ଆସ୍ଥାନାଙ୍କ ଠାରୁ ସବୁ କ୍ଷମତା ଛଡ଼ାଇ ନେଲେ ଆଲୋକ ବର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଆସ୍ଥାନାଙ୍କ ଠାରୁ ସବୁ କ୍ଷମତା ଛଡ଼ାଇ ନେଲେ ଆଲୋକ ବର୍ମା

ନୂଆଦିଲ୍ଲୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ। ଗୋଟିଏ ପଟେ ଏହି ମାମଲା  କୋର୍ଟରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଆଲୋକ ବର୍ମା ଆଜି ରାକେଶ ଆସ୍ଥାନାଙ୍କଠାରୁ ସବୁ କ୍ଷମତା ପ୍ରତ୍ୟାହାର କରି ନେଇଛନ୍ତି । ଆସ୍ଥାନା ପରିଚାଳନା କରୁଥିବା ସମସ୍ତ ମାମଲାକୁ ଶ୍ରୀ ବର୍ମା ନିଜ ଅଧୀନକୁ ଆଣିଛନ୍ତି।

ଅବଶ୍ୟ ଆସ୍ଥାନା ପୂର୍ବଭଳି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରହିବେ, ହେଲେ କିନ୍ତୁ ତାଙ୍କ ପଦବୀ ଅନୁସାରେ ମିଳୁଥିବା ସମସ୍ତ କ୍ଷମତାକୁ ହଟାଇ ନିଆଯାଇଛି।

ପୂର୍ବରୁ ଆସ୍ଥାନା ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି)ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଏବେ ଆଲୋକ ବର୍ମା ସେ ଦାୟିତ୍ୱ ନିର୍ବାହ କରିବେ। ସେହିପରି ସେ ଏବେଠାରୁ ଆଉ କୌଣସି ମାମଲାର ତଦନ୍ତ କରିପାରିବେ ନାହିଁ।

ସିବିଆଇର ଏସ୍‌ଆଇଟି ଦେଶର ବହୁ ହାଇପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିଲା। ଏହି ମାମଲା ଗୁଡ଼ିକ ମଧ୍ୟରେ ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ ଋଣ ମାମଲା, ମାଂସ ବ୍ୟବସାୟୀ ମୋଇନ୍‌ କ୍ୟୁରେସୀ ମନି ଲଣ୍ଡରିଂ ମାମଲା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ମାମଲା ରହିଥିଲା।

ଏବେଠାରୁ ଆସ୍ଥାନା କୌଣସି ପ୍ରକାରରେ ଏସବୁ ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ନିଜେ ଆଲୋକ ବର୍ମା ମାମଲା ପରିଚାଳନା କରିବେ ବୋଲି ଜଣାପଡ଼ିଛି।
ଅକ୍ଟୋବର ୧୫ରେ ଏକ ଅପ୍ରତ୍ୟାଶିତ ଘଟଣା କ୍ରମରେ ସିବିଆଇ ମୁଖ୍ୟ ଆଲୋକ ବର୍ମା ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ କାରବାର କରିଥିବା ଅଭିଯୋଗ କରି ଏଫ୍ଆଇଆର୍ ରୁଜୁ କରିଥିଲେ। ତେବେ ଏହା ବିରୋଧରେ ଆସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ରାକେଶ ଆସ୍ଥାନା ହେଉଛନ୍ତି ୧୯୮୪ ବ୍ୟାଚର୍‌ ଗୁଜରାଟ୍‌ କ୍ୟାଡର୍‌ ଆଇପିଏସ୍‌ ଅଫିସର। ସେ ସୁରତ୍‌ ଓ ଭଦୋଦରାର କମିଶନର ଥିଲେ। ଏହାପରେ ତାଙ୍କୁ ୨୦୧୭ରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦରେ ନିଯୁକ୍ତି ମିଳିଥିଲା।



from Odisha Reporter https://ift.tt/2D0gYKA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages