ଧୋନିଙ୍କ କ୍ୟାଚ୍‌ ଦେଖି ସମସ୍ତେ ଚକିତ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଧୋନିଙ୍କ କ୍ୟାଚ୍‌ ଦେଖି ସମସ୍ତେ ଚକିତ, ଭିଡିଓ ଭାଇରାଲ୍‌

ପୁଣେ: ବୟସ ୩୮ ହୋଇଥିଲେ ହେଁ ସେ ଜଣେ ୨୨ ବର୍ଷ ଯୁବକଙ୍କ ଭଳି ଦୌଡ଼ନ୍ତି। ଖାସ୍‌ ସେଥିପାଇଁ ଆଜି ବି ସେ ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କ ପ୍ରଶଂସାର ପାତ୍ର ହୋଇ ରହିଛନ୍ତି। ଆମେ ଏଠି ଟିମ୍‌ ଇଣ୍ଡିଆର ଭେଟରାନ୍ ୱିକେଟ୍‌ କିପର୍‌ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କଥା କହୁଛୁ। ଧୋନିଙ୍କ ବୟସ ହୋଇଯାଇଥିବା କଥା ତାଙ୍କୁ ବିସିସିଆଇ ଚୟନକର୍ତ୍ତା ପରୋକ୍ଷରେ ସୂଚାଇ ଦେବାକୁ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ରୁ ବାଦ୍‌ ଦେଇଛି।

ହେଲେ ଏହି ନିଷ୍ପତ୍ତିକୁ ୨୪ ଘଣ୍ଟା ନ ପୂରୁଣୁ ଧୋନି ଚୟନକର୍ତ୍ତାଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଛନ୍ତି। ଏବେ ବି ସେ ଫିଟ୍‌ ଏବଂ ଯୁବ ଖେଳାଳିଙ୍କ ଭଳି ଡାଇଭ୍‌ ମାରି କ୍ୟାଚ୍‌ ଧରି ପାରନ୍ତି ବୋଲି ପ୍ରମାଣ କରିଛନ୍ତି। ପୁଣେର ଏମ୍‌ସିଏ ଷ୍ଟାଡିୟମ୍‌ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଦିନିକିଆରେ ଧୋନି ବେଶ ଉଚ୍ଚକୁ ଉଠିଥିବା ଏକ କ୍ୟାଚ୍‌କୁ ଦୌଡ଼ି ଦୌଡ଼ି ଡାଇଭ ମାରି ଧରିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ମ୍ୟାଚ୍‌ର ୬ଷ୍ଠ ଓଭର୍‌ରେ ଯଶପ୍ରୀତ୍‌ ବୁମ୍ରା ଇଣ୍ଡିଜ୍‌ ଓପନର୍‌ ଚନ୍ଦ୍ରପାଲ ହେମରାଜଙ୍କୁ ଶର୍ଟ ବଲ୍‌ ପକାଇଥିଲେ। ସେ ଏହାକୁ ପୁଲ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ବଲ୍‌ଟି ବ୍ୟାଟ୍‌ର ଏଜ୍‌ରେ ବାଜି ଫାଇନ୍‌ ଲେଗ୍‌ ଓ ଶର୍ଟ ଫାଇନ୍‌ ଲେଗ୍‌ ମଝିରେ କ୍ୟାଚ୍‌ ଉଠିଥିଲା। ଏହି ସମୟରେ ଧୋନି ଦୌଡ଼ି ଦୌଡ଼ି ବଲ ପାଖରେ ପହଞ୍ଚିବା ପରେ ଡାଇଭ୍‌ ମାରି କ୍ୟାଚ୍‌ କରି ନେଇଥିଲେ। ଏହାକୁ ଦେଖି ପଡ଼ିଆରେ ଥିବା ଖେଳାଳି ଓ ଦର୍ଶକ ଚକିତ ହୋଇଯାଇଥିଲେ। ବିସିସିଆଇ ମଧ୍ୟ ଏହିଁ କ୍ୟାଚର ଫଟୋକୁ ସୋଶାଲ୍‌ ମିଡିଆରେ ଛାଡ଼ିଛି।

ଅନେକ ଦର୍ଶକ ମଧ୍ୟ ଏହାର ଭିଡିଓକୁ ସୋଶାଲ୍‌ ମିଡିଆରେ ଛାଡ଼ି ଧୋନିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2Aw21h7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages