ସଚିନ୍‌ ଓ ସେହ୍ୱାଗଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍‌-ଧୱନ୍‌ ଯୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ସଚିନ୍‌ ଓ ସେହ୍ୱାଗଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍‌-ଧୱନ୍‌ ଯୋଡ଼ି

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଦିନିକିଆରେ ରୋହିତ ଶର୍ମା ଓ ଶିଖର ଧୱନ୍‌ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ-ଧୱନ ଯୋଡ଼ି ଭାରତର ଦ୍ୱିତୀୟ ସଫଳତମ ଓପନିଂ ଯୋଡ଼ି ହେବାର ରେକର୍ଡ କରିଛନ୍ତି। ଏଭଳି ରେକର୍ଡ କରି ଉଭୟ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇ ଦେଇଛନ୍ତି।

ଭାରତ ପାଇଁ ସଚିନ୍‌-ସେହ୍ୱାଗ ଯୋଡ଼ି ୨୦୦୨ରୁ ଓପନିଂ କରିଥିଲେ। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଉଭୟ ଭାରତ ପାଇଁ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ଉଭୟ ୯୩ଟି ଇନିଂସ୍‌ରେ ୩୯୧୯ ରନ୍‌ ହାସଲ କରିଥିଲେ। ଏଥିରେ ୧୨ଟି ଶତକୀୟ ଭାଗୀଦାରି ରହିଥିଲା।

ଅନ୍ୟପକ୍ଷରେ ରୋହିତ-ଧୱନ ଯୋଡ଼ି ୨୦୧୩ ଚାମ୍ପିୟନ୍ସ ଟ୍ରଫିରୁ ଭାରତ ପାଇଁ ଓପନିଂ କରି ଆସୁଛନ୍ତି। ଏହି ୫ ବର୍ଷ ମଧ୍ୟରେ ଉଭୟ ୧୩ଥର ଶତକୀୟ ଭାଗୀଦାରି କରିଛନ୍ତି। ତେବେ ଆଜିର ୪ର୍ଥ ଦିନିକିଆ ପୂର୍ବରୁ ରୋହିତ୍‌-ଧୱନ୍‌ ଯୋଡ଼ି ସଚିନ୍‌-ସେହ୍ୱାଗଙ୍କ ଯୋଡ଼ିର ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୫ ରନ୍‌ ଦରକାର କରୁଥିଲେ। ଇଣ୍ଡିଜ୍‌ ବାହିନୀର ପ୍ରଥମ ଓଭର୍‌ରେ ହିଁ ଏହି ରେକର୍ଡ ହାସଲ ହୋଇଥିଲା।

ରୋହିତ ଏବେ ଆଇସିସି ଦିନିକିଆଇ ରାଙ୍କିଙ୍ଗର ୨ ନଂ ସ୍ଥାନରେ ଥିବା ବେଳା ଧୱନ ୫ ନଂ ସ୍ଥାନରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ୨୧୦ ରନ୍‌ର ଭାଗୀଦାରୀ ହୋଇଥିଲା। ଉଭୟ ଆଜିର ମ୍ୟାଚ୍‌କୁ ମିଶାଇ ମୋଟ୍‌ ୩୯୮୫ ରନ୍‌ର ଭାଗିଦାରୀ କରିଛନ୍ତି।

କିନ୍ତୁ ଏବେ ବି ଭାରତ ପାଇଁ ଦିନିକିଆର ବେଷ୍ଟ ଓପନିଂ ଯୋଡ଼ିର ରେକର୍ଡ ସଚିନ୍‌ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ନାଁରେ ରହିଛି। ଉଭୟ ଭାରତ ପାଇଁ ଓପନିଂ ଯୋଡ଼ି ଭାବେ ୧୭୬ଟି ଇନିଂସ୍‌ରେ ୮୨୨୭ ରନ୍‌ ହାସଲ କରିଛନ୍ତି। ଏଥିରେ ୨୬ଟି ଶତକୀୟ ଭାଗିଦାରୀ ରହିଛି।



from Odisha Reporter https://ift.tt/2z9b7OD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages