‘ରାବଣଠାରୁ ବେଶୀ ଅବିଗୁଣଥିବା ରାଜନେତା ହେଉଛନ୍ତି ନବୀନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

‘ରାବଣଠାରୁ ବେଶୀ ଅବିଗୁଣଥିବା ରାଜନେତା ହେଉଛନ୍ତି ନବୀନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାବଣର ୧୦ଟି ମୁଣ୍ଡ ନଥିଲା। ସେ ଗୋଟିଏ ମଣିଷ ଥିଲା। କିନ୍ତୁ ତା’ର ୧୦ଟି ଖରାପ ଗୁଣ ଥିଲା। ସେଥିପାଇଁ ପ୍ରଭୁ ରାମଚନ୍ଦ୍ର ତାକୁ ବଧ କରି ତା’ର ସାନ ଭାଇ ବିଭୀଷଣକୁ ରାଜା କରାଇଥିଲେ। କିନ୍ତୁ ବର୍ତ୍ତମାନ ଶାସନରେ ରାବଣଙ୍କଠାରୁ ଅଧିକ ଅବିଗୁଣ ଥିବା ଲୋକ ବାହାରିଲେଣି। ସେଥିପାଇଁ କହିଥିଲି, ଶାସକ ଦଳରେ ମାଳ ମାଳ ରାବଣ ଅଛନ୍ତି। ସବୁଠାରୁ ବେଶୀ ଅବିଗୁଣ ଥିବା ରାଜନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାବଣର ଅବିଗୁଣ ଥିଲା ବୋଲି ବଧ କରାଯାଇଥିଲା। ମାତ୍ର ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରାଯିବ।”

ଏରସମାରେ ରାବଣପୋଡ଼ି ବିବାଦକୁ ନେଇ ଏପରି ବାଣ ମାରଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ।

ସେ କହିଛନ୍ତି-“୧୯୭୪ ମସିହାରେ ଏରସମାରେ ରାସ୍ତାଘାଟ ନଥିଲା। ଲୋକସଂଖ୍ୟା ଲକ୍ଷେ ୩୩ ହଜାର ଥିଲା। ୧୩ଟି ପଞ୍ଚାୟତ ପାଇଁ ଗୋଟିଏ ହାଇସ୍କୁଲ ଥିଲା। ମୁଁ ୩୫ ବର୍ଷ ଧରି ବିଧାୟକ ରହିଲି। ମୋ’ ବିଧାୟକ ସମୟରେ ରାସ୍ତାଘାଟ କଲି, ୨୮ଟି ହାଇସ୍କୁଲ ଓ ୩ଟି କଲେଜ କରିଥିଲି। ଦୁର୍ଗା ପୂଜା, ରଥଯାତ୍ରା, ରଜ ମହୋତ୍ସବ, କୁଞ୍ଜ ମେଲଣ, କାଳିପୂଜା ଓ ୨୫ ବର୍ଷ ଧରି ରାବଣ ପୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲି। ଚଳିତବର୍ଷ ରାବଣ ପୋଡ଼ି ପାଇଁ ମୋତେ ଅନୁମତି ଦେଲେ ନାହିଁ। ତହସିଲ୍‌ଦାର ୪୦୦୦ ଟଙ୍କା ନେଇ ପ୍ରଥମେ ପଡ଼ିଆ ଅନୁମତି ଦେଇଥିଲେ। ମାତ୍ର ମାଇକ୍‌ ପାଇଁ ଏଡିଏମ୍‌ଓ ଅନୁମତି ଦେଲେନାହିଁ। ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ଥାନା ଅଫିସର ରିପୋର୍ଟ ନଦେବାରୁ ମାଇକ୍‌ ପାଇଁ ଏଡିଏମ୍‌ଓ ଅନୁମତି ଦେଲେ ନାହିଁ। ଅନ୍ୟପକ୍ଷରେ ତହସିଲଦାର ପଡ଼ିଆ ଅନୁମତି ରଦ୍ଦହେଲା ବୋଲି ଚିଠି ଲେଖିଥିଲେ। ଏହାକୁ ନେଇ ପଞ୍ଚାୟତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତ ଲୋକେ ଯେତେ ନେହୁରା ହେଲେ ମଧ୍ୟ ଥାନା ଅଫିସର ଅନୁମତି ଦେଇନଥିଲେ। ଏହାର ପ୍ରତିବାଦରେ ସମସ୍ତେ ଦୋକାନବଜାର ବନ୍ଦ କରିଦେଇଛନ୍ତି। ମାଳ ମାଳ ହୋଇ ଲୋକ ବୁଲୁଛନ୍ତି। ମୋତେ ଲୋକ ଟେଲିଫୋନ୍‌ କରି କହୁଛନ୍ତି, ତାଙ୍କ ରାବଣକୁ ଆମେ ପୋଡ଼ିଦେବୁ।”

ଆଜି ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ରାବଣପୋଡ଼ି କାର୍ଯ୍ୟକ୍ରମ ଅଛି। ସେପଟେ ଦାମଙ୍କୁ ରାବଣପୋଡ଼ି ଅନୁମତି ନମିଳିବା ପ୍ରତିବାଦରେ ଏରସମା ଗ୍ରାମ୍ୟ କମିଟି ପକ୍ଷରୁ ଆଜି ବଜାର ବନ୍ଦ ଡାକରା ଦିଆଯାଇଛି। ଫଳରେ ଏରସମାରେ ଦୋକାନ ବଜାର ବନ୍ଦ ରହିଛି। ପ୍ରଶାନ୍ତଙ୍କ ରାବଣପୋଡ଼ି ବାତିଲ୍ ପାଇଁ ଅଡ଼ି ବସିଛନ୍ତି ଦାମ ସମର୍ଥକ। ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ଫୋର୍ସ ସହ ଏସ୍‌ଡିପିଓ, ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି।



from Odisha Reporter https://ift.tt/2NW7h0Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages