
ରାଜକୋଟ୍: ଭାରତ ଓ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍ର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ରନ୍ ଆଉଟ୍ କରିଥିଲେ। ତେବେ ଜାଡେଜା ଯେଉଁଭଳି ଭାବେ ପ୍ରତିପକ୍ଷ ଦଳର ଟପ୍ ଅର୍ଡର ବ୍ୟାଟସ୍ମ୍ୟାନ୍ ଶିମରୋନ୍ ହେଟମୟର୍ଙ୍କୁ ରନ୍ ଆଉଟ୍ କଲେ, ସେଥିରେ ଅଧିନାୟକ ବିରାଟ୍ କୋହଲି ଏକ ପ୍ରକାରର ରାଗି ଯାଇଥିଲେ। କେବଳ କୋହଲି ନୁହେଁ ସେହି ସମୟରେ ବୋଲିଂ କରୁଥିବା ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ୍ ମଧ୍ୟ ଜାଡେଜାଙ୍କ ଆଉଟ କରିବାର ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘଟଣାଟି ୱେଷ୍ଟ୍ଇଣ୍ଡିଜ୍ ଇନିଂସ୍ର ୧୨ତମ ଓଭର୍ରେ ଘଟିଥିଲା। ଏହି ସମୟରେ କ୍ରିଜ୍ରେ ୱେଷ୍ଟ୍ଇଣ୍ଡିଜର ଦୁଇ ବ୍ୟାଟସ୍ମ୍ୟାନ୍ ସୁନୀଲ ଅମ୍ରିସ ଓ ଶିମରୋନ୍ ହେଟମୟର୍ ରହିଥିଲେ। ଶିମରୋନ୍ ରବିଚନ୍ଦ୍ରନ ଅଶ୍ୱିନ୍ଙ୍କ ଏକ ବଲ୍ରୁ ଲଙ୍ଗ୍ ଅନ୍କୁ ଖେଳିଥିଲେ। ତେବେ ତାଳମେଳ ଅଭାବରୁ ଉଭୟ ଶିମରୋନ୍ ହେଟମୟର୍ ଓ ସୁନୀଲ ଅମ୍ରିସ୍ ଗୋଟିଏ ପକ୍ଷରେ ରହିଯାଇଥିଲେ। ବଲ୍ଟି ରବୀନ୍ଦ୍ର ଜାଡେଜାଙ୍କ ହାତରେ ପଡ଼ିଥିବାରୁ ଏକ ସହଜ ରନ୍ ଆଉଟ୍ ଅପେକ୍ଷାରେ ସମସ୍ତେ ଥିଲେ।

ତେବେ ବଲ୍ଟିକୁ ଧରି ଜାଡେଜା ବେଶ ଆରାମ୍ରେ ୱିକେଟ୍ ପାଖକୁ ଆସୁଥିବା ଦେଖି ଶିମରୋନ୍ ହେଟମୟର୍ ଦୌଡ଼ିବା ଆରମ୍ଭ କରିଥିଲେ। କୋହଲି ଓ ଅଶ୍ୱିନ୍ ଜାଡେଜାଙ୍କୁ ବଲ୍ ମାଗିଥିଲେ ହେଁ ସେ ବଲ୍ଟିକୁ ସେମାନଙ୍କୁ ନ ଦେଇ ନିଜେ ୱିକେଟ୍କୁ ସିଧା ଥ୍ରୋ କରିଥିଲେ। ଅବଶ୍ୟ ବଲ୍ଟି ୱିକେଟ୍ରେ ବାଜିଥିଲା। କିନ୍ତୁ ବଲ୍ଟିକୁ ଏଭଳି ଜାଡେଜା କାହିଁକି ଥ୍ରୋ କଲେ, ତାକୁ ନେଇ କୋହଲି ତାଙ୍କୁ ପ୍ରଶ୍ନ କରିବା ସହ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ।
ସୋଶାଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଅନେକ ଲୋକ ଏହା ଉପରେ ଭିନ୍ନ ଭିନ୍ନ କମେଣ୍ଟ ଦେବା ଆରମ୍ଭ କରିଛନ୍ତି।
When sir Jadeja bats he want Century, when he was on field he want Run-out nd when he is bowling he wants wicket Wowww!!!👏👏 @imjadeja #INDvWI pic.twitter.com/PBeEzyAZB1
— Sagar Kabir (@ImSagarKabir10) October 5, 2018
from Odisha Reporter https://ift.tt/2pEHkt2
No comments:
Post a Comment