ପରକୀୟା ପ୍ରୀତିର ଅଭିଯୋଗ ଆଣି ବୋହୂର ପାପୁଲି ଜାଳିଦେଲା ଶାଶୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ପରକୀୟା ପ୍ରୀତିର ଅଭିଯୋଗ ଆଣି ବୋହୂର ପାପୁଲି ଜାଳିଦେଲା ଶାଶୂ

ମଥୁରା: ସୁମନି ଓ ଜୟବୀର ଉତ୍ତର ପ୍ରଦେଶର ପବିତ୍ର ସହର ମଥୁରାରେ ଗତବର୍ଷ ଏପ୍ରିଲ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ଏକ ଆରେଞ୍ଜଡ ମ୍ୟାରେଜ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁମନିଙ୍କ ଭଉଣୀ ପୁଷ୍ପା ମଧ୍ୟ ସେହିଦିନ ଜୟବୀରଙ୍କ ଭାଇ ୟଶବୀରଙ୍କୁ ବିବାହ କରିଥିଲେ। ତେବେ ବିବାହର ୬ ମାସ ପରେ ଶାଶୂ ତାଙ୍କ ବୋହୂ ସୁମନିଙ୍କ ବିରୋଧରେ ଆଣିଲେ ପରକୀୟପ୍ରୀତି ଭଳି ସଂଗିନ ଅଭିଯୋଗ। ଏହାପରେ ହସଖୁସିର ସଂସାର ମଧ୍ୟରେ ସୃଷ୍ଟି ହୋଇଥିଲା ଅଶାନ୍ତିର ଝଡ଼।

ଏହାପରେ ସୁମନିଙ୍କୁ ଦେବାକୁ ପଡ଼ିଥିଲା ଅଗ୍ନିପରୀକ୍ଷା। ଜଣେ ତାନ୍ତ୍ରିକଙ୍କ କଥାରେ ଶାଶୂ ଜଣଙ୍କ ସୁମାନିଙ୍କ ହାତ ପାପୁଲିରେ ନିଆଁ ଜାଳି ପରୀକ୍ଷା ଦେବାକୁ କହିଥିଲେ। ସୁମାନି ଏପରି କରିବାକୁ ମନା କରିବାରୁ ଶାଶୂ ତାଙ୍କୁ ମାଡ଼ ମାରିବା ସହ ହାତ ପାପୁଲିରେ ଜୋରଜବରଦସ୍ତି କରି କାଠ ଜାଳିଥିଲେ।

ଫଳରେ ସୁମାନିଙ୍କ ହାତ ପାପୁଲି ସଂପୂର୍ଣ୍ଣ ଜଳିଯାଇଛି। ପୋଡ଼ା ପାପୁଲି ସମ୍ପର୍କରେ ପ୍ରତିକ୍ରିୟା ଦେଇ ସୁମନି କହିଛନ୍ତି, “ ମୋ ଶାଶୂ ଘର ଲୋକ ମୋତେ ମାଡ଼ ମାରିବା ସହ ମୁଁ ପର ପୁରୁଷଙ୍କ ସହ ସମ୍ପର୍କ ରଖୁଛି ବୋଲି ଅଭିଯୋଗ କରୁଛନ୍ତି। ମୁଁ ମିଛ କହୁଛି ବୋଲି ମଧ୍ୟ ସେମାନେ କହୁଛନ୍ତି। ପରକୀୟାପ୍ରୀତି ନୁହେଁ, ବରଂ ଯୌତୁକ ପାଇଁ ସେମାନେ ମୋତେ ଦୀର୍ଘ ମାସ ହେଲା ନିର୍ଯାତନା ଦେଇ ଆସୁଛନ୍ତି। ”

ସୁମନି କହିଛନ୍ତି, ମୁଁ ଶୋଇଥିବା ବେଳେ ମୋ ସ୍ୱାମୀ ଥରେ ଏକ ଧାରୁଆ ଛୁରୀରେ ମୋ ହାତ କାଟି ଦେଇଥିଲେ। ମୁଁ ତାଙ୍କ ସହ ଧୋକା କରୁଛି ବୋଲି ମିଥ୍ୟା ଅଭିଯୋଗ ଆଣି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏନେଇ ସୁମନି ପୁଲିସ୍‌କୁ ଜଣାଇଥିଲେ ମଧ୍ୟ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି। ସୁମନି ଏବେ ପୁଣିଥରେ ତାଙ୍କ ଶାଶୂ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ହାତରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରି ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି।

ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2CG1la9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages