
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବାଣିଜ୍ୟରେ ଆମେରିକାର ଏକଚାଟିଆ ଶାସନ ପାଇଁ ଉଦ୍ୟମକୁ ପ୍ରତିହତ କରିବାପାଇଁ ଭାରତ ଏବଂ ଚୀନ୍ ଏକାଠି ହେବାକୁ ଆହ୍ଵାନ କରିଛି ଚୀନ୍ ଦୂତାବାସ। ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିର ସମାଲୋଚନା କରି ଚୀନ୍ ପକ୍ଷରୁ କୁହାଯାଇଛି, ଜାତୀୟ ସୁରକ୍ଷା ଏବଂ ସ୍ୱଚ୍ଛ ବାଣିଜ୍ୟ ନାମରେ ଆମେରିକାର ରକ୍ଷଣଶୀଳ ମନୋଭାବ ଚୀନ୍ର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ଏତଦ୍ ବ୍ୟତୀତ ଭାରତର ବୃଦ୍ଧି ପାଉଥିବା ଅର୍ଥନୀତି ଉପରେ ମଧ୍ୟ ଚାପ ପକାଉଛି। ତେଣୁ ବିଶ୍ୱର ଏହି ଦୁଇ ବୃହତ୍ ରାଷ୍ଟ୍ର ଏକାଠି ହେବାର ଆବଶ୍ୟକତା ଅଛି ବୋଲି ଚୀନ୍ ମତ ଦେଇଛି।
ଏହି ଦୁଇ ରାଷ୍ଟ୍ରର ଅର୍ଥନୀତିକ ସମୃଦ୍ଧି ପାଇଁ ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ଠିକ୍ ରହିବା ଆବଶ୍ୟକ ବୋଲି ଗଣମାଧ୍ୟମରେ ଉତ୍ତର ରଖିବା ଅବସରରେ ଚୀନ୍ ଦୂତାବାସ ମୁଖପାତ୍ର ଜି ରଙ୍ଗ୍ କହିଛନ୍ତି। ଦକ୍ଷିଣ ଚୀନ୍ ସାଗର ବାବଦରେ ଆମେରିକା ଭୁଲ ତଥ୍ୟ ଦେଉଛି ଏବଂ ଏହାର ସମାଧାନ କେବଳ ଦ୍ୱିପାକ୍ଷିକ ଆଲୋଚନା ଏବଂ ବିଚାର ବିମର୍ଷ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2PpBnv3
No comments:
Post a Comment