ପିହୁ ଡାକୁଛି, ହେଲେ ତା’ ମାମା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ପିହୁ ଡାକୁଛି, ହେଲେ ତା’ ମାମା…

ମୁମ୍ବାଇ: ଜୋରରେ କାନ୍ଦୁଛି ପିହୁ। କାନ୍ଦି କାନ୍ଦି ତଣ୍ଟି ପଡ଼ିଗଲାଣି। ମା’ ମା’ ଡାକରେ କମ୍ପି ଉଠୁଛି ଘର। ଫୋନ୍‌ ବାଜୁଛି, ହେଲା ପିହୁ ଫୋନ୍‌ ଉଠେଇ ପାରୁନି। ଭୋକରେ ଆଉଟୁ ପାଉଟୁ ହେଲାଣି। ଜଳୁଥିବା ଗ୍ୟାସ୍‌ରେ ରୁଟି ଗରମ ହେଉଥିବା ବେଳେ ପିହୁ ତାକୁ ଆଣିବାକୁ ଚେଷ୍ଟା କରି ବିଫଳ ହେଉଛି। ରୁଟି ପୋଡି ଯାଉଛି। ତଥାପି ତା ମାମା ଶୋଇଛି ଯେ, ଉଠିବାର ନାଁ ଗନ୍ଧ ଧରୁନି। ହେଲେ କ’ଣ ପାଇଁ ?

କଥାଟା ଶୁଣି ଆପଣ କାହାଣୀ ବୋଲି ଭାବୁଥିବେ। ଅବଶ୍ୟ ଏହା ଏକ ଫିଲ୍ମର କାହାଣୀ, କିନ୍ତୁ ଘଟଣାଟି ମିଛ ନୁହେଁ। ଏକ ସତ ଘଟଣା ଉପରେ ଆଧାରିତ ଏହି କାହାଣୀକୁ ଫିଲ୍ମର ରୂପ ଦିଆଯାଇଛି। ଯାହାକି ଖୁବ୍‌ଶୀଘ୍ର ପରଦାରେ ଦେଖିବାକୁ ପାଇବେ ଦର୍ଶକ।

ଜବରଦସ୍ତ ସସ୍‌ପେନ୍ସ ଓ ଜଣେ କୁନି ପିଲାର କରୁଣ କାହାଣୀକୁ ନେଇ ନିର୍ମାଣ ହୋଇଥିବା ବଲିଉଡ୍‌ ମୁଭି ‘ପିହୁ’ର ଟ୍ରେଲର ରିଲିଜ୍ ହୋଇସାରିଛି। ଯାହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରୋନୀ ସ୍କ୍ରିୟୁଭାଲା, ସିଦ୍ଧାର୍ଥ ରୟ କପୁର ଓ ଶିଳ୍ପା ଜିନ୍ଦଲ। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ବିନୋଦ କାପ୍‌ରୀ।

ବାସ୍ତବରେ ଫିଲ୍ମର ଟ୍ରେଲର ଆକର୍ଷଣୀୟ ହୋଇଛି। ପିହୁ ଚରିତ୍ରରେ ଅଭିନୟ କରିଥିବା ଶିଶୁଟିକୁ ଦେଖିଲେ ଆପଣ ବି ଆଃ ବୋଲି କହି ପକେଇବେ। ଦୃଶ୍ୟଗୁଡ଼ିକ ବି ବେସ୍‌ ରୋମାଞ୍ଚକର ହୋଇଛି।

“କ୍ଷୀର ପିଇବାକୁ ଚେଷ୍ଟା କରୁଛି ପିହୁ, କିନ୍ତୁ ସବୁ ତଳେ ଢାଳି ଯାଉଚି। ସବୁଥିରେ ସେ ନିରାଶ ହେଉଛି। କେଉଁଠି ଗରମ ଆଇରନ୍‌ରେ ଡ୍ରେସ୍‌ ଜଲି ଗଲାଣି ତ ପୁଣି ଆଉ କେଉଁଠି ଇଲକ୍ଟ୍ରିରୁ ନିଆଁ ବାହାରିଲାଣି। ଶେଷରେ ପିହୁ…। ”

ହେଲେ ଏତେ ସବୁ ପରେ ବି ତା ମା’ ଶୋଇଛି। କୁନି ପିଲାଟିକୁ ଛାଡ଼ି ଦେଇ କେମିତି ବା ଏତେ ନିଦରେ ଶୋଇଛି ସେ ? ବାପା ବି ତା’ର ଘରେ ନାହାନ୍ତି। ଏପଟେ ପିହୁ ତା କଣ୍ଢେଇକୁ ବାଲ୍‌କୋନୀରୁ ତଳକୁ ଖସେଇ ଦେଇ ନିଜ ଡେଇଁବାକୁ ବସିଲାଣି।

ଏସବୁ ଶୁଣିଲା ବୋଳକୁ ଆପଣଙ୍କ ଲୋମ ଟାଙ୍କୁରି ଉଠୁଥିବ। ହଁ ଆଜ୍ଞା ରୁମ ଟାଙ୍କୁରିବା ଭଳି ଦୃଶ୍ୟକୁ ନେଇ ପ୍ରକାଶ ପାଇଁ ପିହୁର ଟ୍ରେଲର। ଯଦି ଦେଖି ନାହାନ୍ତି, ତା ହେଲେ ଥରେ ଦେଖି ନିଅନ୍ତୁ।



from Odisha Reporter https://ift.tt/2ReReNC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages