ବାତ୍ୟାଞ୍ଚଳରେ ବିଜେଡି ନେତାଙ୍କ ମଉଜମସ୍ତି, ତେଣେ ଘାରିଛି ଧର୍ମେନ୍ଦ୍ର ଭୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ବାତ୍ୟାଞ୍ଚଳରେ ବିଜେଡି ନେତାଙ୍କ ମଉଜମସ୍ତି, ତେଣେ ଘାରିଛି ଧର୍ମେନ୍ଦ୍ର ଭୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟାରେ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଏବେ କୁଆଡ଼େ ମାଳମାଳ ରାଜ୍ୟସ୍ତରୀୟ ବିଜେଡି ନେତା ଡେରା ପକାଇଛନ୍ତି। ଚର୍ଚ୍ଚା ହେଉଛି, ଦଶହରା ପୂଜାରେ ଏହି ନେତାମାନେ ସେଠାରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଦୁଃଖଲାଘବ ପାଇଁ ଡେରା ପକାଇଥିଲେ ମଧ୍ୟ ସଞ୍ଜ ବୁଡ଼ିବା ପୂର୍ବରୁ କୁଆଡ଼େ ପାରଳାଖେମୁଣ୍ଡି ଆସି ମଉଜ କରିବାରେ ବ୍ୟସ୍ତ।

ଶୁଣିବାକୁ ମିଳୁଛି, ଏହି ୩ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ଉପରେ ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ବିଜେଡି ନିଜର କିଛି କର୍ମୀ ଓ ନେତାଙ୍କୁ ସେହିସବୁ ଅଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ ପଠାଇଛି। ଦଳର ଯୁବ ଓ ମହିଳା ସଂଗଠନର ଏହି ନେତାମାନେ କୁଆଡ଼େ ବିଜୁ ଯୁବ ବାହିନୀର କର୍ମୀମାନଙ୍କ ସହ ମିଶି ସେଠାରେ ସରକାରୀ ସହାୟତାକୁ ପ୍ରଭାବିତଙ୍କ ନିକଟରେ ପହଞ୍ଚାଇବେ।

ମାତ୍ର ସେବା ମନୋଭାବ ନେଇ କାମ କରିବା ପରିବର୍ତ୍ତେ ବିଜେଡି ନେତାମାନେ କୁଆଡ଼େ ସେସବୁ ଅଂଚଳରେ କିଛି ଘଣ୍ଟା ବୁଲି ପାରଳାଖେମୁଣ୍ଡିରେ ଥିବା ବିଭିନ୍ନ ହୋଟେଲ ଓ ଲଜରେ ଡେରା ପକାଉଛନ୍ତି। ଆଉ ସନ୍ଧ୍ୟା ହେବାମାତ୍ରେ ମଉଜମସ୍ତିରେ ମାତି ଯାଉଛନ୍ତି।

ଏସବୁ ଜିଲ୍ଲାରେ ଏବେ କୁଆଡ଼େ ୬ଜଣ ମନ୍ତ୍ରୀ ଡେରା ପକାଇଥିବାବେଳେ ତୃତୀୟ ମହଲା ସହ ଘନିଷ୍ଠ ସମ୍ପର୍କ ଥିବା ୨ଜଣ ବିଧାୟକଙ୍କ ବି ପ୍ରଶାସନ ସହ ମିଶି ଲୋକଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରଭାବିତ ଇଲାକାରେ ଲୋକମାନଙ୍କର ସରକାର ପ୍ରତି ରହିଥିବା ଆକ୍ରୋଶକୁ ଶାନ୍ତ କରାଇବାରେ ଏମାନେ ସକ୍ଷମ ହେଉନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ପ୍ରଭାବିତ ଗଜପତି ଜିଲ୍ଲାର ବାରଘର ଗାଁକୁ ଯାଇଥିଲେ ମଧ୍ୟ ଲୋକଙ୍କ ଅସନ୍ତୋଷ ପ୍ରଶମିତ ହୋଇନି।

ଖାସ୍ ଏହି କାରଣରୁ କୁଆଡ଼େ ସେହି ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହେଲିକପ୍ଟର ଅବତରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଲାନି। ଯଦିଓ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ସେଠାରେ ଅବତରଣ ପାଇଁ ସୁବିଧା ଓ ସୁଯୋଗ ଯୋଗାଇଦେବାରେ ଜିଲ୍ଲା ପ୍ରଶାସନ ଆଗଭର ହୋଇଥିଲା।

ଧର୍ମେନ୍ଦ୍ର ଘଟଣାସ୍ଥଳକୁ ଯାଇଥିଲେ କାଳେ ରାଜ୍ୟ ସରକାରଙ୍କ ‘ବିକାଶ’ର ନଗ୍ନ ଚିତ୍ର ଦେଖି ସେ ବିଷୟରେ ଟିପ୍ପଣୀ ଦେଇଥାନ୍ତେ ଓ ବିଜେଡିର ଅସଲ ଚେହେରାକୁ ଗଣମାଧ୍ୟମ ଆଗରେ ଉଜାଗର କରିଥାନ୍ତେ, ସେଇ ଭୟରେ ତାଙ୍କୁ ହେଲିକପ୍ଟର ଅବତରଣ ଅନୁମତି ଦିଆମଲା ନାହିଁ ବୋଲି ଚର୍ଚ୍ଚା।

ଚର୍ଚ୍ଚା ହେଉଛି, ବାତ୍ୟାର ସଫଳ ମୁକାବିଲା କରାଯାଇଛି ବୋଲି ଜୋରଦାର ପ୍ରଚାର ପ୍ରସାର କରିଥିବା ବିଜେଡି ସରକାର କୁଆଡ଼େ ଉପରୁ ଚାପ ପକାଇଥିବାରୁ ଜିଲ୍ଲା ପ୍ରଶାସନ ମୃତକଙ୍କ ସଠିକ୍ ସଂଖ୍ୟା କହିବାକୁ ପ୍ରଥମେ କୁଣ୍ଠାବୋଧ କରୁଥିଲା। କିନ୍ତୁ ଜାତୀୟ ଗଣମାଧ୍ୟମରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ବ୍ୟାଙ୍କ ହରାଇବା ଭୟ ଘାରିଥିଲା। ଆଉ ସେହି ଭୟରେ ମୁଖ୍ୟମନ୍ତ୍ରୀ କୁଆଡ଼େ ମୃତ୍ୟୁ ସଂଖ୍ୟାର ସଠିକ୍ ତଥ୍ୟ ଗଣମାଧ୍ୟମକୁ ଜଣାଇବା ପାଇଁ ନିଜର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ସମାଲୋଚନା ଓ କଟାକ୍ଷ ଆଶଙ୍କା ଯୋଗୁ ପ୍ରକୃତ ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ବାଧ୍ୟ ହୋଇ ସାର୍ବଜନୀନ କରିଥିଲେ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2yoz4lD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages