ଅପଦସ୍ଥ ପୁରୀ ପୁଲିସ ହାଙ୍ଗର ସିଲ ଖୋଲିଲା, ଦୁଇଟି ହେଲିକପ୍ଟର ଛାଡ଼ି ଦେଇ ପୁଣି ଗୋଟିଏ ସିଲ୍‌ କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଅପଦସ୍ଥ ପୁରୀ ପୁଲିସ ହାଙ୍ଗର ସିଲ ଖୋଲିଲା, ଦୁଇଟି ହେଲିକପ୍ଟର ଛାଡ଼ି ଦେଇ ପୁଣି ଗୋଟିଏ ସିଲ୍‌ କଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଉପରେ ବିପଜ୍ଜନକ ଭାବେ ଉଡ଼ିବା ଅଭିଯୋଗରେ ପୁରୀ ପୁଲିସ ଇମ୍ଫା ହାଙ୍ଗର ସିଲ୍‌ କରିଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଠାରୁ କ୍ଲିନ୍‌ଚିଟ୍‌ ମିଳିବା ପରେ ଆଜି ୪୨ ଦିନ ପରେ ହାଙ୍ଗର ସିଲ୍‌ ଖୋଲିଛି ପୁରୀ ପୁଲିସ। କିନ୍ତୁ ତୋଡ଼ ଦେଖାଇବା ପାଇଁ ପୁରୀ ପୁଲିସ ଗୋଟିଏ ହେଲିକପ୍ଟର ସିଲ୍‌ କରିରଖିଛି।

ଚିଲିକା ଉପରେ ବିପଜ୍ଜନକ ଉଡ଼ାଣ ଅଭିଯୋଗରେ ପୁରୀ ମେରାଇନ୍‌ ପୁଲିସ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ଇମ୍ଫା ହାଙ୍ଗର ସିଲ୍‌ କରିଥିଲା। ଆଜି ପୁରୀ ପୁଲିସର ଜଣେ ଏସ୍‌ଡିପିଓ ଓ ମେରାଇନ ଥାନା IICଙ୍କ ଉପସ୍ଥିତିରେ ସିଲ୍ ଖୋଲାଯାଇଛି। ମାତ୍ର ହାଙ୍ଗରରେ ଥିବାରେ ଥିବା ୩ ହେଲିକପ୍ଟର ମଧ୍ୟରୁ ଗୋଟିଏକୁ ପୁଣିଥରେ ସିଲ୍‌ କରିଛି ପୁରୀ ପୁଲିସ।

ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ମାମଲାରେ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ DGCA କ୍ଲିନ୍‌ଚିଟ୍‌ ଦେଇଥିଲା। ହେଲିକପ୍ଟର ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ କି ବିପଜ୍ଜନକ ଭାବେ ଉଡ଼ାଣ କରାଯାଇନାହିଁ। ଏପରିକି ହେଲିକପ୍ଟର ଚିଲିକାରେ ଅବତରଣ କରିନାହିଁ ବୋଲି DGCA ରିପୋର୍ଟରେ ଦର୍ଶାଇଛନ୍ତି। ଏହି ରିପୋର୍ଟ ପୁରୀ ପୁଲିସ କରିଥିବା ଷଡ଼ଯନ୍ତ୍ରମୂଳକ ମାମଲାର ପର୍ଦ୍ଦାଫାସ କରିବା ସହ ସେମାନଙ୍କୁ ଅପଦସ୍ଥ ମଧ୍ୟ କରିଦେଇଥିଲା। ତେଣୁ ଲଜ୍ଜା ନିବାରଣ ପାଇଁ ପୁଲିସ ଗୋଟିଏ ହେଲିକପ୍ଟରକୁ ସିଲ କରି ରଖିଥିବା କୁହାଯାଉଛି।

DGCA ରିପୋର୍ଟକୁ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ପୁରୀ ପୁଲିସ ପାଖକୁ ପଠାଇଦେଇଥିଲେ। ରିପୋର୍ଟ ପାଇବା ପରେ ପୁରୀ ପୁଲିସ ତା’ର ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଥିଲେ।

ସେତେବେଳେ DGCAଙ୍କ କ୍ଲିନ୍‌ଚିଟ୍‌କୁ ମାନିବାକୁ ନାରାଜ ଥିଲା ପୁରୀ ପୁଲିସ। DGCAଙ୍କଠାରୁ ପୁଣି ତଥ୍ୟ ମାଗିବ ବୋଲି ପୁରୀ ପୁଲିସ କହିଥିଲା। ଚିଲିକା ଉପରେ ନିର୍ଦ୍ଦିଷ୍ଟ କେତେ ଉଚ୍ଚତାରେ ହେଲିକପ୍ଟର ଉଡ଼ିଥିଲା ସେନେଇ DGCA ତଥ୍ୟ ଦେଇନଥିବାରୁ ସେହି ତଥ୍ୟ ପୁଣି ମଗାଯିବ ବୋଲି ପୂର୍ବରୁ ପୂର୍ବରୁ ପୁରୀ ଏସ୍‌ପି କହିଥିଲେ।



from Odisha Reporter https://ift.tt/2yCAclx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages