ଏହି ରାଜ୍ୟରେ ୮ ଦିନ ପାଳନ ହୋଇଥାଏ ଦୀପାବଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଏହି ରାଜ୍ୟରେ ୮ ଦିନ ପାଳନ ହୋଇଥାଏ ଦୀପାବଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ପର୍ବକୁ କେଉଁଠି ବଡ଼ ଆକାରରେ ପାଳନ କରାଯାଉଥିବା ବେଳେ ଅନ୍ୟ କେଉଁଠି ଛୋଟ ଆକାରରେ ପାଳନ କରାଯାଇଥାଏ। ସବୁ ରାଜ୍ୟ ପରି ବିହାରରେ ମଧ୍ୟ ଦୀପାବଳି ଉତ୍ସବ ପାଳନ ହୋଇଥାଏ। କିନ୍ତୁ ଏଠିକାର ଦୀପାବଳି ଉତ୍ସବ ସମ୍ପୁର୍ଣ୍ଣ ନିଆରା। ଦୀପାବଳି ପାଳନ କରିବା ପାଇଁ ବିହାରରେ ଲୋକମାନେ ଆଠ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ବିଭିନ୍ନ ପୂଜା ବିଧି ସହିତ ଆଠ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ବିହାରରେ ଏହି ୮ଦିନ ପୂଜାରେ କେଉଁ ସବୁ ବିଧି ରହିଛି।

ପ୍ରଥମ ଦିନ(ଲକ୍ଷ୍ମୀ ପୂଜା): ପ୍ରଥମ ଦିନ ଦୀପାବଳି ପୂଜାରେ ବିହାରରେ ସନ୍ଧ୍ୟାରେ ଲକ୍ଷ୍ମୀ ପୂଜା କରାଯାଇଥାଏ। ମହିଳାମାନେ ମନ୍ଦିର ଓ ଘରକୁ ସୁନ୍ଦର କରିବା ପାଇଁ ନାନା ରଙ୍ଗର ରଙ୍ଗୋଲି ପକାଇ ଥାନ୍ତି। ସନ୍ଧ୍ୟାରେ ଲକ୍ଷ୍ମୀଙ୍କୁ ପୂଜା କରାଯାଇ ମା’ଙ୍କ ନିକଟରେ ଘରର ସୁଖସମୃଦ୍ଧି, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ, ଧନ ପାଇବା ପାଇଁ କାମନା କରାଯାଇଥାଏ। ପୂଜା ପରେ ଘିଅ ଦୀପ ଜଳାଇବା ସହିତ ବାଣ ଫୁଟାଯାଇଥାଏ। ଏହା ସହିତ ବିହାରର ପାରମ୍ପରିକ ମିଠା ‘ଖିଲ୍‌ ଓ ବଟାସସ୍‌’ ବନ୍ଧୁ ଓ ପ୍ରିୟଜନଙ୍କୁ ପ୍ରସାଦ ସ୍ୱରୂର ଦିଆଯାଇଥାଏ। ପୂଜା ପରେ ଲୋକେ ଗଙ୍ଗା ନଦୀ କୂଳକୁ ଯାଇ ଲକ୍ଷ୍ମୀଙ୍କୁ ଧ୍ୟାନ କରି ଦୀପ ଜଳରେ ଭସାଇଥାନ୍ତି।

ଦ୍ୱିତୀୟ ଓ ତୃତୀୟ ଦିନ(ଗୋବର୍ଦ୍ଧନ ଓ ଗୋଧନ ପୂଜା):
ଏହି ଦୁଇ ଦିନ ସମସ୍ତଙ୍କ ଘରେ ‘ଗୋବର୍ଦ୍ଧନ ପୂଜା’ କରାଯାଇଥାଏ। ସେହିଦିନ ‘ଭାଇ ଦୁଜ୍‌’ ମଧ୍ୟ ପାଳନ ହୋଇଥାଏ। ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ ମୁଣ୍ଡରେ ସିନ୍ଦୂର ଲଗାଇ ରାଖି ବାନ୍ଧିଥାନ୍ତି ଏବଂ ଭାଇଙ୍କର ସଫଳତା ଓ ଭଲ ସ୍ୱାସ୍ଥ୍ୟ ଭଗବାନଙ୍କ ପାଖରେ କାମନା କରିଥାନ୍ତି।  ଭାଇମାନେ ମଧ୍ୟ ଭଉଣୀଙ୍କୁ ଉପହାର ହେଇଥାନ୍ତି। ତୃତୀୟ ଦିନ: ଏହି ଗୋଧନ ପୂଜା କରାଯାଇଥାଏ ଏବଂ ଏହାକୁ କୃଷକମାନଙ୍କର ପୂଜା ବୋଲି କୁହାଯାଇଥାଏ। ଏହି ଦିନ କୃଷକମାନେ ଶସ୍ୟ ଓ ଗୋ ମାତାଙ୍କୁ ପୂଜା କରିଥାନ୍ତି।

ଚତୁର୍ଥ ଓ ପଞ୍ଚମ ଦିନ (ଛଟ୍‌ ପୂଜା):
ଚତୁର୍ଥ ଦିନ ଛଟ୍‌ ପୂଜାରେ ପ୍ରସାଦ ପାଇଁ ଫଳ ଓ ପନିପରିବା ସାମଗ୍ରୀ କିଣା ଯାଇଥାଏ। ଏହାର ପରଦିନ ଅର୍ଥାତ୍‌ ପଞ୍ଚମ ଦିନ ଛଟ୍‌ ପୂଜା ଅନୁଷ୍ଠିତ ହୋଇଥାଏ। ପୂଜା ପୂର୍ବରୁ ପରିବାରର ସଦସ୍ୟ ଗଙ୍ଗାକୁ ଯାଇ ବୁଡ଼ ପକାଇଥାନ୍ତି ଏବଂ ଗଙ୍ଗାର ପବିତ୍ର ପାଣିକୁ ଆଣି ଘର ଧୋଇବା ସହିତ ପୂଜାରେ ବ୍ୟବହାର କରିଥାନ୍ତି।

ଷଷ୍ଠ ଦିନ(ଖର୍ଣ୍ଣ):
ଛଟ୍‌ ପୂଜା ପରଦିନ ଗୋଟିଏ ଦିନ ଉପବାସ ବ୍ରତ ପାଳନ କରାଯାଇଥାଏ। ଯାହାକୁ ସନ୍ଧ୍ୟା ପର୍ଯ୍ୟନ୍ତ କରାଯାଇଥାଏ। ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ପୂଜା କରିବା ପରେ ବ୍ରତ ସମାପନ ହୋଇଥାଏ। ଏହାପରେ ପୁରୀ, ଖିରି ଓ କଦଳୀ ପରିବାର ସଦସ୍ୟ ଓ ବନ୍ଧୁଙ୍କୁ ଖାଇବାକୁ ଦିଆଯାଏ।

ସପ୍ତମ ଦିନ(କଳସ ଯାତ୍ରା):
ଏହି ଦିନ ପରିବାରର ସମସ୍ତ ମହିଳା କଳସ ଧରି ଗଙ୍ଗା ନଦୀ କୂଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ପୂଜା କରିଥାନ୍ତି। ଶହ ଶହ ସଂଖ୍ୟାରେ ମହିଳା ଏହି କଳସ ଯାତ୍ରା କରିଥାନ୍ତି। ଏହା ମଧ୍ୟ ଛଟ୍‌ ପୂଜାର ଏକ ଅଂଶବିଶେଷ। ଏହା ସହିତ ବିହାର୍‌ ଲୋକଗୀତ ମଧ୍ୟ ଏହି ପୂଜାରେ ଗାନ କରାଯାଇଥାଏ।

ଅଷ୍ଟମ ଦିନ(ଛଟ୍‌ ପୂଜା ବିସର୍ଜନ):
ଶେଷ ଦିନ ଅର୍ଥାତ୍‌ ଅଷ୍ଟମ ଦିନରେ ପରିବାରର ସମସ୍ତ ସଦସ୍ୟ ନଦୀ କୂଳକୁ ଯାଇ ପୂଜାରେ ବ୍ୟବହୃତ ହୋଇଥିବା ଫୁଲ ଓ ଫଳକୁ ନଦୀରେ ଭସାଇଥାନ୍ତି। ଏହି କାମ ସୂର୍ଯ୍ୟୋଦୟ ପୂର୍ବରୁ କରାଯାଇଥାଏ। ଏହା ସହିତ ପୂଜା ମଧ୍ୟ କରି ପରିବାର ସଦସ୍ୟଙ୍କ ମଙ୍ଗଳ କାମନା କରାଯାଇଥାଏ। ପୂଜା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ। ଏହିପରି ଭାବରେ ବିହାରରେ ଆଠ ଦିନ ଧରି ଦୀପାବଳି ଓ ଛଟ୍‌ ପୂଜା ପାଳନ କରାଯାଇଥାଏ।



from Odisha Reporter https://ift.tt/2qhOvaA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages