
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀରରେ ଆଖି ହେଉଛି ସବୁଠାରୁ ସମ୍ୱେଦନଶୀଳ ଅଙ୍ଗ। କିନ୍ତୁ ଆଖିରେ ଦୃଷ୍ଟିଶକ୍ତି କମ୍ ହେଲେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ତ୍ତମାନ ସମୟରେ ଛୋଟ ଛୋଟ ପିଲାଙ୍କର ମଧ୍ୟ ଆଖି ସମସ୍ୟା ଦେଖାଯାଉଛି। ଆପଣ ଅନେକ ଛୋଟ ପିଲାଙ୍କୁ ଚଷମା ଲଗାଇଥିବାର ଦେଖିଥିବେ।
ଏଣୁ ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ଆଖିର ଯତ୍ନ ନେବା ଜରୁରୀ ହୋଇଥାଏ। ଯେଉଁ ଲୋକଙ୍କର ଆଖି ସମସ୍ୟା ଅଛି କିନ୍ତୁ ଚଷମା ପିନ୍ଧୁନାହାନ୍ତି, ସେମାନେ କିଛି ଆୟୁର୍ବେଦିକ ଉପଚାର ଜରିଆରେ ନିଜ ଦୃଷ୍ଟିଶକ୍ତିକୁ ବଢ଼ାଇ ପାରିବେ।
ଆସନ୍ତୁ ଜାଣିବା ଆଖି ସମ୍ୱନ୍ଧୀୟ କିଛି ଆୟୁର୍ବେଦିକ ଟିପ୍ସ।
ଆଖିର ଏକ୍ସସର୍ସାଇଜ୍: ଆଖି ସମ୍ୱନ୍ଧୀୟ କେତୋଟି ଏକ୍ସସର୍ସାଇଜ୍ ରହିଛି, ସେଗୁଡ଼ିକୁ କରିବାକୁ ଚେଷ୍ଟା କରନ୍ତୁ। ଏପରି କଲେ ଆପଣଙ୍କ ଦୃଷ୍ଟିଶକ୍ତି ପ୍ରଖର ହେବ। ଆଖି ବନ୍ଦ ରଖି ଡୋଲା ଚହଲାନ୍ତୁ ଅଥବା ଆଖି ବନ୍ଦ କରି ଯୋଗ ଅଭ୍ୟାସ କରନ୍ତୁ। ଏହା ଫଳପ୍ରଦ ହେବ।
ବାଦାମ ଖାଆନ୍ତୁ: ବାଦାମରେ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍ ‘ଇ’ ପ୍ରର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା ପ୍ରାକୃତିକ ଭାବରେ ଆଖିର ଦୃଷ୍ଟିଶକ୍ତି ଏବଂ ସ୍ମୃତିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରତିଦିନ ବାଦାନ ଖାଆନ୍ତୁ।
ପାନମଧୁରୀ: ପାନମଧୁରୀ ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍ ଆଖିର ରଶ୍ମିକୁ କମ୍ ହେବା ପାଇଁ ଦେଇ ନ ଥାଏ। ଏଥିପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ୍ କ୍ଷୀରରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡ ପକାଇ ପିଅନ୍ତୁ।
ଅଁଳା: ଅଁଳାରେ ଭିଟାମିନ୍ ‘ସି’ ପ୍ରଚୁର ପରିମାଣରେ ରହିଛି। ଯାହା ଏକ ଶକ୍ତିଶାଳି ଆଣ୍ଟି ଅକ୍ସିଡାଣ୍ଟ୍। ଆଖିର ଶକ୍ତି ବଢ଼ାଇବା ଓ ରେଟିନାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅଁଳା ସାହାଯ୍ୟ କରିଥାଏ। ପାଣିରେ ପ୍ରତିଦିନ ଅଁଳା ରସ ମିଶାଇ ପିଇଲେ ଆପଣଙ୍କ ଦୃଷ୍ଟିଶକ୍ତି ପ୍ରଖର ହେବ।
from Odisha Reporter https://ift.tt/2CHjVyR
No comments:
Post a Comment