ମହିଳା କମିଶନ ଅଧ୍ୟକ୍ଷା ପଦ: ଦୁଇ ବିଜେଡି ନେତ୍ରୀଙ୍କ ପାଇଁ ନେତାଙ୍କ ଲବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ମହିଳା କମିଶନ ଅଧ୍ୟକ୍ଷା ପଦ: ଦୁଇ ବିଜେଡି ନେତ୍ରୀଙ୍କ ପାଇଁ ନେତାଙ୍କ ଲବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଥିବାରୁ ଏହି ପଦବୀରେ ରାଜନୀତିକ ଥଇଥାନ ପାଇଁ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେଡିର ଦୁଇ ଜଣ ନେତ୍ରୀ ନିଜ ନିଜର ଗଡ୍ ଫାଦରଙ୍କ ମାଧ୍ୟମରେ ମହିଳା କମିଶନ ଅଧ୍ୟକ୍ଷା ପଦବୀ ହାତେଇବା ପାଇଁ ଲବି ଜୋରଦାର କରିଥିବା ସୂଚନା ମିଳିଛି।

ମହିଳା କମିଶନ ଅଧ୍ୟକ୍ଷା ଭାବେ ଶ୍ରୀମତୀ ବକ୍ସିପାତ୍ରଙ୍କୁ ପ୍ରଥମେ ୨୦୧୨ ମସିହାରେ ରାଜନୀତିକ ଥଇଥାନ କରାଯାଇଥିଲା। ତାଙ୍କୁ ୨୦୧୫ ମସିହାରେ ଦ୍ୱିତୀୟ ଥର ପାଇଁ ଏହି ପଦରେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା। ରାଜ୍ୟରେ ଗତ କିଛିବର୍ଷ ହେଲା ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧ ବଢ଼ି ଚାଲିଥିବାବେଳେ ମହିଳା କମିଶନ ଆଖିଦୃଶିଆ ପଦକ୍ଷେପ ଓ କାର୍ଯ୍ୟକ୍ରମ ହାତକୁ ନେବାରେ ସକ୍ଷମ ହୋଇନଥିବାରୁ ଶାସକ ବିଜେଡିକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଛି। ଏହି କାରଣରୁ ଦଳ ପକ୍ଷରୁ ଏବେ ଜଣେ ଅଭିଜ୍ଞ ଓ ଦକ୍ଷ ନେତ୍ରୀଙ୍କୁ ମହିଳା କମିଶନ ଅଧ୍ୟକ୍ଷା ପଦରେ ରାଜନୀତିକ ଥଇଥାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁସାରେ ମହିଳା କମିଶନ ଅଧ୍ୟକ୍ଷା ପଦ ପାଇଁ ବିଜେଡି ମୁଖପାତ୍ର ସୁଲୋଚନା ଦାସ ଓ ପ୍ୟାନେଲିଷ୍ଟ ସୁଲତା ଦେଓ ଏବେ ଜୋରଦାର ଲବି କରୁଛନ୍ତି। ସୁଲୋଚନା ଗତବର୍ଷ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବାବେଳେ ସୁଲତା ପୂର୍ବରୁ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିସାରିଛନ୍ତି।

ସୁୁଲୋଚନାଙ୍କ ସପକ୍ଷରେ ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ ଲବି କରୁଥିବାବେଳେ ସୁଲତାଙ୍କ ପାଇଁ ଦଳର ପ୍ରଭାବଶାଳୀ ଯୁବନେତା ଅରୁଣ ସାହୁ ଓ ଅନ୍ୟମାନେ ଲବି କରୁଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ଦୁଇ ନେତ୍ରୀଙ୍କ ପାଇଁ ଅନ୍ୟମାନେ ବି ଲବି କରୁଛନ୍ତି କିନ୍ତୁ ପ୍ରତାପ ଓ ଅରୁଣଙ୍କ ଲବି ଅଧିକ ଜୋରଦାର ରହୁଥିବା ଜଣାପଡ଼ିଛି।

ବିଜେଡିରେ ପ୍ୟାରୀ ମହାପାତ୍ରଙ୍କ ପ୍ରଭାବ ଥିବାବେଳେ ସୁଲତା ତାଙ୍କର ଖାସ୍ ଅନୁଗତ ହୋଇ ପଞ୍ଚାୟତ ରାଜନୀତିରୁ ରାଜ୍ୟ ରାଜନୀତିକୁ ଆସିବାରେ ସକ୍ଷମ ହୋଇଥିଲେ। ପ୍ୟାରୀଙ୍କ ମେ-୨୯ ବିଦ୍ରୋହ ଘଟଣା ପରେ ଦୀର୍ଘଦିନ ଧରି ଦଳରେ ଅଲୋଡ଼ା ହୋଇ ରହିଥିବା ସୁଲତା ଗତ ୨-୩ବର୍ଷ ମଧ୍ୟରେ ନିଜକୁ ପୁଣିଥରେ ଦଳର ମୁଖ୍ୟସ୍ରୋତକୁ ଆଣିପାରିଛନ୍ତି।

ସେହିପରି କଂଗ୍ରେସ ଛାଡ଼ି ବିଜେଡିରେ ମିଶିବାର ମାତ୍ର ୩-୪ ମାସ ମଧ୍ୟରେ ସୁଲୋଚନା ଦଳର ମୁଖପାତ୍ର ଟିମରେ ସାମିଲ ହୋଇଛନ୍ତି। ଅବଶ୍ୟ କଂଗ୍ରେସରେ ସୁଲୋଚନାଙ୍କୁ ଯେଭଳି ଗୁରୁତ୍ୱ ମିଳୁଥିଲା ତାହା ତାଙ୍କୁ ବିଜେଡିରେ ମିଳୁନଥିଲେ ମଧ୍ୟ ପ୍ରତାପ ଦେବ ଓ ଅନ୍ୟ କିଛି ପ୍ରଭାବଶାଳୀ ଯୁବନେତାଙ୍କ ସହଯୋଗରେ ସେ ମହିଳା କମିଶନ ଅଧ୍ୟକ୍ଷା ପଦକୁ ହାତେଇବେ ବୋଲି ଆଶାବାଦୀ ଥିବା ବିଜେଡିରେ ଚର୍ଚ୍ଚା ହେଉଛି।

ଏହି ଦୁଇ ନେତ୍ରୀଙ୍କୁ ମଧ୍ୟ ରାଜ୍ୟର ବିଭିନ୍ନ ଭାଗରେ ହେଉଥିବା ନିର୍ବାଚନମଣ୍ଡଳୀସ୍ତରୀୟ ମହିଳା ସମାବେଶରେ ଦେଖିବାକୁ ମିଳୁଛି। ଅବଶ୍ୟ ଅନ୍ୟ ନେତ୍ରୀମାନେ ବି ନିଜ ନିଜ ସ୍ତରରେ ଏହି ପଦ ହାତେଇବା ପାଇଁ ଲବି କରୁଥିବା ସୂଚନା ମିଳିଛି। ତେବେ ରାଜନୀତିକ ଦୃଷ୍ଟିକୋଣରୁ ଦକ୍ଷିଣ ଓଡ଼ିଶାର ନେତ୍ରୀ ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନଙ୍କୁ ମହିଳା କମିଶନ ଅଧ୍ୟକ୍ଷା ପଦରେ ଆସୀନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୧୪ରେ କବିସୂର୍ଯ୍ୟନଗରରୁ ବିଧାନସଭା ପ୍ରାର୍ଥୀ ହେବାରୁ ଶେଷ ମୁହୂର୍ତରେ ଲତିକା ବାଦ୍ ପଡ଼ିଥିଲେ। ତେବେ ଚଳିତଥର ଗଞ୍ଜାମ ଜିଲ୍ଲାରେ ରାଜନୀତିକ ସମୀକରଣ ଭିନ୍ନ ହୋଇଥିବାରୁ ବିଜେଡି ଏବେଠୁ ଲତିକାଙ୍କୁ ମହିଳା କମିଶନ ଅଧ୍ୟକ୍ଷା ପଦରେ ଥଇଥାନ କରିବା ଚକ୍କରରେ ରହିଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଲୋପାମୁଦ୍ରା ବକ୍ସିପାତ୍ରଙ୍କ କାର୍ଯ୍ୟକାଳ ଡିସେମ୍ବର ୨ ତାରିଖରେ ଶେଷ ହେଉଛି।



from Odisha Reporter https://ift.tt/2Ri4AZk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages