
ନୂଆଦିଲ୍ଲୀ: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବାନେଇ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର। ଏଥିରୁ ଦୂରଦର୍ଶନ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଏବଂ ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋର ସାମ୍ବାଦିକ ମଙ୍ଗଳ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଦିଆଯିବ।
ନିର୍ବାଚନ ପୂର୍ବରୁ ଉନ୍ନୟନମୂଳକ କାର୍ଯ୍ୟର କଭ୍ରେଜ୍ ପାଇଁ ଏହି ଅଞ୍ଚଳକୁ ଯାଇଥିବା ସମୟରେ ଅଚ୍ୟୁତଙ୍କ ସମେତ ସବ୍ ଇନ୍ସିପେକ୍ଟର ରୁଦ୍ର ପ୍ରତାପ ଏବଂ ଆସିଷ୍ଟାଣ୍ଟ କନ୍ଷ୍ଟେବଲ୍ ମଙ୍ଗଲୁଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଶ୍ରୀ ରାଠୋର କହିଛନ୍ତି, ଆମେ ମୃତ ଅଚ୍ୟୁତଙ୍କ ପରିବାରର ଦାୟିତ୍ୱ ନେବୁ। ଆମେ ଏଭଳି ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଲ୍ୟୁଟ୍ ଜଣାଉଛୁ ଯେଉଁମାନେ ଜୀବନକୁ ପାଣି ଛଡ଼ାଇ ,ଭଳି ବିପଜ୍ଜନକ ସ୍ଥିତିରେ କାମ କରୁଛନ୍ତି। ତାଙ୍କ ସାହସ ସବୁବେଳେ ମନେ ରହିବ।
from Odisha Reporter https://ift.tt/2Szn354
No comments:
Post a Comment