
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁହଁରେ ଖଣ୍ଡିଆ କିମ୍ୱା ବ୍ରଣ ହେଲେ କଳା ଦାଗ ସୃଷ୍ଟି ହୋଇଥାଏ। ମୁହଁରେ ଲାଲ୍ କିମ୍ୱା କଳା ଦାଗ ଦେଖା ଦେଲେ, ଆପଣଙ୍କ ଚନ୍ଦ୍ରମୁଖରେ କାଳିମା ଲାଗିଯାଏ। ଦର୍ପଣ ଦେଖନ୍ତି ଆଉ ବିରକ୍ତ ହୁଅନ୍ତି। ଭାବନ୍ତି ଅସୁନ୍ଦର ହୋଇଗଲେ ବୋଲି। ଏମିତି ଭାବ ପୁଅଙ୍କ ଅପେକ୍ଷା ଝିଅଙ୍କ ପାଖେ ଟିକେ ବେଶି ଦେଖାଯାଏ।
ଆପଣଙ୍କ ପାଖରେ ସେମିତି କିଛି ସମସ୍ୟା ଅଛି କି ?
ଥାଇପାରେ, ହେଲେ ବ୍ୟସ୍ତ ହେବାର କିଛି ନାହିଁ। ଏହାର ମଧ୍ୟ ଘରୋଇ ଉପଚାର ରହିଛି। ଏହି ଦାଗ ସମସ୍ୟାକୁ ଦୂର କରିବା ପାଇଁ ଆପଣ ମୁହଁରେ ଟମାଟୋ ଲଗାଇ ପାରିବେ। ଟମାଟୋରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବ। ଏହା ସହିତ ଆପଣଙ୍କ ମୁହଁର ରଙ୍ଗକୁ ମଧ୍ୟ ଟମାଟୋ ତୋଫା କରିଦେବ। ତେବେ ଆସନ୍ତୁ ଜାଣିବା, କିପରି ଟମାଟୋକୁ ମୁହଁରେ ବ୍ୟବହାର କରିବା।
- ଦାଗ ଦୂର କରିବା ପାଇଁ ଆପଣ ପ୍ରଥମେ ଟମାଟୋକୁ ଦୁଇ ଭାଗ କରି କାଟି ଦିଅନ୍ତୁ। ଏହାପରେ ଏହି କଟା ଟମାଟୋକୁ ମୁହଁରେ ରଖନ୍ତୁ। ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ଯେପରି ଟମାଟୋର ମଞ୍ଜି ଆପଣଙ୍କ ମୁହଁରେ ନ ଲାଗେ। ଅଧଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ।
- ଆପଣ ଟମାଟୋର ମାସ୍କ ମଧ୍ୟ ପ୍ରସ୍ତୁତ କରିପାରିବେ। ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ସହିତ ଆପଣ ଟମାଟୋ ଜୁସ୍କୁ ମଧ୍ୟ ମୁହଁରେ ଲଗାଇ ପାରିବେ।
- ଟମାଟୋ ଓ ମହୁ: ମହୁରେ ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରି ଗୁଣ ରହିଛି, ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିବ। ଏଥିପାଇଁ ଅଧା କପ୍ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହିପରି ପ୍ରତିଦିନ କଲେ, ଆପଣଙ୍କ ମୁହଁରେ ଦାଗଜନିତ ସମସ୍ୟା ରହିବ ନାହିଁ।
from Odisha Reporter https://ift.tt/2Sp0wbl
No comments:
Post a Comment