ଭାଇ ଦୁଷ୍କର୍ମ କଲେ, ସ୍ୱାମୀ ଛାଡ଼ପତ୍ର ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଭାଇ ଦୁଷ୍କର୍ମ କଲେ, ସ୍ୱାମୀ ଛାଡ଼ପତ୍ର ଦେଲେ

ମୁଜାଫରନଗର: ଦିଲ୍ଲୀରେ ଥିବା ଏକ ମସିଜିଦ୍‌ରେ ଇମାମ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଅଜବ ତଥା ଲଜ୍ଜାଜନକ କାରନାମା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲିଟିଛି। ଇମାମଙ୍କ ପତ୍ନୀ ବା ବେଗମଙ୍କୁ ଇମାମଙ୍କ ଭାଇ ପ୍ରଥମେ ଦୁଷ୍କର୍ମ କରିଥିଲେ। ଏହାପରେ ଇମାମ୍‌ ନିଜ ଭାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହିଳା ଜଣଙ୍କ ତାଙ୍କ ସହ ଏଭଳି କୁକର୍ମ କରିଥିବା ବ୍ୟକ୍ତିଙ୍କୁ ବିରୋଧ କରିବାକୁ ତାଙ୍କୁ ଶାଶୂ ଘର ଲୋକ ପ୍ରବଳ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଘଟଣା ବେଳେ ଇମାମ୍‌ ଘରେ ନଥିଲେ। ପୁଲିସ୍‌ ପୀଡ଼ିତାଙ୍କ ଭାଇଙ୍କ ବୟାନଙ୍କୁ ଭିତ୍ତି କରି ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇମାମ୍‌ ଓ ପୀଡ଼ିତା ଗତବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।



from Odisha Reporter https://ift.tt/2OTdkIV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages