ଭୂମିହୀନଙ୍କୁ ସରକାରଙ୍କ ମିଛ ଜମି ବଣ୍ଟାର ପର୍ଦ୍ଦାଫାଶ: ଜିଲ୍ଲାପାଳଙ୍କ ତଥ୍ୟରୁ ସତ ଧରିଲେ ଖାଦ୍ୟ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଭୂମିହୀନଙ୍କୁ ସରକାରଙ୍କ ମିଛ ଜମି ବଣ୍ଟାର ପର୍ଦ୍ଦାଫାଶ: ଜିଲ୍ଲାପାଳଙ୍କ ତଥ୍ୟରୁ ସତ ଧରିଲେ ଖାଦ୍ୟ କମିଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ। ଦେଢ଼ ବର୍ଷ ଧରି ରାଜ୍ୟ ସରକାର କରୁଛନ୍ତି ଏହି ପ୍ରଚାର। ଜଙ୍ଗଲ ଜମିରେ ରହୁଥିବା ୪ ଲକ୍ଷ ୨୦ ହଜାର ଭୂମିହୀନ ଗରିବଙ୍କୁ ଜମି ପଟ୍ଟା ବଣ୍ଟନ ହୋଇଛି ବୋଲି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ କହୁଛନ୍ତି। ହେଲେ ବାସ୍ତବ ଚିତ୍ରର ଗୁମର ଖୋଲିଛନ୍ତି ରାଜ୍ୟ ଖାଦ୍ୟ କମିଶନ।

ଜିଲ୍ଲାପାଳଙ୍କ ପାଖରୁ ଆସିଥିବା ତଥ୍ୟକୁ ଆଧାର କରି ଫୁଡ୍‌ କମିଶନ ଲେଖିଛନ୍ତି, ୪ ଲକ୍ଷ ୨୨ ହଜାର ଲୋକଙ୍କୁ ପଟ୍ଟା ଦିଆଯାଇଥିବା ବେଳେ ୧ ଲକ୍ଷ ୨୯ ହଜାର ଲୋକଙ୍କ ଜମି ଚିହ୍ନଟ ହୋଇନି। ୬ ଟି ଜିଲ୍ଲାରେ ଏହି ସମସ୍ୟା ଗମ୍ଭୀର ରହିଛି। ତେଣୁ ସ୍ପେଶାଲ ଡ୍ରାଇଭ କରି ଜମି ଚିହ୍ନଟ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ କମିଶନ। ବିଡମ୍ବନାର ବିଷୟ ହେଉଛି, ପୁରୀ ଜିଲ୍ଲାର ଗୋଟିଏ ବି ଲୋକଙ୍କୁ ଜଙ୍ଗଲ ଜମି ଅଧିକାରରେ ପଟ୍ଟା ମିଳନି। କମିଶନ ଉଦ୍‌ବେଗ ପ୍ରକାଶ କରି ଲେଖିଛନ୍ତି, ଜମି ପଟ୍ଟା ଦେବା ପରେ ମଧ୍ୟ ଖୋର୍ଦ୍ଧା ଓ ଗଞ୍ଜାମ ସମେତ ୮ ଟି ଜିଲ୍ଲାରେ ଯଦିଓ ଜମି ଚିହ୍ନଟରେ କିଛିଟା ଅଗ୍ରଗତି ହୋଇଛି, ତଥାପି ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଟଙ୍କାକୁ ବ୍ୟବହାର କରି ଏହାକୁ ଉପଯୋଗୀ କରାଯାଇପାରିନି।

ଏପଟେ ସରକାରଙ୍କ ଜଙ୍ଗଲ ଜମି ଅଧିକାର ତଥ୍ୟକୁ ନେଇ ବିବାଦ ବଢୁଛି। ଖୋଦ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ସରକାରଙ୍କ ତଥ୍ୟକୁ ଭୁଲ ବୋଲି କହି କେବଳ କାଗଜ କଲମରେ ଜମି ପଟ୍ଟା ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ସରକାରଙ୍କ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି।

କିଏ କ’ଣ କହୁଛନ୍ତି

କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି-“ରାଜ୍ୟ ସରକାର କାଗଜପତ୍ରରେ ନମ୍ୱର ୱାନ ହୋଇଛନ୍ତି। ପ୍ରକୃତରେ କିଛି ହୋଇନାହିଁ। ଲୋକମାନଙ୍କୁ ଭକୁଆ ବନା ଯାଇଛି। ଏପରି ୧୦ ବର୍ଷ ହେଲା ରାଜ୍ୟ ସରକାର ଲୋକଙ୍କୁ ଠକୁଛନ୍ତି।”

ପିସିସି ମୁଖପାତ୍ର ବିଭୁପ୍ରସାଦ ତରେଇ କହିଛନ୍ତି-“ଗରିବ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କିନ୍ତୁ ରାଜ୍ୟ ସରକାର ଯେଉଁ ତଥ୍ୟ ରଖୁଛନ୍ତି, ତାହା ଭିତ୍ତିହୀନ ଓ କେବଳ କାଗଜକଲରେ। କେବଳ ବାହାବା ନେବା ପାଇଁ ଏପରି କରୁଛନ୍ତି।”

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି-“କେନ୍ଦ୍ରମନ୍ତ୍ରୀ କଣ କହିଛନ୍ତି ମୁଁ ଜାଣିନାହିଁ। କିନ୍ତୁ ସେ ସବୁବେଳେ ରାଜ୍ୟ ସରକାରଙ୍କ ବିରୋଧରେ ମିଛ କହିଥାଆନ୍ତି। ଆମେ ପ୍ରତି ଜିଲ୍ଲାକୁ ଗସ୍ତ କରି ଜମି ପଟ୍ଟା ପ୍ରଦାନ କରିଛୁ।”



from Odisha Reporter https://ift.tt/2CSi7D3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages