କେବଳ ଜଗତ୍‌ସିଂହପୁରରୁ ନେଇଥିଲା ୮ ହଜାର ମୁଣ୍ଡ , ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଥିଲା ଉପକୂଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

କେବଳ ଜଗତ୍‌ସିଂହପୁରରୁ ନେଇଥିଲା ୮ ହଜାର ମୁଣ୍ଡ , ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଥିଲା ଉପକୂଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅକ୍ଟୋବର ୨୯। ଭୟ ଆତଙ୍କର ଦିନ ହେଉଛି ଅକ୍ଟୋବର ୨୯। ଏହି ଦିନଟି ମନେପଡ଼ିଲେ ଓଡ଼ିଶାର ଉପକୂଳବାସୀଙ୍କ ନିଦ ହଜିଯାଏ। ଦେହ ଶିତେଇ ଉଠେ। ସେଦିନ ମହାବାତ୍ୟା ରଚିଥିବା ତାଣ୍ଡବକୁ ଆବି ବି ଲୋକେ ଭୁଲି ପାରି ନାହାନ୍ତି। କାଳର କରାଳଗର୍ଭରେ ସେହି ଘଟଣାକୁ ୧୯ ବର୍ଷ ବିତି ଯାଇଛି। ହେଲେ ସେଦିନର ସେହି ସ୍ମୁତି ଆଜି ବି ଲୋକଙ୍କ ଭିତରେ ସାଇତା ହୋଇ ରହିଛି। ଆଉ ସେହି କ୍ଷତଚିହ୍ନ ଆଜି ବି ସତେଜ। ଏହାରି ଭିତରେ କ୍ଷତିଗ୍ରସ୍ତ ଅଞ୍ଚଳର ଚିତ୍ର ଅନେକ ବଦଳିଛି। ହେଲେ ସେହି ପ୍ରଳୟଙ୍କରୀ ବାତ୍ୟାର ବୀଭିଷିକା ମନେ ପଡ଼ିଲେ ଆଜି ବି ଲୋକଙ୍କ ଆଖିରେ ଲୁହ ଆସିଯାଏ। ୧୯୯୯ ମହାବାତ୍ୟାରେ ବେସରକାରୀଭାବେ ୩୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ସରକାରୀ ଭାବେ ୯ ହଜାର ୮୮ ଜଣଙ୍କର ମୃତ୍ୟୁ ଘଟିଥିବା  କୁହାଯାଇଥିଲା।

ଆଉ ମୃତକଙ୍କ ସଂଖ୍ୟା ଜଗତସିଂହପୁରରେ ଥିଲା ସର୍ବାଧିକ। ଏହି ଜିଲ୍ଲାରେ ସରକାରୀଭାବେ ୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ଏହି ମହାବାତ୍ୟାରେ ୩୨,୪୧୨ (US$4.44 billion) କୋଟି ଟଙ୍କାର କ୍ଷୟକ୍ଷିତି ହୋଇଥିଲା। ବହୁଲୋକଙ୍କ ଜୀବନ ମଧ୍ୟ ଯାଇଥିଲା ଏହି ବାତ୍ୟାରେ। ବିଶେଷକରି ଜଗତସିଂହପୁରର ଏରସମା ଓ କୁଜଙ୍ଗର ଚିତ୍ର ଥିଲା ଅତି କରୁଣ ଓ ଦୁଃଖଦାୟକ। ଚାରିଆଡ଼େ ପଡ଼ିଥିଲା ଖାଲି କୁଢ କୁଢ଼ ଶବ। ଦୁଇ ସପ୍ତାହଧରି ସବୁଠି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିଜୁଳି ୧ ମାସରୁ ଅଧିକ ସମୟ ଧରି ଆସି ନ ଥିଲା । ଏପରିକି ବତ୍ୟାର ଏକ ସପ୍ତାହ ଯାଏ ଲୋକେ ଖାଇବାକୁ ମଧ୍ୟ ପାଇନଥିଲେ । ଘରେ ଯାହା ଥିଲା ତାହା ବି ସରିଯାଇଥିଲା ।

ପ୍ରାକୃତିକ ଦୁର୍ବିପାକାର ଏମିତି ଚିତ୍ର ଓଡ଼ିଶା ଆଗରୁ  କେବେ ବି ଦେଖି ନ ଥିଲା। ସାରା ଉପକୂଳକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଥିଲା ପ୍ରଳୟଙ୍କରୀ ବାତ୍ୟା। ପବନର ବେଗ ଘଣ୍ଟା ପ୍ରତି ୨୬୦ କିମି ଥିଲା। ପ୍ରାୟ ୧୮ ଲକ୍ଷ ଘର ମାଟିରେ ମିଶି ଯାଇଥିଲା। ସବୁକିଛି ଛାରଖାର କରିଦେଇଥିଲା ବାତ୍ୟା । ଅକ୍ଟୋବର ୨୮ରୁ ଶକ୍ତିଶାଳୀ ରୂପ ଧାରଣ କରି ୨୯ରେ ପ୍ରଳୟ ରଚିବା ପରେ ନଭେମ୍ବର ୪ରେ ଦୁର୍ବଳ ହୋଇଥିଲା ଏହି ମହାବାତ୍ୟାର ଦାରୁଣ ମାଡ଼ରେ ଦୋହଲି ଯାଇଥିଲା ସବୁକିଛି। ସରକାର ବି ଲୋକଙ୍କ ସମସ୍ୟା ଦୂର କରିବାରେ ବିଫଳ ହୋଇଥିଲେ। ଫଳରେ ସବୁଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା।



from Odisha Reporter https://ift.tt/2CMzSDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages