କାହିଁକି ଚନ୍ଦ୍ରବାବୁଙ୍କୁ ଚୋର ଓ ରାଜଦ୍ରୋହୀ କହିଲେ କେସିଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

କାହିଁକି ଚନ୍ଦ୍ରବାବୁଙ୍କୁ ଚୋର ଓ ରାଜଦ୍ରୋହୀ କହିଲେ କେସିଆର୍‌

ନିଜମାବାଦ୍‌: ” ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି(ଟିଡିପି) ସୁପ୍ରିମୋ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଜଣେ ଚୋର ଓ ରାଜଦ୍ରୋହୀ। ତାଙ୍କୁ କେହି ବିଶ୍ୱାସ କରିବା କଥା ନୁହେଁ। ତେଲେଙ୍ଗାନାବାସୀ ଚନ୍ଦ୍ରବାବୁଙ୍କ ଭଳି ଜଣେ ରାଜଦ୍ରୋହୀଙ୍କୁ ସମର୍ଥନ କରନ୍ତୁ ନାହିଁ ” ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର୍‌)ଆଜି କହିଛନ୍ତି।

ନିଜାମାବାଦ୍‌ଠାରେ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେଇ କେସିଆର୍‌ କହିଛନ୍ତି, ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଚନ୍ଦ୍ରବାବୁଙ୍କ ଟିଡିପି କଂଗ୍ରେସ ଭଳି ଏକ ଦଳ ସହ ମେଣ୍ଟ କରିଛି। ଯଦି ଟିଡିପି କିଛି ଆସନ ପାଇବାକୁ ଚାହୁଁଛି, ତା’ହେଲେ ଆମକୁ କହିପାରିଥାଆନ୍ତା, ମୁଁ ସେମାନଙ୍କୁ ଖୁସିରେ କିଛି ଆସନ ଦେଇଥାଆନ୍ତି। ୨୦୧୫ରେ ଚନ୍ଦ୍ରବାବୁ ନାଇଡୁ ଜଣେ ମନୋନୀତ ବିଧାନ ପରିଷଦ ସଭ୍ୟଙ୍କୁ ଲାଞ୍ଚ ଦେଇ ନିଜ ପକ୍ଷରେ ସାମିଲ କରିଥିଲେ।

ସେ ଜଣେ ରାକ୍ଷସ। ଲାଞ୍ଚ କାରବାର କରୁଥିବା ଜଣେ ଚୋର। ସେଭଳି ଜଣେ ଲୋକ କ’ଣ ପୁଣି ଶାସନ କରୁ ବୋଲି ଆପଣ ଚାହାନ୍ତି କି ବୋଲି କେସିଆର ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ଟିଡିପି ନେତା ତଥା ବର୍ତ୍ତମାନର ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେଭାନଥ ରେଡ୍ଡୀ ଜଣେ ବିଧାୟକଙ୍କୁ ଚନ୍ଦ୍ରବାବୁ ନାଇଡୁ ପକ୍ଷରୁ ଟଙ୍କା ଦେଉଥିବା ଭିଡିଓ ଭାଇରାଲ୍‌ ହୋଇଥିଲା।



from Odisha Reporter https://ift.tt/2xXSQ7p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages