ଭଣଜାଙ୍କ ଉପରକୁ ଗୁଳି ଚଳାଇଲେ ସମ୍ପର୍କୀୟ ମାମୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଭଣଜାଙ୍କ ଉପରକୁ ଗୁଳି ଚଳାଇଲେ ସମ୍ପର୍କୀୟ ମାମୁ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ପାରିବାରିକ କଳହକୁ ନେଇ ଗୁଳିକାଣ୍ଡ ଘଟିଛି। ସଂପର୍କୀୟ ଅଜା ଓ ମାମୁଙ୍କ ଗୁଳିକାଣ୍ଡର ଶିକାର ହୋଇଛନ୍ତି ଭଣଜା ସନାତନ ମଲ୍ଲିକ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କ.ନୂଆଗାଁଥାନା ଦାମୋଦରପୁର ଗାଁରେ।

ଶୁକ୍ରବାର ବିଳମ୍ବିତ ରାତିରେ ସାମନା ଘରେ ରହୁଥିବା ସଂପର୍କୀୟ ଅଜାଙ୍କ ଘରକୁ ଯାଇଥିଲେ ସନାତନ। ଏହି ସମୟରେ ଅଜା ଓ ମାମୁଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଭୟ ଅଜା ଓ ମାମୁ ତାଙ୍କ ଉପରକୁ ଗୁଳି କରିଥିବା ଅଭିଯୋଗ କରିଛନ୍ତି ସନାତନ।

ପୁଲିସ୍ ଏନେଇ ତଦନ୍ତ କରୁଥିବାବେଳେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।

ସନାତନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଘଟଣା ପରଠାରୁ ସମ୍ପର୍କୀୟ ଅଜା ଓ ମାମୁ ଫେରାର୍‌ ଅଛନ୍ତି।



from Odisha Reporter https://ift.tt/2CFvKFL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages