଆ ଗାନ୍ଧି ବାହାକୁ ଆସି ଯାଇଥିଲେ। ସେତେବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଇନ୍ଦିରା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆମ୍ବୁଲାନ୍ସ ବି ଥିଲା। କିନ୍ତୁ ଏକ ଆମ୍ବାସାଡର କାରରେ ଇନ୍ଦିରାଙ୍କୁ ଦିଲ୍ଲୀ ଏମ୍‌ସକୁ ନିଆଯାଇଥିଲା। ଆଉ ଦ୍ୱିପ୍ରହର ବେଳକୁ ସମଗ୍ର ଦେଶକୁ ଦୋହଲାଇ ଦେଲା ଭଳି ଖବର ଆସିଥିଲା। ଏହି ଦାରୁଣ ଖବରଟି ଥିଲା, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଆଉ ନାହାନ୍ତି। ତାଙ୍କର ଦେହାନ୍ତ ହୋଇ ଯାଇଛି।

କିଏ ଥିଲେ ମାଷ୍ଟର ମାଇଣ୍ଡ୍‌ ?

ଅଙ୍ଗରକ୍ଷକ ବିଅନ୍ତ ଓ ସତୱନ୍ତ ସିନା ଗୁଳି ମାଡ଼ କରି ଇନ୍ଦିରାଙ୍କୁ ହତ୍ୟା କରିଥିଲେ, କିନ୍ତୁ ପ୍ରଶ୍ନ ଉଠୁଛି ଏଭଳି ହତ୍ୟା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ପଛରେ ପ୍ରକୃତ ମାଷ୍ଟର ମାଇଣ୍ଡ କିଏ ଥିଲେ ? ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୩୦ ଅକ୍ଟୋବର ୧୯୮୪ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୁବନେଶ୍ୱରରେ ଆୟୋଜିତ ଏକ ରାଲିରେ ଯୋଗଦେଇ ନିଜ ଜୀବନର ଶେଷ ଭାଷଣ ଦେଇଥିଲେ। ସେହି ଶେଷ ଭାଷଣରେ ଇନ୍ଦିରା କହିଥିଲେ ଯେ, ଯେତେବେଳେ ତାଙ୍କ ଜୀବନ ଚାଲିଯିବ, ତାଙ୍କର ପ୍ରତିଟି ରକ୍ତବିନ୍ଦୁ ଭାରତକୁ ଜୀବିତ ରଖିବ।

ବୋଧହୁଏ ନିଜ ମୃତ୍ୟୁର ପୂର୍ବାଭାଷ ଇନ୍ଦିରା ପାଇଥିଲେ। ଅବଶ୍ୟ ଇନ୍ଦିରା ଗାନ୍ଧି ଏହା ଜାଣିଥିଲେ, ଅପରେସନ୍‌ ‘ବ୍ଲୁ-ଷ୍ଟାର୍‌’ ଭଳି କଠୋର ନିଷ୍ପତ୍ତି ତାଙ୍କ ପାଇଁ ବିପଦ ହୋଇପାରେ। କିନ୍ତୁ ସେ ଏକଥା ବି ଜାଣିଥିଲେ ଯେ ଦେଶର ଏକତା ପାଇଁ ଏହି କଠୋର ନିଷ୍ପତ୍ତି ଜରୁରୀ ଥିଲା। ଇନ୍ଦିରାଙ୍କୁ ହତ୍ୟା ପାଇଁ ହେଉଥିବା ଷଡ଼ଯନ୍ତ୍ର ବାବଦରେ ଗୋଇନ୍ଦା ବିଭାଗ ପାଖରେ ମଧ୍ୟ ପୂର୍ବରୁ ସୂଚନା ଥିଲା। ଏହି ସୂଚନା ଅନୁସାରେ, ଇନ୍ଦିରା ଗାନ୍ଧିଙ୍କ ସୁରକ୍ଷା ଦାଯିତ୍ୱରେ ଶିଖ୍‌ କର୍ମଚାରୀଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ନିଜ ସୁରକ୍ଷାକର୍ମୀଙ୍କ ଉପରେ ଅଗାଧ ଓ ଦୃଢ଼ ବିଶ୍ୱାସ ଥିବାରୁ ଏଭଳି ନିଷ୍ପତ୍ତିରେ ଅରାଜି ହୋଇଥିଲେ ଇନ୍ଦିରା। ତେଣୁ ସେହି ଶିଖ ସୁରକ୍ଷା କର୍ମୀଙ୍କୁ ନହଟାଇବା ପାଇଁ ଇନ୍ଦିରା ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି ନିର୍ଣ୍ଣୟ ହିଁ ଇନ୍ଦିରାଙ୍କ ମୃତ୍ୟୁର ନିର୍ଣ୍ଣାୟକ କାରଣ ସାଜିଥିଲା। ଆଉ ଶେଷରେ ସେୟା ହିଁ ହୋଇଥିଲା, ଯାହାକୁ ଭୟ ଥିଲା।

ତେବେ ଇନ୍ଦିରାଙ୍କୁ ଗୁଳି ମାଡ଼ କରିବା ପରେ ଉଭୟ ହତ୍ୟାକାରୀ ସେଠାରୁ ଖସିଯିବା ପାଇଁ ଚେଷ୍ଟା କରି ନ ଥିଲେ। ହତ୍ୟା ପରେ ଉଭୟ ବନ୍ଧୁକକୁ ତଳେ ଥୋଇ ଦେଇଥିଲେ। ବିଅନ୍ତ ସିଂ କହିଥିଲେ, “ଆମେ ଯାହା କରିବା କଥା କଲୁ, ଏବେ ଆପଣ ଯାହା କରିବା କଥା କରନ୍ତୁ।“ ପରେ ଉଭୟଙ୍କୁ ଗାର୍ଡ଼ ରୁମରେ ବସାଇ ଦିଆଯାଥିଲା। ହେଲେ ସେଠାରେ ଅନ୍ୟ ସୁରକ୍ଷା କର୍ମୀମାନେ ଗୁଳି କରି ବିଅନ୍ତ ସିଂଙ୍କୁ ହତ୍ୟା କରି ଦେଇଥିଲେ।

ବିଅନ୍ତଙ୍କ ମୃତ୍ୟୁ ପରେ ହତ୍ୟାକାଣ୍ଡର ସୂତ୍ର ତଦନ୍ତ ଅଧିକାରୀଙ୍କ ହାତଛଡ଼ା ହୋଇଗଲା ବୋଲି  ସନ୍ଦେହ କରାଯାଉଥିଲା। କିନ୍ତୁ ସତୱନ୍ତ ସିଂଙ୍କୁ ଜେରା ପରେ ଷଡ଼ଯନ୍ତ୍ରର ସୂତ୍ରଧର ସାମ୍ନାକୁ ଆସିଥିଲା। ଆଉ ସେହି ଖଳନାୟକ ଥିଲା ସିଭିଲ ଆଭିଏସନ୍‌ସର କର୍ମଚାରୀ କେହର ସିଂ।

ଷଡ଼ଯନ୍ତ୍ରର ସୂତ୍ରଧର କେହର ସିଂହ ଏବଂ ଇନ୍ଦିରାଙ୍କ ହତ୍ୟାକାରୀ ବିଅନ୍ତ ସିଂହ ଦୁଇ ଜଣ ଗୋଟିଏ ଗାଁର ଥିଲେ। ଏହି ଦୁଇଜଣ ଇନ୍ଦିରା ଗାନ୍ଧିଙ୍କ ସୁରକ୍ଷାରେ ମୁତୟନ ଥିବା ବାକି ଶିଖ୍ ସୁରକ୍ଷାକର୍ମୀଙ୍କୁ ସେମାନଙ୍କ ମିଶନ୍‌ରେ ସାମିଲ କରିଥିଲେ। କେହର, ବିଅନ୍ତ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ବଲବୀର ସିଂହ ଇନ୍ଦିରାଙ୍କ ହତ୍ୟା ପାଇଁ ପ୍ରଥମେ ୧୫ ଅଗଷ୍ଟକୁ ବାଛିଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଲାଲକିଲ୍ଲାରେ ଭାଷଣ ଦେଇଥା’ନ୍ତେ, ଠିକ୍‌ ସେହି ସମୟରେ ତାଙ୍କୁ ହତ୍ୟା କରାଯାଇଥା’ନ୍ତା।

କିନ୍ତୁ ୧୫ ଅଗଷ୍ଟ ଦିନ ଇନ୍ଦିରାଙ୍କ ଲାଲକିଲ୍ଲା ଯିବା ରୁଟ୍‌କୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରି ଦିଆଯିବାରୁ ଏହି ଷଡ଼ଯନ୍ତ୍ର ପଣ୍ଡ ହୋଇ ଯାଇଥିଲା। ପରେ ଡିଲ୍‌ରେ ଏପଟ ସେପଟ ହେବାରୁ ବଲବୀର ସିଂହ ଏହି ଷଡ଼ଯନ୍ତ୍ରରୁ ଓହରି ଯାଇଥିଲା।  ଏଣୁ ବିଅନ୍ତ ହତ୍ୟା ପାଇଁ ନୁଆ ସାଥୀ ଖୋଜି ଥିଲା। ଦିଲ୍ଲୀ ପୁଲିସର କନଷ୍ଟେବଲ ଥିବା ସତୱନ୍ତ ସିଂହକୁ ଭେଟିବା ପରେ ବିଅନ୍ତକୁ ତା’ର ସହଯୋଗୀ ମିଳି ଯାଇଥିଲା। ସତୱନ୍ତ ସିଂହଙ୍କୁ ଅମ୍ରିତ୍‌ସର ନେଇ ବ୍ଲୁ-ଷ୍ଟାର୍‌ ଅପରେସନ୍‌ର ଘଟଣାବଳୀ ଏବଂ ଏହାର ପ୍ରତିଶୋଧ ନେବାର ଯୋଜନା ସମ୍ପର୍କରେ ବ୍ରେନ୍‌ୱାଶ୍‌ କରିଥିଲା କେହର ସିଂ। ଶେଷରେ ଇନ୍ଦିରାଙ୍କୁ ହତ୍ୟା ପାଇଁ ରାଜି ହୋଇଯାଇଥିଲା ସତୱନ୍ତ । ଆଉ ହତ୍ୟାର ତାରିଖ ୩୧ ଅକ୍ଟୋବରକୁ ଚୟନ କରାଯାଇଥିଲା।

ଅପରେସନ୍‌ ‘ବ୍ଲୁ-ଷ୍ଟାର୍‌‘

ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧିଙ୍କ ସବୁଠାରୁ କଠୋର ନିଷ୍ପତ୍ତି ତାଙ୍କ ଜୀବନ ପାଇଁ କାଳ ହୋଇଥିଲା। ଆଉ ଏହି ନିଷ୍ପତ୍ତି ଥିଲା ଅପରେସନ୍‌ ‘ବ୍ଲୁ-ଷ୍ଟାର୍‌’। ଇନ୍ଦିରାଙ୍କୁ ଜଣାଥିଲା, ଏହି ନିଷ୍ପତ୍ତି ତାଙ୍କ ପାଇଁ ବୁମେରାଂ ହୋଇପାରେ। କିନ୍ତୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ତାହା ଅନିବାର୍ଯ୍ୟ ଥିଲା। ଅମ୍ରିତସରର ସ୍ୱର୍ଣ୍ଣମନ୍ଦିରରେ ଜବରଦସ୍ତ ପଶି ରହିଥିବା ଖଲିସ୍ତାନୀ ଉଗ୍ରବାଦୀଙ୍କୁ ବାହାର କରିବା ପାଇଁ ଇନ୍ଦିରା କେନ୍ଦ୍ରରୁ ସେନା ପଠାଇଥିଲେ। ଏହି ଉଗ୍ରବାଦୀ ନିପାତର ନାଁ ଥିଲା ଅପରେସନ୍‌ ‘ବ୍ଲୁ-ଷ୍ଟାର୍‌’।

ଶେଷରେ ଅପରେସନ୍‌ ‘ବ୍ଲୁ-ଷ୍ଟାର୍‌’ ସଫଳ ହୋଇଥିଲା। ହେଲେ ଇନ୍ଦିରାଙ୍କ ଏହି କଠୋର ନିଷ୍ପତ୍ତିର ସଫଳତା କିଛି ଲୋକଙ୍କୁ ପ୍ରତିହିଂସା ପରାୟଣ କରି ଦେଇଥିଲା। ଖାସ୍ ଏଥିପାଇଁ ଇନ୍ଦିରାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ବିଅନ୍ତ ସିଂହଙ୍କୁ ଏଥିପାଇଁ ମୋଟା ଅଙ୍କର ଲାଞ୍ଚ ଦିଆ ଯାଇଥିଲା। ଯାଞ୍ଚରୁ ଜଣାପଡ଼ିଥିଳା ଯେ, ବିଅନ୍ତ ସିଂହଙ୍କୁ ପୁଅଙ୍କୁ ଦକ୍ଷିଣ ଦିଲ୍ଲୀର ଏକ ବଡ଼ ପବ୍ଲିକ ସ୍କୁଲରେ ଭର୍ତ୍ତି କରାଯାଇଥିଲା। ଆଉ ଏହି ବାବଦରେ ପୁଅର ବର୍ଷକର ସ୍କୁଲ୍‌ ଫି’ ଆଗୁଆ ଜମା କରାଯାଇଥିଲା। ସେହିପରି କେହର ସିଂହ ବଲବୀର ସିଂହଙ୍କୁ ଏହି ହତ୍ୟା ପାଇଁ ୨୦ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କୁହାଯାଏ, ଏହି ପୂରା ଷଡ଼ଯନ୍ତ୍ର ପଛରେ ଆମେରିକା ଗୋଇନ୍ଦା ସଂସ୍ଥା, ସିଆଇଏର ହିଁ ହାତ ଥିଲା।



from Odisha Reporter https://ift.tt/2qmBGMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages