ରାଜ୍ୟ ଭାଟ୍‌ କମାଇବା ଦାବିରେ ବିଜେପିର ପାଲଟା ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ରାଜ୍ୟ ଭାଟ୍‌ କମାଇବା ଦାବିରେ ବିଜେପିର ପାଲଟା ଆକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଦର ଅଢ଼େଇ ଟଙ୍କା କମ୍‌ କରିଛନ୍ତି। ଏହା ପରେ ଭ୍ୟାଟ୍‌ କମାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅପିଲ୍‌କୁ ଗ୍ରହଣ କରି ବିଜେପି ଶାସିତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନ ସମେତ ୧୫ଟି ରାଜ୍ୟ ନିଜ ତରଫରୁ ଅଢ଼େଇ ଟଙ୍କା କର ଛାଡ଼ କରିଛନ୍ତି। ହେଲେ ଓଡ଼ିଶା ସରକାର ତର୍ଜମା ଚାଲିଥିବାର ବାହାନା କରି ଚୁପ୍‌ ବସିଛି। ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି।

ରାଜ୍ୟର ବିଜେଡି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବିଜେପି ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛି। ‘ହୀନ ରାଜନୀତି’ ଛାଡ଼ି ଓଡ଼ିଶା ସରକାର ତୁରନ୍ତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେବାକୁ ଦାବି କରିଛି ବିଜେପି।

ଜବାବରେ ବିଜେଡି କହିଛି, ରାଜ୍ୟ ସରକାର ଏ ନେଇ ବିଚାର କରୁଛନ୍ତି। ତେବେ କେନ୍ଦ୍ର ଯେତିକି ଦାମ୍ କମାଇଛି ୧୫ ଦିନ ଭିତରେ ପୁଣି ସେତିକି ଭରଣା ହୋଇଯିବ। ତେଣେ ତୈଳଦର ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍‌ କରିଛି କଂଗ୍ରେସ।

କେନ୍ଦ୍ର ସରକାର ଗତକାଲି ଉତ୍ପାଦନ ଶୁଳ୍କ ବାବଦକୁ ଦେଢ଼ ଟଙ୍କା ଓ ତୈଳ କମ୍ପାନୀ ଗୁଡିକ ୧ ଟଙ୍କା ହିସାବରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ଅଢ଼େଇ ଟଙ୍କା କମାଇଥିଲେ। କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଗତକାଲି ମଧ୍ୟରାତ୍ରୀରୁ ମଧ୍ୟ ତୈଳଦର କମି ସାରିଛି। ଫଳରେ ହୁ ହୁ ହୋଇ ବଢ଼ି ଚାଲିଥିବା ତୈଳ ଦରରେ ସାମାନ୍ୟ ବ୍ରେକ୍‌ ଲାଗିଛି।

କିଏ କ’ଣ କହୁଛନ୍ତି

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ରାଜ୍ୟବାସୀଙ୍କୁ ରିହାତି ଦେବା ପାଇଁ ରାଜ୍ୟ ସରକାରଙ୍କର ମାନସିକତା ନାହିଁ। କେବଳ ଲୋକ ଦେଖାଣିଆ ଭାବେ ସେମାନେ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଡାଲି ଦୁର୍ନୀତି ଯୋଗୁ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଜଣେ ନେତ୍ରୀ ମହିଳାମାନଙ୍କୁ ଧରି ଆଇଓସିଲ୍‌ ଅଫିସ୍‌କୁ ଯିବାରୁ ଜଣାପଡ଼ୁଛି ବିଜେଡିର ହୀନ ରାଜନୀତି।”

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“କେନ୍ଦ୍ରର ଅପିଲକୁ ତର୍ଜମା କରାଯାଉଛି ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ତେବେ ୨୦୧୪ ମସିହାରେ କେନ୍ଦ୍ର ସରକାର ଯେଉଁ ଏକ୍‌ସାଇଜ୍‌ ଡ୍ୟୁଟି ନେଉଥିଲେ, ତାହାକୁ ଫେରାନ୍ତୁ।”

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ଅନ୍ତର୍ଜାତୀୟ ବଜାରରେ ଏବେ କ୍ରୁଡ୍‌ ଅଏଲ୍‌ର ଦର ବହୁତ କମ୍‌ ରହିଛି। ସେହି ଅନୁପାତରେ ୫ ଟଙ୍କା କମେଇ କି ପୁଣ୍ୟ କଲେ? ୩୦ ଟଙ୍କା ବଢ଼ାଇ ୫ଟଙ୍କା କମାଇ ଲୋକଙ୍କୁ ମୁର୍ଖ ବନାଅ।”



from Odisha Reporter https://ift.tt/2DXOv9K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages