୩୦ ଯାଏ ଆନ୍ଦୋଳନ ଚାଲୁ ରଖିବ ହାଇକୋର୍ଟ ବାର୍ ଆସୋସିଏସନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

୩୦ ଯାଏ ଆନ୍ଦୋଳନ ଚାଲୁ ରଖିବ ହାଇକୋର୍ଟ ବାର୍ ଆସୋସିଏସନ୍

କଟକ (ଓଡ଼ିଶା ରିପୋର୍ଟର): ଆନ୍ଦୋଳନରେ ଅଟଳ ରହିଲା ଓକିଲ ସଂଘ। କଟକରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ସମ୍ପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ଆସନ୍ତା ୩୦ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବ ବୋଲି ସୂଚନା ଦେଇଛି ହାଇକୋର୍ଟ ବାର ଆସୋସିଏସନ୍‌।

ସେପଟେ ବିବାଦର ସମାଧାନ ଲାଗି ଆଲୋଚନା ପାଇଁ ରାଜ୍ୟ ସରକାରଙ୍କୁ ଆସନ୍ତା ୩୦ ତାରିଖ ଯାଏ ଅଲଟିମେଟମ୍ ଦେଇଛି ହାଇକୋର୍ଟ ବାର ଆସୋସିଏସନ।

ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି, ଏହି ସମୟ ମଧ୍ୟରେ ଯଦି ସରକାର ଆଲୋଚନା ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ୩୧ ତାରିଖରେ ରାଜ୍ୟର ସମସ୍ତ ୧୬୪ ବାର ଆସୋସିଏସନ୍ ଆଗରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ।

ଆଇନଜୀବୀଙ୍କ ଆନ୍ଦୋଳନକୁ ଦୁଇ ମାସ ପୂରିବାକୁ ବସିଥିବା ବେଳେ ସରକାର ଆଲୋଚନା ବା ସମାଧାନ ପାଇଁ କୌଣସି ପଦକ୍ଷେପ ନେଉନଥିବା ସଂଘ ଅଭିଯୋଗ କରିଛି । ସେପଟେ ଆସନ୍ତା ୩୧ ତାରିଖରେ ହାଇକୋର୍ଟ ବାର ଆସୋସିଏସନର ପୁଣି ଏକ ସାଧାରଣ ପରିଷଦ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଆସୋସିଏସନର ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସେପଟେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବି ଓକିଲଙ୍କ କୋର୍ଟ ବର୍ଜନକୁ ଦେଢ଼ ମାସ ଟପିଛି।



from Odisha Reporter https://ift.tt/2EYmgbx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages