ଅଡ଼ୁଆରେ ଇମ୍ରାନ୍‌ ଖାନ୍‌, ଭଉଣୀଙ୍କ ନାଁରେ ଦୁବାଇରେ ରହିଛି ବେନାମୀ ସମ୍ପତ୍ତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଅଡ଼ୁଆରେ ଇମ୍ରାନ୍‌ ଖାନ୍‌, ଭଉଣୀଙ୍କ ନାଁରେ ଦୁବାଇରେ ରହିଛି ବେନାମୀ ସମ୍ପତ୍ତି!

ଇସ୍‌ଲାମାବାଦ: ନୂଆ ପାକିସ୍ତାନ ତଥା ଦୁର୍ନୀତିମୁକ୍ତ ପାକିସ୍ତାନର ନାରା ଦେଇ କ୍ରିକେଟରରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କ ଅଡ଼ୁଆ ବଢ଼ିବା ଆରମ୍ଭ ହୋଇଛି। ସର୍ବଦା ଭ୍ରଷ୍ଟାଚାର ଓ ବେନାମୀ ସମ୍ପତ୍ତି ବିରୋଧରେ ସ୍ୱର ଉଠାଇ ଆସିଥିବା ଇମ୍ରାନ୍‌ ନିଜ ଭଉଣୀଙ୍କ ନାଁରେ ଦୁବାଇରେ ଥିବା ବେନାମୀ ସମ୍ପତ୍ତିକୁ ନେଇ ଅଠାକାଠିରେ ପଡ଼ିଛନ୍ତି।

ଆଜି ପାକ ଫେଡରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି ପାକିସ୍ତାନ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କିଛି ସରକାରୀ ଅଫିସର ଓ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଭଉଣୀ ଅଲୀମା ଖାନୁମ ଦୁବାଇରେ ଏକାଧିକ ବେନାମୀ ସମ୍ପତ୍ତି ରଖିଥିବା କୁହାଯାଇଛି।

ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଇମ୍ରାନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, କ୍ଷମତାସୀନ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌(ପିଟିଆଇ) ନେତା ମୁମ୍ମତାଜ ଅହମଦ ମୁସଲିମଙ୍କ ନାଁରେ ସର୍ବାଧିକ ୧୬ଟି ବେନାମୀ ସମ୍ପତ୍ତି ଥିବା ବେଳେ ପୂର୍ବତନ ପିପିପି ମନ୍ତ୍ରୀ ଅମୀନ୍‌ ଫମେହଙ୍କ ପତ୍ନୀ ରିଜୱାନ୍‌ ଅମୀନଙ୍କ ନାଁରେ ୪ଟି ବେନାମୀ ସମ୍ପତ୍ତି ରହିଛି। ସେହିପରି ପିଏମ୍‌ଏଲ୍‌ଏନ୍‌ର ସାଂସଦ ଅନୱର ବାଗିଙ୍କ ପତ୍ନୀ ଏକ ଆପାର୍ଟମେଣ୍ଟର ମାଲିକ ଥିବା ରିପୋର୍ଟରେ କୁହାଯାଇଛି। ଏମାନଙ୍କ ବ୍ୟତୀତ ଏକାଧିକ ରାଜନେତାଙ୍କ ନାଁ ଏହି ତାଲିକାରେ ରହିଛି।



from Odisha Reporter https://ift.tt/2yBpBHP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages