ଶେଷରେ ସ୍ପଟ୍‌ ଫିକ୍ସିଂ କରିଥିବା ମାନିଲେ ପାକ୍‌ ବୋଲର୍‌ ଦାନୀଶ କାନେରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଶେଷରେ ସ୍ପଟ୍‌ ଫିକ୍ସିଂ କରିଥିବା ମାନିଲେ ପାକ୍‌ ବୋଲର୍‌ ଦାନୀଶ କାନେରିଆ

ଇସ୍‌ଲାମାବାଦ: କ୍ରିକେଟ୍‌ରୁ ବ୍ୟାନ୍‌ ହୋଇଥିବା ପାକିସ୍ତାନର ପ୍ରଥମ ହିନ୍ଦୁ ବୋଲର୍‌ ଦାନୀଶ କାନେରିଆ ଶେଷରେ ସ୍ପଟ୍‌ ଫିକ୍ସିଂ କରିଥିବା କଥା ସ୍ୱୀକାର କରିଛନ୍ତି। ଏଥିସହ ସେ ସମସ୍ତ କ୍ରିକେଟ୍‌ ଫ୍ୟାନ୍‌ମାନଙ୍କୁ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ସେ କହିଛନ୍ତି, “ ବର୍ତ୍ତମାନ କ୍ରିକେଟ୍‌ ବୋର୍ଡ, ମୋ ଫ୍ୟାନ୍‌ ଓ ପାକିସ୍ତାନବାସୀଙ୍କୁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି। ସେମାନେ ମୋ ପରିସ୍ଥିତିକୁ ବୁଝିବା ସହ ମୁଁ କରିଥିବା ଭୁଲ୍‌ ପାଇଁ କ୍ଷମା ଦିଅନ୍ତୁ। ମୁଁ ବୁକି ଅନୁ ଭଟ୍ଟଙ୍କ କଥାରେ ପଡ଼ି ବଡ଼ ଭୁଲ କରିଦେଇଥିଲି। ଭୁଲ କରିବା ସତ୍ତ୍ୱେ ମଧ୍ୟ ଏକଥାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିଲି। ଏଥିପାଇଁ ମୁଁ ଅନେକ ପଶ୍ଚାତାପ କରିଛି। ଅନେକ କିଛି ହରାଇଛି।”

ଦାନୀଶଙ୍କ ସ୍ଵୀକାରୋକ୍ତି ଶୁଣି ପାକିସ୍ତାନ କ୍ରିକେଟ୍‌ ପ୍ରେମୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଏଥିସହ ପୂର୍ବତନ କ୍ରିକେଟର୍‌ମାନେ ମଧ୍ୟ ଏଭଳି ବୟାନ ଶୁଣି ସ୍ତବ୍ଧ ହୋଇଯାଇଛନ୍ତି।

ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ରଶିଦ ଲତିଫ୍‌ କହିଛନ୍ତି, ଦାନୀଶଙ୍କ ନାଁରେ ଯେତେବେଳେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା, ସେତେବେଳେ ମୁଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧିକାରୀଙ୍କୁ ସାକ୍ଷାତ କରିଥିଲି। ଦାନୀଶଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ପିସିବିକୁ ଅନୁରୋଧ କରିଥିଲି। ଭାବିଥିଲି ଦାନୀଶ ନିର୍ଦ୍ଦୋଷ। ହେଲେ ଏବେ ମୋର ଭାବନା ଭୁଲ ଥିଲା ବୋଲି ସେ କହିଛନ୍ତି।

୨୦୧୦ରେ କାଉଣ୍ଟି ମ୍ୟାଚ୍‌ରେ ଦାନୀଶ ସ୍ପଟ୍‌ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ହିଁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରଖାଯାଇଛି।



from Odisha Reporter https://ift.tt/2RZ4ibi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages