ରାଜ୍ୟ ସରକାର ‘ବିଜୁ ଗୁଣ୍ଡା ବାହିନୀ’ କରି ବିଜୁବାବୁଙ୍କ ନାଁକୁ ଅପମାନ କରୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ରାଜ୍ୟ ସରକାର ‘ବିଜୁ ଗୁଣ୍ଡା ବାହିନୀ’ କରି ବିଜୁବାବୁଙ୍କ ନାଁକୁ ଅପମାନ କରୁଛନ୍ତି

ଅନୁଗୋଳ (ବିରଜା ଦାସ): ଶାସକ ବିଜେଡିର ପୁରୁଣା ରୋଗ ବାହାରିଛି। ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ନାଁରେ ଅପମାନ ଦେବାକୁ ଉଦ୍ୟମ କରାଯାଉଛି। ବାରିପଦାରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଓ ଆଜି ତାଳଚେରରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଶାସକ ଦଳର କିଛି କର୍ମୀ ଫୁଲତୋଡ଼ା ଦେଇ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।

ମିଳିଥିବା ଖବର ଅନୁଯାୟୀ, ଆଜି ତାଳଚେରସ୍ଥିତ କିଶୋର କ୍ଲବ୍‌ ଦଶହରା ଉତ୍ସବ ଆୟୋଜନ କରିଥିଲା। ଏଥିରେ ଯୋଗଦେବା ପାଇଁ ବୈଜୟନ୍ତ ପଣ୍ଡା ଯାଇଥିଲେ। ହଜାର ହଜାର ସମର୍ଥକଙ୍କ ଗହଣରେ ବୈଜୟନ୍ତ ସଭାସ୍ଥଳକୁ ଯାଉଥିବା ବେଳେ, ବାଟରେ ୧୫ରୁ ୨୦ ଜଣ ବ୍ୟକ୍ତି ତାଙ୍କୁ ଫୁଲତୋଡ଼ା ଦେବା ସହିତ ହଠାତ୍ ତାଙ୍କ ପ୍ରତି କିଛି ଅପମାନ ସୂଚକ ମନ୍ତବ୍ୟ ଦେଇଥିଲେ। ଶୋଭାଯାତ୍ରାରେ ଯାଉଥିବା ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ।

ସଭା ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଜୟନ୍ତ କହିଛନ୍ତି-“କିଶୋର କ୍ଲବ୍ ବହୁ ଭଲ କାମ କରୁଛି। ସେମାନଙ୍କ କାମ ସ୍ୱାଗତଯୋଗ୍ୟ। ସଭାରେ ଯୋଗଦେବା ପାଇଁ ଆମେ ଶୋଭାଯାତ୍ରାରେ ଆସୁଥିବା ବେଳେ ୧୫ରୁ ୨୦ ଜଣ ଯୁବକ ଆମକୁ ବିରୋଧ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲୋକେ ସେମାନଙ୍କୁ ସମର୍ଥନ ଦେଲେନାହିଁ। ରାଜ୍ୟ ସରକାର ବିଜୁ ଗୁଣ୍ଡା ବାହିନୀ କରି ବିଜୁ ବାବୁଙ୍କ ନାଁକୁ ଅପମାନ କରୁଛନ୍ତି। ସରକାରୀ ପଇସାରେ ବିରୋଧୀ ରାଜନୈତିକ ଦଳକୁ ହଇରାଣ ହରକତ କରିବା ପାଇଁ ଏମାନେ ଯେଉଁ କାମ କରୁଛନ୍ତି, ତାହା ଠିକ୍‌ ନୁହେଁ। ଖାସ୍‌କରି ମୋ ବିରୋଧରେ ମିଥ୍ୟା ଅଭିଯୋଗ ଲଗାଯାଉଛି। ମୋ ବିରୋଧରେ ଯେଉଁ ପୁରୁଣା ବିଜୁଳି ବିଲ୍‌ ପ୍ରସଙ୍ଗ ଉଠାଯାଉଛି, ଏହା ସଂପୂର୍ଣ୍ଣ ମିଛ କଥା। ଯେତେବେଳେ ମୁଁ ଦଳରେ ଥିଲି, ସେତେବେଳେ ଯାଞ୍ଚ କରାଯାଇଥିଲା। ସେଥିରୁ କିଛି ମିଳିନଥିଲା। ଏପରି ଅଭିଯୋଗକୁ ବର୍ଷ ବର୍ଷ ଧରି ମୁଁ ଖଣ୍ଡନ କରିଆସିଛି। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏବେ ଏହି କଥାକୁ ପୁଣି ଉଠା ଯାଉଛି। ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ତିନି ତୁଣ୍ଡରେ ଛେଳି କୁକୁର କରିବାକୁ ଚେଷ୍ଟା କରାଯାଉଛି। ସରକାରୀ ପଇସାରେ ରାଜନୀତି କରାଯାଉଛି। ଏଇଟା ଠିକ୍‌ କଥା ନୁହେଁ।”

ବୈଜୟନ୍ତ ଆହୁରି କହିଛନ୍ତି- “ଓଡ଼ିଶାର ଲକ୍ଷ ଲକ୍ଷ ପିଲା ରାଜ୍ୟରେ ନିଯୁକ୍ତି ପାଉନାହାନ୍ତି। ବାଧ୍ୟହୋଇ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ସେଠାରେ ହଇରାଣ ହରକତ ହେଉଛନ୍ତି। ସେହି ସମୟରେ ରାଜ୍ୟର ଉନ୍ନତି ଉପରେ ଫୋକସ କରିବା କଥା। ମାତ୍ର ତାହା ନକରି ସରକାରୀ ପଇସା ରାଜନୀତିରେ ଲଗାଇବା ଉଚିତ ନୁହେଁ।”



from Odisha Reporter https://ift.tt/2yVXGBE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages