ଏଇ କ୍ଲବରେ ସାମିଲ ହେବେ କି ବିରାଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଏଇ କ୍ଲବରେ ସାମିଲ ହେବେ କି ବିରାଟ !

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ପାଖରେ ଆଉ ଏକ ମାଇଲ୍‌ଷ୍ଟୋନ୍‌ ହାସଲ କରିବାର ସୁଯୋଗ ରହିବ। ୨୯ ବର୍ଷୀୟ କୋହଲି ଏବେ ବିଶ୍ୱର ନଂ୧ ବ୍ୟାଟସ୍‌ମ୍ୟାନ୍‌ ଭାବେ ଗଣାଯାଉଛନ୍ତି।

ତେବେ ସେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ରେ ୧୦ ହଜାର ରନ୍‌ କ୍ଲବରେ ନିଜକୁ ସାମିଲ କରିବାର ସୁଯୋଗ ପାଇବେ। ଯଦି କୋହଲି ତାଙ୍କ ରନ୍ ସଂଖ୍ୟା ୧୦ ହଜାରକୁ ପହଞ୍ଚାଇ ଦିଅନ୍ତି, ତା’ହେଲେ ଏଭଳି ରେକର୍ଡ କରିବାରେ ସେ ୫ମ ଭାରତୀୟ ଓ ବିଶ୍ୱର ୧୩ତମ ଖେଳାଳି ହେବାର ଗୌରବ ହାସଲ କରିବେ।

ବିରାଟ୍‌ ବର୍ତ୍ତମାନ ସୁଦ୍ଧା ୨୧୧ଟି ଦିନିକିଆ ମ୍ୟାଚ୍‌ରେ ୫୮.୨୦ ହାରରେ ୯୭୭୯ ରନ୍‌ କରିଛନ୍ତି। ଅର୍ଥାତ ସେ ୧୦ ହଜାର ରନ୍‌ଠାରୁ ମାତ୍ର ୨୨୧ ରନ୍‌ ପଛରେ ରହିଛନ୍ତି। ବିରାଟ୍‌ ଏବେ ଯେଉଁ ଫର୍ମରେ ଅଛନ୍ତି, ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ହିଁ ଏହି ମାଇଲଷ୍ଟୋନ୍‌ ହାସଲ କରିପାରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଯଦି ବିରାଟ୍‌ ୨୨୧ ରନ୍‌ କରିବାରେ ସଫଳ ହୁଅନ୍ତି,ତା’ହେଲେ ସେ ୫ମ ଭାରତୀୟ ଭାବେ ୧୦ ହଜାର ରନ୍‌ କ୍ଲବରେ ସାମିଲ ହେବେ। ବର୍ତ୍ତମାନ ଏହି ରନ୍‌ କ୍ଲବ୍‌ରେ ସୌରଭ ଗାଙ୍ଗୁଲି, ସଚିନ୍‌ ତେନ୍ଦୁଲକର, ରାହୁଲ ଡ୍ରାଭିଡ୍‌ ଓ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି।

ବ୍ୟାଟିଂ ମହାନାୟକ ସଚିନ୍‌ ତେନ୍ଦୁଲକର ଦିନିକିଆରେ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେ ଦିନିକିଆରେ ୧୮୪୨୬ ରନ୍‌ ହାସଲ କରିଛନ୍ତି। ତାଙ୍କ ପଛକୁ ୧୪୨୩୪ ରନ୍‌ ସହ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୧୦ ହଜାର ରନ୍‌ କ୍ଲବ୍‌ରେ ଥିବା ଖେଳାଳିମାନେ ହେଲେ, ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୧୩୭୦୪), ଶ୍ରୀଲଙ୍କାର ସନଥ ଜୟସୁରିୟା(୧୩୪୩୦), ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନ(୧୨୬୫୦), ପାକିସ୍ତାନର ଇଞ୍ଜାମାମ-ଉଲ୍ ହକ(୧୧୭୩୯),ଦକ୍ଷିଣ ଆଫ୍ରିକାର ଜ୍ୟାକ କ୍ୟାଲିସ୍‌ (୧୧୫୭୯), ସୌରଭ ଗାଙ୍ଗୁଲି(୧୧୩୬୩),ରାହୁଲ ଡ୍ରାଭିଡ୍‌(୧୦୮୮୯),ୱେଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା(୧୦୪୦୫),ଶ୍ରୀଲଙ୍କାର ତିଲକରତ୍ନେ ଦିଲଶାନ(୧୦୨୯୦) ଓ ଭାରତର ମହେନ୍ଦ୍ର ସିଂହ ଧୋନି(୧୦୧୨୩)।



from Odisha Reporter https://ift.tt/2J3JOKh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages