୪୦ ଜଣ ସାମ୍ବାଦିକ ଓ ସରକାରୀ ଅଧିକାରୀଙ୍କୁ ନେଇ ଯାଉଥିବା ବୋଟ୍‌ ବୁଡ଼ିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

୪୦ ଜଣ ସାମ୍ବାଦିକ ଓ ସରକାରୀ ଅଧିକାରୀଙ୍କୁ ନେଇ ଯାଉଥିବା ବୋଟ୍‌ ବୁଡ଼ିଗଲା

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କ ସମେତ ୪୦ ଜଣ ସାମ୍ବାଦିକ, ଟିଭି କ୍ରୁ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ବୋଟ୍‌ ମୁମ୍ବାଇର ଆରବୀୟ ସମୁଦ୍ରରେ ବୁଡ଼ି ଯାଇଛି। ଏହି ୪୦ ଜଣ ବ୍ୟକ୍ତି ସମୁଦ୍ର ମଧ୍ୟରେ ପ୍ରସ୍ତାବିତ ଛତ୍ରପତି ଶିବାଜୀ ମହାରାଜ ସ୍ମାରକୀ ସ୍ଥଳଠାରେ ଆୟୋଜିତ ପୂଜାରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା।

ତେବେ ଅଘଟଣ ଘଟିବା ପୂର୍ବରୁ ତଟରକ୍ଷୀ ବାହିନୀ, ମେରାଇନ୍‌ ପୁଲିସ୍‌ ଓ ଅନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ହେଲିକପ୍ଟର ଯୋଗେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡ଼ିଛି।

ଘଟଣାଟି ଆଜି ଅପରାହ୍ଣ ୪.୧୫ରେ ଘଟିଥିଲା। ବର୍ତ୍ତମାନ ପୂଜା କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।



from Odisha Reporter https://ift.tt/2D1M3xv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages