ମେଡିକାଲରେ ୯ ଦିନର ଶିଶୁକୁ ମାରିଦେଲା ମୂଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ମେଡିକାଲରେ ୯ ଦିନର ଶିଶୁକୁ ମାରିଦେଲା ମୂଷା

ନୂଆଦିଲ୍ଲୀ:ମୂଷା ଅନେକ ଜିନିଷକୁ କାଟି ଦେବା କଥା ଜାଣିଥିବେ। କିନ୍ତୁ କେବେ ମଣିଷକୁ କାଟିବା କଥା ଶୁଣିଛନ୍ତି କି ? ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ମୂଷା ହାତରେ ଏକ ନିଷ୍ପାପ ଶିଶୁର ଜୀବନ ଯାଇଛି। ମାତ୍ର ୯ ଦିନର ଶିଶୁକୁ ମୂଷା କାଟି ଦେଇଥିବାରୁ ତା’ର ମୃତ୍ୟୁ ଘଟିଛି। ଏପରି ଏକ ସମ୍ବେଦନଶୀଳ ଘଟଣା ବିହାରରେ ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଏହି ଘଟଣା ମେଡିକାଲରେ ହିଁ ଘଟିଛି।

ସୂଚନା ଅନୁସାରେ, ବିହାରର ଦରଭଙ୍ଗା ମେଡ଼ିକାଲ୍‌ କଲେଜ୍‌ର ଶିଶୁ ବିଭାଗରେ ବୀଣାଦେବୀ ନାମ୍ନୀ ଜଣେ ମହିଳା ନିଜର ୯ ଦିନ ଶିଶୁକୁ ଭର୍ତ୍ତି କରିଥିଲେ। ଭୋରୁ ୪ଟାରୁ ୫ଟା ମଧ୍ୟରେ ସେ ନିଜ ଶିଶୁକୁ ଚିକତ୍ସା ପାଇଁ NICUରେ ଭର୍ତ୍ତି କରିଥିଲେ। ହେଲେ ହଠାତ୍‌ ଏକ ମୂଷା ତାଙ୍କ ଛୁଆକୁ କାଟୁଥିବା ଦେଖିବାକୁ ପାଇଥିଲେ।
ମୂଷା ତାଙ୍କ ଶିଶୁକୁ କାଟୁଥିବା ଦେଖି ସେ ଭୟଭୀତ ହୋଇଯାଇଥିଲେ। ଆଉ ଚିତ୍କାର କରିଥିଲେ।

କିଛି ସମୟ ପରେ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଆସିଥିଲେ । କିନ୍ତୁ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିଲା। ପରେ ଡାକ୍ତର ମଧ୍ୟ ଯାଞ୍ଚ କରିବା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଶିଶୁଟିର ଏମିତି ଦାରୁଣ ମୃତ୍ୟୁ ଘଟିଲା ବୋଲି ବୀଣା ଦେବୀ ପୁଲିସ୍‌ ଷ୍ଟେସନ୍‌ରେ ଏକ ଅଭିଯୋଗ କରିଛନ୍ତି।
ଶିଶୁ ବିଭାଗର ମୁଖ୍ୟ ଡ଼ାକ୍ତର ଓମ୍‌ ପ୍ରକାଶ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ।

ତାଙ୍କ କହିବା ଅନୁସାରେ ଶିଶୁର ଶରୀରରେ ମୂଷା କାଟିଥିବା କୌଣସି ଦାଗ ନାହିଁ। ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଅନ୍ୟ ରୋଗୀଙ୍କ କହିବା ଅନୁଯାୟୀ କିଛି ଦିନ ହସ୍ପିଟାଲ୍‌ରେମୂଷା ମାନଙ୍କର ଉପଦ୍ରବ ଦେଖିବାକୁ ମିଳୁଛି। କିନ୍ତୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମୂଷାମାନଙ୍କୁ ବାହାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବିହାରର ଦରଭଙ୍ଗା ଜିଲ୍ଲା ଅଧିକାରୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2Q8kN38

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages