
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଭାରତରେ ବର୍ତ୍ତମାନ ଯେତେ ମୋବାଇଲ୍ ଉପଭୋକ୍ତା ଅଛନ୍ତି, ସେଥିରୁ କାହାରବି କନେକ୍ସନ ରଦ୍ଦ ହୋଇନାହିଁ। କି ଆଗକୁ ରଦ୍ଦ ହେବାର ଆଶଙ୍କା ମଧ୍ୟ ନାହିଁ। ଟେଲିକମ୍ୟୁନିକେଶନ ବିଭାଗ ଏବଂ ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଗୁରୁବାର ଏଭଳି କୁହାଯାଇଛି।
କିଛି ଦିନ ପୂର୍ବରୁ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ପ୍ରାୟ ୫୦ କୋଟି ମୋବାଇଲ୍ ନମ୍ବର ଡିସ୍କନେକ୍ଟ ହୋଇଯିବାର ଆଶଙ୍କା ରହିଛି। ଯେଉଁ ମୋବାଇଲ୍ ନମ୍ବର ସବୁକୁ ଆଧାର ପ୍ରମାଣପତ୍ର ଭିତ୍ତିରେ ସଂଯୋଗ ମିଳିଛି ତାହା ଅନ୍ୟ ଆଇଡେଣ୍ଟିଫିକେଶନ ଦ୍ୱାରା ଭେରିଫାଏ ହୋଇ ନଥିଲେ ରଦ୍ଦ ହୋଇଯିବ।
ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାର ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କଲା ପରେ ଏଭଳି ଖବର ପ୍ରକାଶ ପାଇଥିଲା।
from Odisha Reporter https://ift.tt/2AglFgM
No comments:
Post a Comment