ଦେଶ ଛାଡ଼ି ପଳାଇ ପାରନ୍ତି ଅନୀଲ ଅମ୍ବାନୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଦେଶ ଛାଡ଼ି ପଳାଇ ପାରନ୍ତି ଅନୀଲ ଅମ୍ବାନୀ !

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ଜଣେ ପରେ ଜଣେ କୋଟିପତି ଭାରତୀୟ ବ୍ୟାଙ୍କ ଋଣ ନଶୁଝି ବିଦେଶ ଚାଲିଯାଉଥିବାର ଘଟଣା ଘଟୁଥିବାବେଳେ ଏବେ ଆଉ ଜଣଙ୍କ ନାମ ସାମ୍‌ନାକୁ ଆସିଛି। ତେବେ ଏଭଳି ଘଟିବା ପୂର୍ବରୁ ଏ ସମ୍ପର୍କରେ ଚେତାଇଦେଇଛି ସ୍ୱିଡେନ୍‌ କମ୍ପାନୀ ଏରିକ୍‌ସନ୍‌।

ଏହି କମ୍ପାନୀ ଯାହାର ନାମ ନେଇଛି ତାହା ଶୁଣି ସମଗ୍ର ଦେଶ ଏବେ ଚକିତ ହୋଇଯାଇଛି।

ଭାରତର ଅନ୍ୟତମ ଧନଶାଳୀ ବ୍ୟକ୍ତି ତଥା ବିବାଦୀୟ ରାଫେଲ ଡିଲ୍ ସହିତ ଜଡ଼ିତ ଆର୍‌କମ୍‌ ମୁଖ୍ୟ ଅନୀଲ ଅମ୍ବାନୀ ଯେମିତି ବିନା ଅନୁମତିରେ ଦେଶ ଛାଡ଼ି ନଯାଆନ୍ତି, ସେ ବାବଦରେ କୋର୍ଟ ନଜର ରଖନ୍ତୁ ଦର୍ଶାଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛି ଏରିକ୍‌ସନ୍‌। ଏହା ସହିତ ଏହି କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀଙ୍କ ନାମ ମଧ୍ୟ ଏତିରେ ଯୋଡ଼ାଯାଇଛି।

ଏହାପୂର୍ବରୁ ଏରିକ୍‌ସନ୍‌ ଅଭିଯୋଗ ଆଣିଥିଲା ଯେ ଆରକମ୍‌ ଜାଣିଜାଣି ଏରିକ୍‌ସନ୍‌କୁ ଦେବାକୁଥିବା ୫୫୦ କୋଟି ଟଙ୍କାର ବକେୟା ଅର୍ଥ ଏଯାଏ ଦେଉନାହିଁ। ସୂଚନାଯୋଗ୍ୟ, ଆର୍‌କମ୍‌ ବର୍ତ୍ତମାନ ୪୬ ହଜାର କୋଟି ଟଙ୍କାର ଋଣରେ ବୁଡ଼ି ରହିଛି।



from Odisha Reporter https://ift.tt/2DRGcfi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages