
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି ଭାରତୀୟ ରନ୍ ମେସିନ୍ ଅଧିନାୟକ ବିରାଟ କୋହଲି। ଏହାକୁ ନେଇ ସମଗ୍ର କ୍ରିକେଟ୍ ଜଗତରେ ଚର୍ଚ୍ଚା ଲାଗିରହିଥିବା ବେଳେ ଲଗାତାର ୩ଟି ମ୍ୟାଚ୍ରେ ୩ଟି ଶତକ ହାସଲ କରିବା ପରେ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ପାକିସ୍ତାନୀ ବୋଲର ସୋଏବ୍ ଅଖତର୍। ସେ ଏହି ଅବସରରରେ କହିଛନ୍ତି ମୁଁ ଚାହେଁ ସେ ଏପରି ଫର୍ମ ବଜାୟ ରଖନ୍ତୁ ଏବଂ ୧୨୦ ଶତକର ନୂତନ ମାଇଲ୍ ଖୁଣ୍ଟ ସ୍ଥାପନା କରନ୍ତୁ।
ସୋଏବ୍ ଟ୍ୱିଟ୍ କରି କହିଛନ୍ତି, “ଗୁଆହାଟୀ, ବିଶାଖାପଟନମ୍ ଏବଂ ପୁଣେ। ଦିନିକଆ ଶତକ ସ୍ଥାପନ କରିବାରେ ବିରାଟ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ଏବଂ ଲଗାତାର ୩ଟି ଶତକ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି।”
ବର୍ତ୍ତମାନ କୋହଲି ୨୪ଟି ଟେଷ୍ଟ ଶତକ ଏବଂ ୩୮ଟି ଦିନିକିଆ ଶତକ ହାସଲ କରିଛନ୍ତି। ସବୁଠାରୁ ଅଧିକ ଶତକ ତାଲିକାରେ ସେ ୬୨ଟି ଶତକ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି।
ତେବେ କୋହଲିଙ୍କ ପୂର୍ବରୁ ଲଗାତାର ୩ଟି ଶତକ କରିବାରେ ପାକିସ୍ତାନର ଜାହିର ଆବ୍ବାସ୍, ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍ ଡି କକ୍ ଏବଂ ପାକିସ୍ତାନର ବାବର ଆଜମ୍ଙ୍କ ନାମରେ ରେକର୍ଡ ଥିଲା। ଜାହିର ଏହି ରେକର୍ଡ ଭାରତ ବିପକ୍ଷରେ ହିଁ ହାସଲ କରିଥିଲେ।
ୱେଷ୍ଟଇଣ୍ତିଜ୍ ସହିତ ଚତୁର୍ଥ ଦିନିକିଆ ସୋମବାର ଦିନ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଏବଂ ପଞ୍ଚମ ଦିନିକଆ ଥିରୁବନନ୍ତପୁରମ୍ର ଗ୍ରୀନ୍ଫିଲ୍ଡ ଷ୍ଟାଡିୟମ୍ରେ ଗୁରୁବାର ଦିନ ଖେଳାଯିବ।
from Odisha Reporter https://ift.tt/2z8fYQd
No comments:
Post a Comment