
ମୁମ୍ବାଇ: ୧୧ ଅକ୍ଟୋବର ହେଉଛି ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନଙ୍କ ଜନ୍ମ ଦିନ। ଏବର୍ଷ ବିଗ୍ ବି’ଙ୍କର ୭୬ତମ ଜନ୍ମ ଦିନ । ତେବେ ସୂଚନା ମିଳୁଛି ଖବର, ଅମିତାଭ୍ ଏବର୍ଷ ନିଜ ଜନ୍ମ ଦିନକୁ ଧୁମ୍ଧାମ୍ରେ ସେଲିବ୍ରେଟ୍ କରିବେ ନାହିଁ। ଏହାର କରଣ ହେଉଛି କ୍ରିଷ୍ଣା ରାଜ୍ କପୁରଙ୍କ ପରଲୋକ।
କୃଷ୍ଣା ରାଜ୍ କପୁରଙ୍କ ସହ ଅମିତାଭ୍ଙ୍କ ପାରିବାରିକ ସମ୍ପର୍କ ବେଶ୍ ଘନିଷ୍ଠ ଥିଲା। ବିଗ୍ ବି’ଙ୍କ ଝିଅ ଶ୍ୱେତା ବଚ୍ଚନଙ୍କ ଶାଶୁ ରୀତୁ ନନ୍ଦା ହେଉଛନ୍ତି କ୍ରିଷ୍ଣା ରାଜ୍ କପୁରଙ୍କ ଝିଅ। ଏହା ଛଡ଼ା ଅନ୍ୟ ଏକ କାରଣ ହେଉଛି ଯେ କିଛି ମାସ ପୂର୍ବରୁ ରୀତୁଙ୍କ ସ୍ୱାମୀ ରାଜ୍ ନନ୍ଦାଙ୍କର ବି ଦେହାନ୍ତ ହୋଇଥିଲା ସେଥିପାଇଁ ଚଳିତ ବର୍ଷ ଅମିତାଭ୍ ନିଜ ଜନ୍ମ ଦିନକୁ ଧୁମ୍ଧାମ୍ରେ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଅମିତାଭ୍ ତାଙ୍କ ୭୫ତମ ଜନ୍ମ ଦିନ ମାଲଦ୍ୱୀପ୍ରେ ପାଳନ କରିଥିଲେ। ତେବେ ଗତ ସେତେବେଳେ ବୋହୂ ଐଶ୍ୱର୍ଯ୍ୟାଙ୍କ ବାପାଙ୍କ ଦେହାନ୍ତ ଯୋଗୁ ବିଗ୍ ବି’ ତାଙ୍କ ଜନ୍ମଦିନକୁ ମଧ୍ୟ ନିରାଡ଼ମ୍ବରଭାବେ ପାଳନ କରିଥିଲେ।
ବିଗ୍ ବି’ଙ୍କ ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ୍’ ନଭେମ୍ବର ୮ରେ ରିଲିଜ୍ ହେବ। ଏଥିରେ ସେ ପ୍ରଥମ ଥର ପାଇଁ ଆମୀର୍ଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ।
from Odisha Reporter https://ift.tt/2PgB59H
No comments:
Post a Comment