କାର୍ଡ ଖୋଲିଲେ ବୈଜୟନ୍ତ, କହିଲେ ‘ମୋ ବିଷୟରେ ମୁଁ ନିଜେ ହିଁ ଘୋଷଣା କରିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

କାର୍ଡ ଖୋଲିଲେ ବୈଜୟନ୍ତ, କହିଲେ ‘ମୋ ବିଷୟରେ ମୁଁ ନିଜେ ହିଁ ଘୋଷଣା କରିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ରାଜନୀତିକ ଗତିବିଧିକୁ ନେଇ ଆଜି ଆଉ ଏକ କାର୍ଡ ଖୋଲିଛନ୍ତି। ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ଚା’ ଭୋଜିରେ ଏକାଠି ହୋଇ ସାଧାରଣ ଲୋକଙ୍କ ମୁଡ୍ ପରଖୁଥିବା ଶ୍ରୀ ପଣ୍ଡା ନୂଆଦଳ ଗଠନକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନୂଆ ଦଳ ଗଠନ କରିବେ ବୋଲି ସଙ୍କେତ ଦେବା ଓ ଏହା ପଛରେ ବୈଜୟନ୍ତଙ୍କ ଭୂମିକା ଥିବାର ଚର୍ଚ୍ଚାକୁ ନେଇ ରାଜ୍ୟ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ତେବେ ନିଜର ରାଜନୀତିକ ଗତିବିଧି ସମ୍ପର୍କରେ ସେ ନିଜେ ହିଁ ଘୋଷଣା କରିବେ କହି ଏସବୁ ଚର୍ଚ୍ଚା ଉପରେ ଆଜି ବୈଜୟନ୍ତ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଦାମଙ୍କ ସମ୍ଭାବ୍ୟ ଦଳରେ ଯେଉଁମାନେ ରହିବେ ବୋଲି ଚର୍ଚ୍ଚା ହେଉଛି ସେମାନେ କେହି ଏପର୍ଯ୍ୟନ୍ତ ସହମତି ଦେଇନଥିବା ନିଜେ ଦାମ ସ୍ପଷ୍ଟ କରିସାରିଛନ୍ତି। ଗତକାଲି କଂଗ୍ରେସ ଭବନରେ ‘ସମ୍ବିଧାନ ବଂଚାଅ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତର ରାଉତ ବିଜେପି ଓ ମୋଦି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ, ସେହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବୈଜୟନ୍ତଙ୍କୁ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ସେ ଦୂରେଇ ରହିଥିଲେ।

ବରିଷ୍ଠ ନେତାମାନେ ଏକ ନୂଆ ଦଳ ଗଠନ କରୁଥିବା ପ୍ରସଙ୍ଗରେ ଟ୍ୱିଟ୍ ଜରିଆରେ ପ୍ରତିକ୍ରିୟା ଦେଇ ବୈଜୟନ୍ତ କହିଛନ୍ତି ଯେ, ସେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି ଓ ଓଡ଼ିଶା ରାଜନୀତିର ଭବିଷ୍ୟତ ଉପରେ ଆଲୋଚନା କରୁଛି। ସମସ୍ତ ବିକଳ୍ପକୁ ସେ ଉନ୍ମୁକ୍ତ ରଖିଛନ୍ତି। ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଯେଉଁ ମୁହୂର୍ତରେ ସେ ନିଷ୍ପତ୍ତି ନେବେ, ନିଶ୍ଚିତ ଭାବେ ସେକଥା ତାଙ୍କ ମୁହଁରୁ ହିଁ ସାଧାରଣ ଲୋକ ଶୁଣିବେ । ଅନ୍ୟ କାହାରି ମୁହଁରୁ ନୁହେଁ।

ଦାମଙ୍କ ନୂଆ ଦଳ ଗଠନ ପାଇଁ ଘୋଷଣା ପରିପ୍ରେକ୍ଷୀରେ ବୈଜୟନ୍ତଙ୍କ ଏଭଳି ବୟାନକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଅକ୍ଟୋବର ଶେଷ ସୁଦ୍ଧା ବିଜୁଙ୍କ ନାଁରେ ଆଉ ଏକ ଦଳ ଗଠନ କରାଯିବ ବୋଲି ଦାମ କହିଥିବାବେଳେ ତାଙ୍କ ଦଳରେ ବିଜୁପ୍ରେମୀମାନେ ରହିବେ କହି ସେ ରାଜନୀତିକ ଗୋଟିଚାଳନା କରିଛନ୍ତି। ତେବେ ଦାମଙ୍କ ଏହି ଗୋଟିଚାଳନାକୁ ଏପର୍ଯ୍ୟନ୍ତ ଆବଶ୍ୟକ ସମର୍ଥନ ମିଳିନାହିଁ ।

ଦାମଙ୍କ ସମ୍ଭାବ୍ୟ ଦଳରେ ଯେଉଁମାନେ ରହିବେ ବୋଲି ଚର୍ଚ୍ଚା ହେଉଛି ସେମାନେ କେହି ଏପର୍ଯ୍ୟନ୍ତ ସହମତି ଦେଇନଥିବା ନିଜେ ଦାମ ସ୍ପଷ୍ଟ କରିସାରିଛନ୍ତି। ଗତକାଲି କଂଗ୍ରେସ ଭବନରେ ‘ସମ୍ବିଧାନ ବଂଚାଅ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତର ରାଉତ ବିଜେପି ଓ ମୋଦି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ, ସେହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବୈଜୟନ୍ତଙ୍କୁ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ସେ ଦୂରେଇ ରହିଥିଲେ।

ତେଣୁ କଂଗ୍ରେସ ସହ ଦାମଙ୍କ ନିକଟତର ହେବା ଓ ବୈଜୟନ୍ତଙ୍କ ଦୂରତ୍ୱ ରକ୍ଷାକୁ ନେଇ ରାଜନୀତି ସରଗରମ ଥିବାବେଳେ ଦାମ ନୂଆ ଦଳ ଗଠନ ପାଇଁ ଘୋଷଣା କରିବା ରାଜନୀତିକ ବିଶ୍ଲେଷକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଜୁଙ୍କ ଆଦର୍ଶକୁ ଉଭୟ ଦାମ ଓ ବୈଜୟନ୍ତ ଗୁରୁତ୍ୱ ଦେଉଥିଲେ ମଧ୍ୟ ପରସ୍ପର ନିଜ ନିଜର ରାଜନୀତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗୋଟିଚାଳନା କରିବାରେ ଲାଗିଛନ୍ତି। ଯାହା ବୈଜୟନ୍ତଙ୍କ ଟ୍ୱିଟରୁ ସ୍ପଷ୍ଟ ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା।



from Odisha Reporter https://ift.tt/2xVcLn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages