ହାତୀ ମୃତ୍ୟୁ ପାଇଁ ସେସୁକୁ ଦାୟୀ କଲେ ପିସିସିଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ହାତୀ ମୃତ୍ୟୁ ପାଇଁ ସେସୁକୁ ଦାୟୀ କଲେ ପିସିସିଏଫ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବିପଦରେ ଗଜରାଜ। ହାତୀ ଓ ମଣିଷ ଲଢ଼େଇ ଭିତରେ କେତେବେଳେ ଗଜରାଜର ପ୍ରାଣ ଯାଉଛି ତ ଆଉ କେତେ ବେଳେ ମଣିଷର। କିନ୍ତୁ ଗତକାଲି ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟଣା କେବଳ ଓଡ଼ିଶା ବା ଭାରତର ନୁହେଁ, ସମଗ୍ର ବିଶ୍ବର ବନ୍ୟପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି PCCF ସନ୍ଦୀପ ତ୍ରିପାଠୀ। ଘଟଣାସ୍ଥଳରେ ଓହଳି ପଡ଼ିଥିବା ବିଦ୍ୟୁତ୍ ତାରକୁ ନ ଉଠାଇବା ଯୋଗୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପିସିସିଏଫ୍‌ ପ୍ରେସ୍‌ ରିଲିଜ୍‌ ଜାରି କରି କହିଛନ୍ତି।

ସେହିପରି ଟ୍ରାନ୍ସମିଶନ ଲାଇନ୍‌କୁ ମଧ୍ୟ କେବୁଲିଂ କରାଯାଇ ନାହିଁ। ଗତବର୍ଷ ଏ ସମ୍ପର୍କରେ ଢେଙ୍କାନାଳ ଡିଏଫ୍ଓ ସେସୁକୁ ଜଣାଇଥିଲେ। ହେଲେ ସେସୁ କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ପିସିସିଏଫ୍‌ କହିଛନ୍ତି।

୭ ହାତୀଙ୍କ ମୃତ୍ୟୁ ଘଟଣାରେ ୩ଟି ବିଭାଗକୁ ରିପୋର୍ଟ ତଲବ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ। ରେଳ ବିକାଶ ନିଗମ, ସେସୁ ଓ ବନବିଭାଗକୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ ବୋଲି ଜିଲ୍ଲାପାଳ କହିଛନ୍ତି।

ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥିପାଇଁ ସିଧାସଳଖ ସେସୁକୁ ଦାୟୀ କରିଛନ୍ତି।

ସେ କହିଛନ୍ତି-“ପିସିସିଏଫ୍‌ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ସତ୍ୟ। ତାର ଓହଳିଥିବା ନେଇ ପୂର୍ବରୁ ସେସୁ ପାଖରେ ଅଭିଯୋଗ କରାଯାଇଥିଲା। ଏପରିକି ସ୍ଥାନୀୟ ଲୋକେ ମଧ୍ୟ ସେସୁ ପାଖରେ ଆପତ୍ତି ଜଣାଇଥିଲେ। କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇନଥିଲେ। ଯେଉଁଥିପାଇଁ ଆଜି ଏତେବଡ଼ ଦୁର୍ଘଟଣା ଘଟିଲା। ଅନ୍ୟପକ୍ଷରେ ଜଙ୍ଗଲ ଭିତରେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ବିଦ୍ୟୁତ ତାର କେବୁଲିଂ ଓ ଖୁଣ୍ଟ ସିଧା କରିବା ପାଇଁ ୨୦୧୩ ମସିହାରୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ ମଧ୍ୟ ସେମାନେ ଅବହେଳା କରୁଛନ୍ତି।”

ସେପେଟ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା କହିଛନ୍ତି-“ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଢେଙ୍କାନାଳ ପଠା ଯାଇଛି। ସେମାନେ ତଦନ୍ତ କରି ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି, ସେହି ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଦିଆଯାଇନାହିଁ। ରେଳ ବିଭାଗର କନ୍‌ଷ୍ଟ୍ରକ୍‌ସନ୍‌ କାମକୁ ଅସ୍ଥାୟୀ ଭାବେ ବିଜୁଳି ଯୋଗାଇ ଦିଆଯାଇଥିଲା।

ବିଦ୍ୟୁତ ବିଭାଗର ଦୁଇ ଡିଭିଜନ୍‌ର ଦୋଷ ଲଦାଲଦି

ହାତୀ ମୃତ୍ୟୁ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି ଦୁଇ ବିଦ୍ୟୁତ ଡିଭିଜନ୍‌। ଢେଙ୍କାନାଳ ବିଦ୍ୟୁତ୍‌ ଡିଭିଜନ୍‌, ତାଳଚେର ଡିଭିଜନ୍‌କୁ ଦୋଷ ଦେଉଥିବା ବେଳେ ତାଳଚେର ଡିଭିଜନ୍‌ ଢେଙ୍କାନାଳ ଡିଭିଜନ ଉପରେ ଦୋଷ ଲଦିଛି। ଯେଉଁ ଜାଗାରେ ହାତୀଗୁଡ଼ିକ ପ୍ରାଣ ହରାଇଛନ୍ତି ସେହି ଜାଗାକୁ ନେଇ ଦୁଇ ଡିଭିଜନ ଭିତରେ ଟଣାଓଟରା ଲାଗିଛି। ୭ଟି ହାତୀ ମରି ଯାଇଥିଲେ ମଧ୍ୟ କେହି ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। କାହା ଭୁଲ୍‌ ଯୋଗୁ ଏତେ ବଡ଼ ଘଟଣା ଘଟିଲା, ତାକୁ ସ୍ୱୀକାର କରିବାକୁ ଦୁଇ ଡିଭିଜନର ଅଧିକାରୀ ନାରାଜ।

ବିଜୁଳି ନେଇଛି ୧୭୫ରୁ ଅଧିକ ହାତୀଙ୍କ ପ୍ରାଣ

ଗତ ୧୮ ବର୍ଷ ଭିତରେ ରାଜ୍ୟରେ ବିଦ୍ୟୁତ ଆଘାତରେ ୧୭୫ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଛି। ବର୍ଷକୁ ହାରାହାରି ୧୧ରୁ ଅଧିକ ହାତୀ ବିତ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି। ଗତ ସେପ୍ଟେମ୍ୱର ୫ ତାରିଖରେ ଯାଜପୁର ଡାଲିଯୋଡ଼ା ରେଞ୍ଜର ବଡ଼ପୋଖରୀ ଗାଁରେ ବିଦ୍ୟୁତ ଆଘାତରେ ୨ଟି ହାତୀର ମୃତ୍ୟୁ ହୋଇଥିଲା। ସେପ୍ଟେମ୍ୱର ୧୯ ତାରିଖରେ ବଲାଙ୍ଗିର ଜିଲ୍ଲା ଦେଓଗାଁର ଉପରଝରା ଗାଁରେ ବିଦ୍ୟୁତ ତା’ର ଲାଗି ଗୋଟିଏ ହାତୀ ପ୍ରାଣ ହରାଇଥିଲା।

56rtttt999୨୦୧୭ରେ ଝାରସୁଗୁଡ଼ାରେ ବିଦ୍ୟୁତ ଆଘାତରେ ୧୩ଟି ହାତୀ ପ୍ରାଣ ହରାଇଥିଲେ। ୨୦୧୭ ଅକ୍ଟୋବର ୨୩ ତାରିଖରେ ଝାରସୁଗୁଡ଼ା ବାଗିଡିହିରେ ମାଆ ଓ ଶିଶୁ ହାତୀ ବିଦ୍ୟୁତ ତାରରେ ଲାଗି ପ୍ରାଣ ହରାଇଥିଲେ। ୨୦୧୭ ଜୁନ୍ ୧୦ତାରିଖରେ ଢେଙ୍କାନାଳ ରେଞ୍ଜରେ ତିନିଟି ହାତୀ ବିଦ୍ୟୁତ ଆଘାତରେ ମରିଥିଲେ। ୨୦୧୬ ଜୁନ୍ ୭ରେ ହିନ୍ଦୋଳରେ ଗୋଟିଏ ହାତୀ ବିଦ୍ୟୁତ ତାର ଲାଗି ପ୍ରାଣ ହରାଇଥିଲା। ୨୦୧୬ ଜୁଲାଇ ୧୦ ତାରିଖରେ ଡାଲିଯୋଡ଼ା ରେଞ୍ଜର ଶ୍ରୀକ୍ଷେତ୍ର ଗାର୍ଡେନ ପରିସରରେ ଦୁଇଟି ହାତୀ ପ୍ରାଣ ହରାଇଥିଲେ।



from Odisha Reporter https://ift.tt/2Jkoxfx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages