ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଆପଣ ଘରେ ପନିପରିବାରେ ପ୍ରସ୍ତୁତ ହୋଇଥିବା ଅନେକ ଆଇଟମ୍‌ ଖାଇଥିବେ। କିନ୍ତୁ କେବେ କ’ଣ ପନିପରିବାରେ ଚିକେନ୍ ମିଶି ପ୍ରସ୍ତୁତ ହୋଇଥିବା ‘ଚିକେନ୍‌ କଷା’ ଖାଇଛନ୍ତି।

ଏପରି କହିବାର ଅର୍ଥ ହେଉଛି, ଆମେ ଆପଣଙ୍କୁ ଆଜି ଗୋଟିଏ ନୂଆ ରେସିପି ଶିଖାଇବୁ। ଜଣାଇବୁ, ଘରେ ବସି କେମିତି ପ୍ରସ୍ତୁତ କରିବେ ଭେଜିଟେବଲ୍‌ ଚିକେନ୍‌।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ବିଟ୍‌, କଟା ଗାଜର୍‌, କଟା ବିନ୍ସ, ଗ୍ରୀନ୍‌ ମଟର, ଫୁଲ କୋବି, କଟା ପିଆଜ, ଧନିଆ ଓ ତେଜପତ୍ର ଗୁଣ୍ଡ, ଡାଲ୍‌ଚିନି ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ୍‌, ଲୁଣ, ଚିନା ବାଦାମ୍‌ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ତା’ପରେ ସେଥିରେ ହଳଦୀ ଓ ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଚିକେନ୍‌ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ତା’ପରେ କଡ଼େଇରେ ଆହୁରି ତେଲ ଦେଇ ସେଥିରେ ପିଆଜ ପକାନ୍ତୁ। ପିଆଜ ଭାଜି ହୋଇ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା ରସୁଣ ପେଷ୍ଟ୍‌ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ବିନ୍ସ, ଗ୍ରୀନ୍‌ ମଟର ଓ ଫୁଲ କୋବି ପକାଇ ଗୋଳାନ୍ତୁ। କିଛି ସମୟ ପରେ ସେଥିରେ ବିଟ୍ ଓ ଗାଜର୍‌ ପକାଇ ଗୋଳାନ୍ତୁ। ପରିବା ଭଲରେ ମସଲାରେ ମିଶିଯିବା ପରେ ସେଥିରେ ଚିନା ବାଦାମ୍‌ ପକାନ୍ତୁ। ଏହାପରେ ସେଥିରେ ଚିକେନ୍‌ ପକାଇ ଗୋଳାନ୍ତୁ। ତା’ପରେ ତାକୁ  ୫ ମିନିଟ୍‌ ଛାଡ଼ିଦିଅନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଡାଲ୍‌ଚିନି ଗୁଣ୍ଡ, ଧନିଆ ଓ ତେଜ ପତ୍ର ଗୁଣ୍ଡ, ଲୁଣ  ଓ ପାଣି ଦେଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ପାଣି ମରିଯାଇ ମାଂସ ସିଝିଯିବା ପରେ ତାକୁ ଗୋଳେଇ ଦେଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ସେଥିରେ ଚାହିଁଲେ, ଆପଣ ଧନିଆ ପତ୍ର ପକାଇ ପାରିବେ। ଏବେ ଖାଆନ୍ତୁ ଗରମ ଗରମ ଭେଜିଟେବଲ ଚିକେନ୍‌।



from Odisha Reporter https://ift.tt/2AlWTvH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages