୨-୦ରେ ସିରିଜ୍‌ ପୋଛିନେଲା ଭାରତ, ଉମେଶଙ୍କୁ ୧୦ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

୨-୦ରେ ସିରିଜ୍‌ ପୋଛିନେଲା ଭାରତ, ଉମେଶଙ୍କୁ ୧୦ ୱିକେଟ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡାହାଣହାତୀ ପେସର୍‌ ଉମେଶ ଯାଦବଙ୍କ ୧୦ ୱିକେଟ୍‌ ସଫଳତା ସାଙ୍ଗକୁ ଟିମ୍‌ ଇଣ୍ଡିଆ ୧୦ ୱିକେଟରେ ଦ୍ୱିତୀୟ ଟେଷ୍ଟମ୍ୟାଚ୍‌ ଜିତି ୨-୦ରେ ସିରିଜ୍ ପୋଛିନେଇଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ସହିତ ନିଜର ଦବ୍‌ଦବା ଦେଖାଇଥିବା ଭାରତ ଆଜି ଏଭଳି ସହଜ ବିଜୟ ହାସଲ କରିଛି।

ପୂର୍ବରୁ ରାଜକୋଟ ଟେଷ୍ଟକୁ ଗୋଟିଏ ଇନିଂସ୍‌ ଏବଂ ୨୭୨ ରନ୍‌ରେ ହାତେଇଥିବା ଭାରତକୁ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୭୨ ରନ୍‌ର ଟାର୍ଗେଟ୍‌ ଥିଲା। ଆଉ ଏହି ଟାର୍ଗେଟ୍‌କୁ ଘରୋଇ ଦଳ ତୃତୀୟ ଦିନରେ ମାତ୍ର ୧୬.୧ ଓଭରରେ ହାସଲ କରିଥିଲା। ଦୁଇ ଓପନର୍‌ କେଏଲ୍‌ ରାହୁଲ୍‌ ଏବଂ ପୃଥ୍ୱୀ ଶ’ ଉଭୟ ୩୩ ରନ୍‌ ଲେଖାଏ କରି ଅପରାଜିତ ଭାବେ ଦଳୀୟ ସ୍କୋରକୁ ୭୫ରେ ପହଞ୍ଚାଇ ପାରିଥିଲେ।

ଇଣ୍ଡିଜ୍‌ ଭାରତକୁ ୩୬୭ ରନ୍‌ରେ ଅଲ୍‌ ଆଉଟ୍‌ କରିବା ପରେ ଇଣ୍ଡିଜ୍‌ଠାରୁ ଭାରତ ୫୬ରନ୍‌ରେ ଆଗୁଆ ଥିଲା। ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚା’ ପାନ ବିରତି ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ର ସ୍କୋର ୬ ୱିକେଟ୍‌ ହରାଇ ମାତ୍ର ୭୬ ରନ୍‌ରେ ପହଞ୍ଚିଥିଲା। ଏହା ପରେ ଅପରାହ୍ଣ ୪.୦୫ ବେଳକୁ ଇଣ୍ଡିଜ୍ ୧୨୭ ରନ୍‌ରେ ଅଲ୍‌ ଆଉଟ୍‌ ହେବା ସହିତ ଗୋଟିଏ ମ୍ୟାଚରେ ୧୦ ୱିକେଟ୍‌ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ଉମେଶଙ୍କ ନାମ ଯୋଡ଼ି ହୋଇଯାଇଥିଲା।

ପ୍ରଥମ ଇନିଂସ୍‌ରେ ୮୮ ରନ୍‌ ଦେଇ ୬ ୱିକେଟ୍‌ ନେଇଥିବା ଉମେଶ ଯାଦବ ଏହି ଇନିଂସ୍‌ରେ ମଧ୍ୟ ୪୫ ରନ୍‌ ଦେଇ ୪ ୱିକେଟ୍‌ ସହିତ ଚମକି ଥିଲେ। ୱେଷ୍ଟଇଣ୍ଡିଜ୍‌ର ଦ୍ୱିତୀୟ ଇନିଂସ୍‌ରେ ସୁନୀଲ ଅମ୍ବ୍ରିସ୍‌ ସର୍ବାଧିକ ୩୮ ରନ୍‌ କରିଥିଲାବେଳେ ଦୁଇ ଭାରତୀୟ ସ୍ପିନର ଜାଡେଜା ଓ ଅଶ୍ଵିନ ଯଥାକ୍ରମେ ୩ ଓ ୨ଟି କରି ୫ଟି ୱିକେଟ୍‌ ବାଣ୍ଟି ନେଇଥିଲେ। ପ୍ରଥମ ଇନିଂସ୍‌ରେ ହ୍ୟାଟ୍ରିକ ନେଇପାରି ନ ଥିବା ଉମେଶଙ୍କ ପାଇଁ ଏଥର ମଧ୍ୟ ଏହି କୃତିତ୍ଵ ହାଶାଳ କରିବାର ସୁଯୋଗ ଥିଲା। କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ।

ଆଜିର ମ୍ୟାଚ୍‌ରେ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ହୋଇଥିବା ଉମେଶ ଯାଦବଙ୍କୁ ଭାରତର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ମ୍ୟାଚ୍‌ ଶେଷରେ ଭୂରି ଭୂରି ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୭୨ ରନ୍‌ର ଟାର୍ଗେଟ୍ ଆଜି ହିଁ ଅର୍ଥାତ ତୃତୀୟ ଦିନରେ ହାସଲ କରିବା ପାଇଁ ଭାରତ ହାତରେ ମାତ୍ର ୪୫ ମିନିଟ୍‌ର ସମୟ ଥିଲା।



from Odisha Reporter https://ift.tt/2RHSwlr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages