ନଭେମ୍ବର ୧ରେ ଭାରତ ଛୁଇଁବ ଉତ୍ତରପୂର୍ବ ମୌସୁମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ନଭେମ୍ବର ୧ରେ ଭାରତ ଛୁଇଁବ ଉତ୍ତରପୂର୍ବ ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର କୃଷକମାନେ ନିର୍ଭର କରୁଥିବା ଉତ୍ତରପୂର୍ବ ମୌସୁମୀ ଆସନ୍ତା ନଭେମ୍ବର ୧ରେ ଭାରତ ଛୁଇଁବ। ସାଧାରଣତଃ ଏହା ଅକ୍ଟୋବର ୨୦ରେ ଭାରତରେ ପ୍ରବେଶ କରିଥାଏ। କିନ୍ତୁ ଏଥର ବିଳମ୍ବରେ ଭାରତରେ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବଙ୍ଗୋପସାଗରରେ ୩ଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାରୁ ଚଳିତ ବର୍ଷ ଉତ୍ତର ପୂର୍ବ ମୌସୁମୀ ଭାରତରେ ପ୍ରବେଶ କରିବାରେ ବିଳମ୍ବ ଘଟିଛି। ଉତ୍ତରପୂର୍ବ ମୌସୁମୀବାୟୁ ପ୍ରଭାବରେ ହେଉଥିବା ବର୍ଷା ଉପରେ ସାଧାରଣତଃ ତାମିଲନାଡୁ, ପୁଡୁଚେରୀ,ରୟାଲସୀମା ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ କେରଳର କିଛି ଅଂଶର ଚାଷୀମାନେ ନିର୍ଭର କରନ୍ତି।

ବର୍ତ୍ତମାନ ଉତ୍ତରପୂର୍ବ ମୌସୁମୀ ବଳୟ ଦକ୍ଷିଣ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ଦକ୍ଷିଣ ଭାରତରେ ବର୍ଷା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ମହାପାତ୍ର ଆକଳନ କରିଛନ୍ତି।



from Odisha Reporter https://ift.tt/2zaqVRj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages