ଘରେ ପ୍ରସ୍ତୁତ କରନ୍ତୁ କାଲାକନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଘରେ ପ୍ରସ୍ତୁତ କରନ୍ତୁ କାଲାକନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାର୍ବଣରେ କିଛି ଖାସ୍‌ ଆଉ ହଟ୍‌କେ ଖାଇବାକୁ ସବୁବେଳେ ଇଚ୍ଛା ହୋଇଥାଏ। ଏଣୁ ଏଭଳି ଏକ ଖାସ୍‌ ଦିନରେ ଆପଣଙ୍କୁ ନିଶ୍ଚିତ ଭାବେ କିଛି ମିଠା ଖାଇବାକୁ ଇଚ୍ଛା ହେଉଥିବ। ତେବେ ଆଉ କିଛି ନ ଭାବି ଆଜି ହିଁ ଘରେ ବନାନ୍ତୁ କଲାକନ୍ଦ। ନିଜେ ଖାଇବା ସହ ଏହାକୁ ନିଜ ପରିବାର ଲୋକଙ୍କୁ ବି ଖାଇବାକୁ ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ: କ୍ଷୀର, ଛେନା, ଖୁଆ, ଚିନି, ଡ୍ରାଏ ଫ୍ରୁଟ୍ସ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ କ୍ଷୀର ନେଇ ସିଝାନ୍ତୁ। କ୍ଷୀର ପୂରା ସିଝି ଯାଇ ଅଳ୍ପ ବାଦାମୀରଙ୍ଗ ହେବାକୁ ଛାଡ଼ି ଦିଅନ୍ତୁ। ଅନ୍ୟ ପଟେ ଏକ ପାତ୍ରରେ ଛେନାକୁ ଭଲ ଭାବେ ଚକଟି ଝୁରା ଝୁରା କରିଦିଅନ୍ତୁ। କ୍ଷୀର ସିଝିଯିବା ପରେ ସେଥିରେ ସେହି ଛେନା ପକାଇ ଗୋଳାନ୍ତୁ।  କିଛି ସମୟ ପରେ ସେଥିରେ ଖୁଆ  ଓ ଚିନି ପକାଇ ସେମିତି ଗୋଳାନ୍ତୁ। କ୍ଷୀର, ଛେନା, ଖୁଆ, ଚିନି ଭଲ ଭାବେ ମିଶି ଶୁଖିଲା ହୋଇଯିବା ପରେ ତାକୁ ଚୁଲିରୁ ତଳକୁ ଓହ୍ଲାଇ ଦିଅନ୍ତୁ। ତାପରେ ତାକୁ ଏକ ପାତ୍ରରେ ରଖି ତା’ ଉପର ଡ୍ରାଏ ଫ୍ରୁଟ୍ସ  ରଖିଦିଅନ୍ତୁ। ଏହାପରେ କିଛି ସମୟ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହା ପୂରା ଥଣ୍ଡା ହୋଇଯିବା ପରେ ପିସ୍‌ ପିସ୍‌ କରି କାଟିଦିଅନ୍ତୁ। ତା’ପରେ ଏହା ଖାଇବାର ମଜା ଉଠାନ୍ତୁ।



from Odisha Reporter https://ift.tt/2q2RHXS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages