ପାର୍ଟିରେ ଏକାଠି ହେଲେ ମଲାଇକା ଓ ଅର୍ଜୁନ୍‌, ଫଟୋ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ପାର୍ଟିରେ ଏକାଠି ହେଲେ ମଲାଇକା ଓ ଅର୍ଜୁନ୍‌, ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ବିବାହ ହେବ ବୋଲି ଚର୍ଚ୍ଚା ଉଠି ଥିବାବେଳେ ବଲିଉଡ୍‌ର ହଟ୍‌ କପଲ୍‌ ମଲାଇକା ଆରୋରା ଓ  ଅର୍ଜୁନ୍‌ କପୁର୍‌ଙ୍କୁ ପୁଣି ଏକ ପାର୍ଟିରେ ଏକତ୍ର ଦେଖିବାକୁ ମିଳିଛି। ଭଉଣୀ ଅମ୍ରିତା ଆରୋରା, ବାନ୍ଧବୀ କରୀନା କପୁର୍‌, ତାଙ୍କ ଭଉଣୀ କରିସ୍ମା କପୁର୍‌ଙ୍କ ସହ ମଲାଇକା ଓ ତାଙ୍କ ୟଙ୍ଗ୍ ବୟଫ୍ରେଣ୍ଡ୍‌ ଅର୍ଜୁନ୍‌ ଶନିବାର ଏକାଠି ହୋଇଥିଲେ। ସୂଚନା ଅନୁସାରେ, ଖାସ୍ ଅର୍ଜୁନ୍‌ଙ୍କୁ ତାଙ୍କ ଗ୍ରୁପ୍‌କୁ ସ୍ୱାଗତ କରିବା ପାଇଁ ମଲାଇକାଙ୍କ ଶିଳ୍ପପତି ବନ୍ଧୁ ଅର୍‌ବିନ୍ଦ ଦୁବାସ୍‌ ଏହି ଗେଟ୍‌ ଟୁଗେଦର୍‌ ପାର୍ଟିର ଆୟୋଜନ କରିଥିଲେ।

ଏହି ପାର୍ଟିରେ ସାମିଲ୍‌ ଥିବା ନତାସା ପୁନୱାଲା ଇନ୍‌ଷ୍ଟାଗ୍ରାମ୍‌ରେ #‘ସେଲିବ୍ରେସନ୍‌’ ଲେଖି ସେଏକ ଫୋଟୋ ଶେୟାର୍ କରିଥିଲେ। ଏହି ଛୋଟିଆ ଘରୋଇ ପାର୍ଟିରେ ଅର୍‌ବିନ୍ଦ ଦୁବାସ୍‌ଙ୍କ ସହ ତାନ୍ୟା ଦୁବାସ୍‌ ଓ ଫ୍ୟାଶନ୍‌ ଡିଜାଇନର୍‌ ବିକ୍ରମ୍‌ ଫାଡ୍‌ନିସ୍‌ ମଧ୍ୟ ସାମିଲ ହୋଇଥିଲେ।

ଶୁଣିବାକୁ ମିଳୁଛି,  ଉଭୟ ମଲାଇକା ଓ ଅର୍ଜୁନ୍‌ କପୁର୍‌ ନିଜର ଏହି ସମ୍ପର୍କକୁ ନେଇ ଖୁସି ଅଛନ୍ତି ଏବଂ ପରସ୍ପର ସହ ପ୍ରତି ମୁହୂର୍ତ୍ତକୁ ଉପଭୋଗ ମଧ୍ୟ କରୁଛନ୍ତି। ଏପରିକି ଏଥର ଲୁଚାଛପା ପ୍ରେମ ଛାଡ଼ି ଦୁହେଁ ଏହି ସମ୍ପର୍କକୁ ଆଗକୁ ନେବା ସହ ଏହାକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବାକୁ ଚାହୁଁଛନ୍ତି।

ଦୀର୍ଘଦିନ ଧରି ଏହି ଦୁଇ ପ୍ରେମ ପକ୍ଷୀ ବିଭିନ୍ନ ସ୍ଥାନରେ ଚକ୍କର କାଟୁଥିବାବେଳେ ପାପାରାଜ୍ଜୀଙ୍କ କ୍ୟାମେରା ଲେନ୍‌ସରେ ବହୁବାର ଧରାପଡ଼ିଥିଲେ। ଆଉ ଆଗକୁ ଅଧିକ ହଇରାଣ ନହୋଇ ଆସନ୍ତା ବର୍ଷ କୁଆଡ଼େ ଏହି ଦୁଇ ପ୍ରେମ ପକ୍ଷୀ ଏକାଠି ନିଜ ବସା ବାନ୍ଧିବେ ବୋଲି ଗତ କିଛି ଦିନ ଧରି ବି’ ଟାଉନ୍‌ରେ ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ଏହି ପାର୍ଟି ଫଟୋ ପଦାକୁ ଆସିବା ପରେ ଅନୁମାନ କରାଯାଉଛି, ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ।

କିଛି ଦିନ ପୂର୍ବରୁ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ଶୋ’ରେ ଅର୍ଜୁନ୍‌ଙ୍କ ହାତରେ ହାତ ଛନ୍ଦି ମଲାଇକା ଷ୍ଟେଜ୍‌କୁ ଆସିଥିଲେ। ଏହା ସହିତ ଦୁହେଁ ‘ଲାକ୍ସମି ଫ୍ୟାଶନ୍‌ ୱିକ୍‌’ରେ ଆଗ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଇଟାଲୀରୁ ଜନ୍ମଦିନ ଛୁଟି କାଟି ଫେରୁଥିବା ବେଳେ ମଲାଇକାଙ୍କୁ ମୁମ୍ବାଇ ଏୟାର୍‌ପୋର୍ଟରେ ଅର୍ଜୁନଙ୍କ ସହ ଦେଖିବାକୁ ମିଳିଥିଲା। ଏଇଥିରୁ କେହି କେହି ଅନୁମାନ କରିଥିଲେ ଯେ ଉଭୟେ ଇଟାଲୀରେ ଏକାଠି ଛୁଟି କାଟୁଥିଲେ।



from Odisha Reporter https://ift.tt/2CN0che

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages