ରାହୁଲ ଗାନ୍ଧି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ରାହୁଲ ଗାନ୍ଧି ଗିରଫ

ନୂଆଦିଲ୍ଲୀ: ସିବିଆଇ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଆଶ୍ୱସ୍ତି ପରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଆଜି ଗିରଫଦାରୀ ଡ୍ରାମା ରଚିଛନ୍ତି। କେନ୍ଦ୍ର ସରକାର ସିବିଆଇ ତଦନ୍ତରେ ହସ୍ତକ୍ଷେପ କରି ଏହାର ସ୍ୱୟତ୍ତତା ଏବଂ କାର୍ଯ୍ୟପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଅଭିଯୋଗରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି।

ଦିଲ୍ଲୀରେ ରାହୁଲଙ୍କ ସମେତ ତାଙ୍କ ଅନୁଗାମୀମାନେ ଲୋଧି ରୋଡ୍‌ ଥାନା ଯାଇ ସ୍ୱତଃପ୍ରବୃତ୍ତ ଭାବରେ ଗିରଫ ହୋଇଛନ୍ତି। କଂଗ୍ରେସ ବ୍ୟତୀତ ତୃଣମୂଳ କଂଗ୍ରେସ, ଆମ୍‌ ଆଦମୀ ପାର୍ଟି, ସିପିଏମ୍‌ ଏବଂ ଅନ୍ୟ ଦଳର ନେତାମାନେ ମଧ୍ୟ ଲୋଧି ରୋଡ୍‌ରୁ ସିବିଆଇ ମୁଖ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବ, ସିପିଆଇର ଡି ରାଜା ଏବଂ ଟିଏମ୍‌ସିର ନଦିମୁଲ୍‌ ହକ୍‌ ମଧ୍ୟ କଂଗ୍ରେସ ସହିତ ଯୋଗ ଦେଇଥିଲେ।

ରାହୁଲ୍‌ ଆଜି ଶହ ଶହ ଲୋକଙ୍କର ନେତୃତ୍ୱ ନେଇ ଆଗରେ ଚାଲିଥିଲେ। ଏହି ଶୋଭାଯାତ୍ରାରେ ଶୁଆ ବେଶ ହୋଇଥିବା ଜଣେ ବ୍ୟକ୍ତି ପଞ୍ଜୁରି ଭିତରେ ବସିଥିବା ଦେଖାଯାଥିଲା। ଏହାର ସାମ୍ନାରେ ଲେଖାଥିବା ସିବିଆ ଦର୍ଶାଉଥିଲା ସିବିଆଇ ବର୍ତ୍ତମାନ ପଞ୍ଜୁରି ଭିତର ଶୁଆ ହୋଇଯାଇଛି। ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପାଣି ମାଡ଼ କରିଥିଲା। ସୂଚନାଯୋଗ୍ୟ ଯେ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଯିବା ପଛରେ ରାଫେଲ୍‌ ଡିଲ୍‌ ରହିଛି ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୁକ୍ତ ବୋଲି କଂଗ୍ରେସ ଦାବି କରୁଛି।



from Odisha Reporter https://ift.tt/2SiJ5ZP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages