
ବେଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ କଂଗ୍ରେସର ଡିଭାଇଡ୍ ଆଣ୍ଡ ରୁଲ ତରିକା ପୁଣି ଥରେ ସ୍ପଷ୍ଟ ହୋଇଛି। କର୍ଣ୍ଣାଟକାରେ ଲିଙ୍ଗାୟତ ଗୋଷ୍ଠୀକୁ ଧର୍ମ ମାନ୍ୟତା ଦେବା ନାଁରେ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଭାଗ ଭାଗ କରିବା ପାଇଁ କଂଗ୍ରେସର ଚାଲକୁ ଧରା ପକାଇ ଦେଇଛନ୍ତି ସେହି ଦଳର ପ୍ରମୁଖ ବିଧାୟକ ଏବଂ ବର୍ତ୍ତମାନର ମନ୍ତ୍ରୀ ଡିକେ ଶିବକୁମାର।
କର୍ଣ୍ଣାଟକା ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ଶିବକୁମାର ସ୍ୱୀକାର କରିଛନ୍ତି ଯେ, କଂଗ୍ରେସ ନିର୍ବାଚନର କିଛି ମାସ ଆଗରୁ ଏଭଳି ଯୋଜନା ଆରମ୍ଭ କରିଥିଲା। ଏକ ଦଶହରା ମିଳନ ଉତ୍ସବରେ ସେ କହିଛନ୍ତି ଏପରି କରି ତାଙ୍କ ଦଳ ବହୁତ ବଡ଼ ଭୁଲ କରିଛି। ସେ ଏହି ଅବସରରେ କହିଛନ୍ତି, “ରାଜନୀତିକ ଦଳ ଧର୍ମ ଓ ଧାର୍ମିକ ପ୍ରସଙ୍ଗରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ। ଅନେକ ମନ୍ତ୍ରୀ, ନେତା ଏହି ବିଷୟରେ କହିଥିଲେ କିନ୍ତୁ ନିର୍ବାଚନୀ ରାୟ ପ୍ରମାଣ କରିଦେଇଛି ଯେ, ଏହା ଭୁଲ ନିଷ୍ପତ୍ତି ଥିଲା। କୌଣସି ରାଜନୀତିକ ଦଳ ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଯଦି ଆମ ସରକାର ଏଭଳି ଦୋଷ କରିଥିବେ, ମୁଁ ସେଥିପାଇଁ କ୍ଷମା ମାଗୁଛି।”
ମନ୍ତ୍ରୀ ଶିବକୁମାର ଆହୁରି ମଧ୍ୟ କହିଥିଲେ ଯେ, ଯଦି ଧର୍ମରେ ରାଜନୀତି ପଶିବ ଆମେ ମାନବିକତାକୁ କଦାପି ସମ୍ମାନ ଜଣାଇ ପାରିବାନି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ସିଦ୍ଦରମୈୟାଙ୍କ ସରକାର ଲିଙ୍ଗାୟତ ଏବଂ ବୀରଶୈବ ଗୋଷ୍ଠୀଙ୍କୁ ଧର୍ମ ମାନ୍ୟତା ଦେଇ ହିନ୍ଦୁଙ୍କଠାରୁ ଅଲଗା କରିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିଥିଲା। କିନ୍ତୁ ଫଳ ଓଲଟା ହୋଇଥିଲା। ନିର୍ବାଚନରେ ଏହି ଗୋଷ୍ଠୀର ଅଧିକ ଭୋଟ ଥିବା ଉତ୍ତର-ପଶ୍ଚିମ କର୍ଣ୍ଣାଟକାରୁ ବିଜେପି ସବୁଠାରୁ ଅଧିକ ଆସନ ପାଇଥିଲା। ଲିଙ୍ଗାୟତ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଛାଡ଼ିଦେଲେ ସେ ଅଞ୍ଚଳର ୩ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ନିଜ ନିଜ ଆସନ ବଞ୍ଚାଇ ପାରିନଥିଲେ।
from Odisha Reporter https://ift.tt/2q0iHXC
No comments:
Post a Comment