
ଦୁବାଇ: ଅବୁଧାବିର ଶେଖ ଜାୟଦ୍ ଷ୍ଟାଡିୟମ୍ରେ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆର ଅଫସ୍ପିନର ନେଥନ ଲାୟନ୍ ପାକିସ୍ତାନ ବ୍ୟାଟସ୍ମ୍ୟାନ୍ମାନଙ୍କୁ ବେଶ ଅଡ଼ୁଆରେ ପକାଇଥିଲେ। ମାତ୍ର ୬ଟି ବଲ୍ ମଧ୍ୟରେ ସେ ୪ଟି ୱିକେଟ୍ ଦଖଲ କରି ପାକିସ୍ତାନର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ।
ତେବେ ଦ୍ୱିତୀୟ ଟେଷ୍ଟ୍ର ତୃତୀୟ ଦିନରେ ଲାୟନ୍ ତାଙ୍କ ଟେଷ୍ଟ୍ କ୍ୟାରିୟର୍ର ୨୦,୦୦୦ ତମ ବଲ୍ ବୋଲିଂ କରି ଏକ ବିରଳ ମାଇଲ୍ଷ୍ଟୋନ୍ ସ୍ଥାପନ କରିଛନ୍ତି। ମ୍ୟାଚ୍ର ୭୦ତମ ଓଭର୍ରେ ହିଁ ଏହା ଘଟିଥିଲା।

ନେଥନ୍ ୨୦ ହଜାର ଥର ବଲ୍ ବୋଲିଂ କରିଥିଲେ ହେଁ ଆଜି ଯାଏ କେବେ ହେଲେ ନୋ ବଲ୍ ନ ପକାଇବାର ବିରଳ ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି।
ଲାୟନଙ୍କ ପୂର୍ବରୁ କ୍ରିକେଟ୍ କ୍ୟାରିୟର୍ରେ କେବେ ହେଲେ ନୋ-ବଲ ପକାଇ ନଥିବା ଖେଳାଳିଙ୍କ ମଧ୍ୟରେ କପିଲ ଦେବ, ଇଆନ୍ ବୋଥାମ, ଇମ୍ରାନ୍ ଖାନ୍, ଡେନ୍ନିସ୍ ଲିଲି ଓ ଲାନ୍ସ ଗିବ୍ସ ରହିଛନ୍ତି।

ଅନ୍ୟପକ୍ଷରେ ଲାୟନ୍ ଅଷ୍ଟ୍ରେଲିଆ ପକ୍ଷରୁ ୪ର୍ଥ ସର୍ବାଧିକ ଟେଷ୍ଟ ୱିକେଟ୍ ଦଖଲକାରୀ ଖେଳାଳି ହୋଇଛନ୍ତି।

ତାଙ୍କ ୱିକେଟ୍ ସଂଖ୍ୟା ୩୧୬ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ଶେନ୍ ୱାର୍ଣ୍ଣ ୭୦୮, ଗ୍ଲେନ୍ ମ୍ୟାଗ୍ରାଥ ୫୬୩, ଡେନ୍ନିସ ଲିଲି ୩୫୫ ଓ ମିଚେଲ୍ ଜନସନ୍ ୩୧୩ଟି ୱିକେଟ୍ ନେଇଛନ୍ତି।

from Odisha Reporter https://ift.tt/2yLsvc6
No comments:
Post a Comment