
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ଯୁବନେତା ଏବେ କୁଆଡ଼େ ଦଳରେ ସବୁଠୁ ହାଇଟେକ୍ ବୋଲି ଚର୍ଚ୍ଚା ହେଉଛି।
ଶୁଣିବାକୁ ମିଳୁଛି,ବିଜେଡିର କିଛି ପାୱାରଫୁଲ୍ ଯୁବନେତା କୁଆଡ଼େ ବିଭିନ୍ନ କାର୍ଯ୍ୟ ପାଇଁ ଏହି ଯୁବନେତାଙ୍କ ସହଯୋଗ ଲୋଡ଼ୁଛନ୍ତି। ଆଉ ସେମାନଙ୍କର କାମ କରିବା ଆଳରେ କୁଆଡ଼େ ବାବୁ ନିଜର ଆସନକୁ ସୁରକ୍ଷିତ ରଖିପାରିଛନ୍ତି। ବାବୁ କୁଆଡ଼େ ଏବେ ଦଳର ପ୍ରଚାରପ୍ରସାର ପାଇଁ ହାଇଟେକ୍ କାର୍ଯ୍ୟ ହାତକୁ ନେଇଛନ୍ତି ଆଉ ତା’ବଦଳରେ ଲକ୍ଷ ଲକ୍ଷ ଟଙ୍କା ନିୟମିତ ଭାବେ ଆଦାୟ କରିବାରେ ଲାଗିଛନ୍ତି।ସେହି ଟଙ୍କାରେ ସେ କୁଆଡ଼େ ଦଳର କିଛି ନେତାଙ୍କୁ ଖୁସି କରିବା ପାଇଁ ସବୁବେଳେ ତତ୍ପରତା ଦେଖାଉଛନ୍ତି।
ଅବଶ୍ୟ ମାଛ ତେଲରେ ମାଛ ଭାଜିବା ଏହି ବାବୁଙ୍କ ପୁରୁଣା ଅଭ୍ୟାସ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅନେକ ଠିକାଦାରୀ ଓ ବ୍ୟବସାୟ ସଂସ୍ଥା ସହ ବାବୁ ଜଡ଼ିତ। ନିଜ ପିତାଙ୍କଠୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ରାଜନୀତିକୁ କୁଆଡ଼େ ବାବୁ ଏବେ ଭରପୂର ଉପଯୋଗ କରିବାରେ ଲାଗିଛନ୍ତି। ଜିଲ୍ଲାରେ ନିଜର ଗୁରୁତ୍ୱ ବଢ଼ାଇବା ପାଇଁ କୁଆଡ଼େ ରାଜନୀତିକ କାର୍ଯ୍ୟକ୍ରମ କରି ସମସ୍ତ ନେତାଙ୍କୁ ଏକଜୁଟ କରିବା ନିମନ୍ତେ ପ୍ରୟାସ କରୁଛନ୍ତି। ବେଆଇନ ଖଣି ପରିବହନ, ମାଫିଆ ଡନ୍ ଡି-ବ୍ରଦର୍ସ ସହ ସମ୍ପର୍କ, ସରକାରୀ ଜମିକୁ ବେଆଇନ ଜବରଦଖଲ, ଏକ ସିମେଣ୍ଟ କମ୍ପାନୀରେ ଅର୍ଥ ବିନିଯୋଗଠୁ ଆରମ୍ଭ କରି ବେଆଇନ ପଥର ଚାଲାଣ ଆଦି ସବୁଥିରେ କୁଆଡ଼େ ଏହି ବାବୁଙ୍କ ଭୂମିକା ରହିଛି।
ରାଜଧାନୀରେ ବହୁ ସରକାରୀ ଜମିକୁ ଏବେ ବି କବଜାରେ ରଖିଥିବା ଏହି ବାବୁ କୁଆଡ଼େ ନିଜର କଳା କାରବାର ଉପରେ ପରଦା ଘୋଡ଼ାଇବାକୁ ନିୟମିତ ଭାବେ ଦଳର ପ୍ରଭାବଶାଳୀ ନେତାମାନଙ୍କୁ ବିଭିନ୍ନ ଉପାୟରେ କରାୟତ୍ତ କରିବାରେ ଲାଗିଛନ୍ତି। ଜଣେ ଉଚ୍ଚାଭିଳାଷୀ ମହିଳାଙ୍କୁ ନିଜର ସମ୍ପର୍କୀୟ ବୋଲି କହି କୁଆଡ଼େ କିଛି ଯୁବନେତାଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ାଇବାର ଦାୟିତ୍ୱ ଏବେ ସେହି ବାବୁ ନେଇଛନ୍ତି।
ଶୁଣିବାକୁ ମିଳୁଛି, ବାବୁ କୁଆଡ଼େ ଏବେ ରାଜ୍ୟ ବାହାରକୁ କିଛି ଯୁବନେତାଙ୍କ ସହ ଯାଇଥିଲେ। ଆଉ ସେଠାରେ ଥିବାବେଳେ ଉକ୍ତ ମହିଳାଙ୍କୁ କୁଆଡ଼େ ଅଚାନକ ଡକାଇ ପଠାଇଥିଲେ।ଏହି ମହିଳା ଜଣକ ସେଠାରେ ଦିନେ-ଦୁଇଦିନ ରହି ଫେରିଥିଲେ। ଉକ୍ତ ମହିଳାଙ୍କୁ ବିଧାନସଭା ଟିକେଟଟିଏ କରାଇ ଦେବା ପାଇଁ କୁଆଡ଼େ କିଛି ଯୁବନେତା ପ୍ରତିଶ୍ରୁତି ଦେଇଛନ୍ତି। ଆଉ ସେଇଥିପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜଣେ ବରିଷ୍ଠ ନେତାଙ୍କୁ ପ୍ରଭାବିତ କରିବା କାର୍ଯ୍ୟ ମଧ୍ୟ ଏବେ କୁଆଡ଼େ ଆରମ୍ଭ ହୋଇଛି।
ସବୁଠୁ ବଡ଼ କଥା ହେଲା, ଏହି ଯୁବନେତାଜଣକ କୁଆଡ଼େ ନିଜର କାମକୁ ହାଇଟେକ୍ ଶୈଳୀରେ କରୁଥିବାରୁ ତାଙ୍କର ଏସବୁ କାରନାମା ଲୋକଲୋଚନକୁ ଆସିପାରୁନଥିବା ଚର୍ଚ୍ଚା।
from Odisha Reporter https://ift.tt/2NrJdTo
No comments:
Post a Comment