ନିର୍ବାଚନ ପାଇଁ ସାଥୀ ଯୋଗାଡ଼ କରୁଛି ରାଜ୍ୟ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ନିର୍ବାଚନ ପାଇଁ ସାଥୀ ଯୋଗାଡ଼ କରୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା କଂଗ୍ରେସ ରାଜ୍ୟରେ ନିଜର ସହଯୋଗୀ ଖୋଜିବାରେ ବ୍ୟସ୍ତ । ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ କଂଗ୍ରେସ ଏବେ ଅନ୍ୟ ରାଜନୀତିକ ଦଳ ଓ ଶକ୍ତି ସହ ବୁଝାମଣା ପାଇଁ ମାର୍ଗ ପ୍ରଶସ୍ତ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଅନୁଷ୍ଠିତ ମହାସମାବେଶ ଏଭଳି ଦିଗକୁ ଇସାରା କରୁଛି।

ସୂଚନା ଅନୁସାରେ ରାଜ୍ୟ ସରକାର ଓ ଖୋର୍ଦ୍ଧା ବିଧାୟକଙ୍କ ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଆଜି ଅପରାହ୍ନରେ ଟାଙ୍ଗୀଠାରେ ଖୋରଧା ଜନଜାଗରଣ ମହାମେଣ୍ଟ ପକ୍ଷରୁ ଏକ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ, ବାମଦଳର ଜନାର୍ଦ୍ଦନ ପତି ଓ ରାମକୃଷ୍ଣ ପଣ୍ଡା, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, କଂଗ୍ରେସ ନେତା ସୁର ରାଉତରାୟ ଓ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଗୋଟିଏ ମଞ୍ଚରେ ଏକଜୁଟ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ବାତ୍ୟା ‘ତିତଲି’ ଆଶଙ୍କା ଭୟ ଓ ବର୍ଷା ସତ୍ତ୍ୱେ ଏହି ସମାବେଶରେ ପ୍ରାୟ ୩ହଜାର ଲୋକ ସାମିଲ ହୋଇଥିଲେ।

ଉଭୟ ବିଜେଡି ଓ ବିଜେପି ସରକାରର ଦୁର୍ନୀତି ଓ ଅରାଜକତା ବିରୋଧରେ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏଭଳି ସମଭାବାପନ୍ନ ଦଳକୁ ନେଇ ୩୦ରୁ ୪୦ଟି ସମାବେଶ କରିବା ନିମନ୍ତେ ସ୍ଥିର ହୋଇଛି। ତେବେ ସବୁଠୁ ବଡ଼ କଥା ହେଉଛି, ଡାକ୍ତର ରାଉତ ଓ ବାମଦଳର ନେତାମାନଙ୍କୁ ଏକଜୁଟ କରି କଂଗ୍ରେସ ଏଭଳି ସମାବେଶ ମାଧ୍ୟମରେ ଆଗାମୀ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି।

ସୂଚନା ଅନୁସାରେ ବାମଦଳ ଓ ଅନ୍ୟାନ୍ୟ ଛୋଟ ରାଜନୀତିକ ଦଳଗୁଡ଼ିକ ସହ କଂଗ୍ରେସ ନିର୍ବାଚନୀ ବୁଝାମଣା କରିବାର ସମ୍ଭାବନା ରହିଛି।



from Odisha Reporter https://ift.tt/2ybhrFT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages