ବାଣ ଫୁଟା ସମ୍ପର୍କରେ କ’ଣ କହିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କିଛି ତଥ୍ୟ ସଂକ୍ଷେପରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ବାଣ ଫୁଟା ସମ୍ପର୍କରେ କ’ଣ କହିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କିଛି ତଥ୍ୟ ସଂକ୍ଷେପରେ

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟା ଉପରେ ସଂପୂର୍ଣ୍ଣ ବ୍ୟାନ୍‌ ଲଗା ଯାଇପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ଏକ ରାୟ ଦେଇଛନ୍ତି। ତେବେ ଗ୍ରୀନ୍‌ ଦୀପାବଳି ପାଳନକୁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେବା ସହ କମ୍‌ ପ୍ରଦୂଷଣ ଓ ଶବ୍ଦ କରୁଥିବା ବାଣ ବିକ୍ରି ଏବଂ ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି।

ତେବେ ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ସେ ସମ୍ପର୍କରେ ପଢ଼ନ୍ତୁ

୧: ଦିପାବଳୀ ପୂର୍ବରୁ ସୁପ୍ରିମକୋର୍ଟ ଗ୍ରୀନ୍‌ ଦୀପାବଳି ଉପରେ ଗୁରୁତ୍ୱ ଦେଇ କମ୍‌ ପ୍ରଦୂଷଣ କରୁଥିବା ବାଣର ବ୍ୟବହାର କରିବାକୁ କହିଛନ୍ତି।

୨: ଦୀପାବଳିରେ ଲୋକମାନେ କେବଳ ରାତି ୮ରୁ ୧୦ ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ।

୩: ନୂଆ ବର୍ଷ ଓ ଖ୍ରୀଷ୍ଟମାସ୍‌ରେ ଲୋକମାନେ ରାତି ୧୧.୪୫ରୁ ରାତି ୧୨.୩୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ।

୪: ଅନ୍‌ ଲାଇନ୍‌ କାରବାର କରୁଥିବା ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ଭଳି ଇ-କର୍ମସ କମ୍ପାନୀମାନେ କୌଣସି ପ୍ରକାରର ବାଣ ବିକ୍ରି କରିପାରିବେ ନାହିଁ।

୫: ଯଦି ଅନଲାଇନ୍‌ରେ ବାଣ ବିକ୍ରି ହୁଏ, ତା’ହେଲେ ସଂପୃକ୍ତ କମ୍ପାନୀର ୱେବସାଇଟ୍‌କୁ ବନ୍ଦ କରାଯିବ ଏବଂ ଅଦାଲତ ଅବମାନନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୬: ମାଳ ଚାଇନା ବାଣ ବା ଦୀର୍ଘ ସମୟ ଧରି ଗୋଟିଏ ପରେ ଗୋଟିଏ ଫୁଟିଲା ଭଳି ସିରିଜ ବାଣ ଦେଶରେ ବିକ୍ରି କିମ୍ବା ତିଆରି କରାଯାଇ ମାରିବ ନାହିଁ।

୭: କମ୍‌ ଶବ୍ଦ କରୁଥିବା ବାଣ ହିଁ କେବଳ ବିକ୍ରି ପାଇଁ ମାର୍କେଟରେ ଉପଲବ୍ଧ ହେବ।

୮: ଦିଲ୍ଲୀ ଏନ୍‌ସିଆର୍‌ରେ ସମସ୍ତେ କେମିତି ଅଧିକ ଲୋକ ସାମୁହିକ ଭାବେ ଦୀପାବଳି ଓ ଅନ୍ୟ ଉତ୍ସବକୁ ପାଳନ କରିପାରିବେ, ସେଥିପ୍ରତି କେନ୍ଦ୍ର ସରକାର ଲୋକଙ୍କୁ ଉତ୍ସାହିତ କରନ୍ତୁ ବୋଲି କୋର୍ଟ କହିଛନ୍ତି।

୯: ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପୂଜାପର୍ବାଣୀରେ କେମିତି ଲୋକେ ସାମୁହିକ ଭାବେ ଏକାଠି ହୋଇ ଗୋଟିଏ ସ୍ଥାନରେ ବାଣ ଫୁଟାଇବେ, ତା’ର ବ୍ୟବସ୍ଥା କରନ୍ତୁ।

୧୦: ଯଦି ବ୍ୟାନ୍‌ ହୋଇଥିବା ବାଣ କୌଣସି ମାର୍କେଟରେ ବିକ୍ରି ହେଉଥିବା ଜଣାପଡ଼ିବ, ତା’ହେଲେ ଏଥିପାଇଁ ସଂପୃକ୍ତ ଅଞ୍ଚଳର ପୁଲିସ୍‌ ଷ୍ଟେସନ୍‌ ଅଧିକାରୀ ଦାୟୀ ରହିବେ ବୋଲି କୋର୍ଟ କହିଛନ୍ତି।



from Odisha Reporter https://ift.tt/2NTvDZ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages