ଉନ୍ମୋଚନ ଅପେକ୍ଷାରେ ୨,୩୮୯ କୋଟି ଟଙ୍କାର ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’, ଜାଣନ୍ତୁ କ’ଣ ଦେଖିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଉନ୍ମୋଚନ ଅପେକ୍ଷାରେ ୨,୩୮୯ କୋଟି ଟଙ୍କାର ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’, ଜାଣନ୍ତୁ କ’ଣ ଦେଖିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ  ତଥା ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲବ ଭାଇଙ୍କ ସ୍ମୁତି ଉଦ୍ଦେଶ୍ୟରେ ନିର୍ମାଣ ହେଉଥିବା ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’ର କାମ ଏବେ  ସମ୍ପର୍ଣ୍ଣ ହେବା ଦ୍ୱାରଦେଶରେ। ଏହି ବହୁ ଚର୍ଚ୍ଚିତ ପ୍ରତିମୂର୍ତ୍ତି ଆସନ୍ତା ଅକ୍ଟୋବର ୩୧ ତାରିଖରେ ତାଙ୍କରି ଜନ୍ମଦିନରେ ଉନ୍ମୋଚିତ ହେବ। ଗୁଜରାଟରେ ନର୍ମଦା ନଦୀବନ୍ଧ ନିକଟସ୍ଥ ସାଧୁବେଟ୍‌ଠାରେ ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି।

ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ହେବାର ବିରଳ ରେକର୍ଡ଼ ହାସଲ କରିବ। ତେବେ ଏହି ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ପାଇଁ ବିଶେଷ ଆକର୍ଷଣ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଯଦି ଆପଣ ଏହି ମୂର୍ତ୍ତି ଦେଖିବାକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି ତେବେ ଏହାର ବିଶେଷତ୍ୱ ବିଷୟରେ ଜାଣି ରଖନ୍ତୁ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରତିମୂର୍ତ୍ତିର ନିର୍ମାଣ ନେଇ ପରିକଳ୍ପନା କରିଥିଲେ ନରେନ୍ଦ୍ର ମୋଦି। ପ୍ରାୟ ୫ ବର୍ଷ ହେବ ନିର୍ମାଣ ଚାଲିଥିବା ଏହି ପ୍ରତିମୂର୍ତ୍ତି ସମୁଦ୍ରପତ୍ତନ ଠାରୁ ୧୧୭ ମିଟର ଉଚ୍ଚରେ ଅବସ୍ଥାନ କରୁଛି। ଏହାର ଉଚ୍ଚତା ୧୮୨ ମିଟର ତଥା  ୫୯୭ ଫୁଟ୍‌ ହେବ। ସର୍ଦ୍ଦାର ବଲ୍ଲବ ଭାଇଙ୍କ ଏହି ପ୍ରତିମାର ଉଚ୍ଚତା ଗୁଜରାଟ ବିଧାନ ସଭାର  ସିଟ୍‌ ସଂଖ୍ୟା ୧୮୨ ସହ ସମାନ ରଖାଯାଇଛି। ମୂର୍ତ୍ତିର ମୂଳଦୁଆ କଂକ୍ରିଟ୍‌ ଏବଂ ଷ୍ଟିଲ୍‌ରେ ତିଆରି ହୋଇଛି। ସେହିପରି ମୂର୍ତ୍ତିର ବାହାର ଢାଞ୍ଚା ତମ୍ବାରେ ଖଚିତ୍ ହୋଇଛି। ପ୍ରାୟ ୩,୪୦୦ ଶ୍ରମିକ ଏବଂ ୨୫୦ ଜଣ ଇଞ୍ଜିନିୟର ଏହି ମୂର୍ତ୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି।

ପାଖାପାଖି ୨,୩୮୯ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍‌ ଠାରୁ ୩.୫ କିଲୋମିଟର ଦୂରରେ  ଅବସ୍ଥିତ। ଆସନ୍ତା ଅକ୍ଟୋବର ୩୧ ତାରିଖ ପୂର୍ବରୁ ଏହାର ନିର୍ମାଣ ସରିବା ନେଇ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ମେଗା ପ୍ରକଳ୍ପ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ମାର୍ବଲ ଫ୍ଲୋରିଂ କାମ ଚାଲୁଛି। ତେବେ ଷ୍ଟାଚ୍ୟୁ ହେଉଥିବା ସ୍ଥାନର ପରିସର ୩୦୬ ମିଟର ରହିଛି। ଅର୍ଥାତ ଆପଣ ଯଦି ଷ୍ଟାଚ୍ୟୁ ନିକଟକୁ ଦେଖିବା ପାଇଁ ଯିବେ ଆପଣଙ୍କୁ ୩୦୬ ମିଟର ଯିବାକୁ ପଡ଼ିବ। ଏଥିପାଇଁ ଏସ୍‌କାଲେଟର ବ୍ୟବସ୍ଥା କରାଯାଇଛି।

ସେହିପରି ଏଠାରେ ଏକ  ସଂଗ୍ରହାଳୟ ମଧ୍ୟ ତିଆରି ହେଉଛି। ପର୍ଯ୍ୟଟଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସେଲ୍‌ଫି ପଏଣ୍ଟ ଏବଂ ସପିଂ ମଲ୍‌ ମଧ୍ୟ ନିର୍ମାଣ ହେଉଛି। ଏଥିସହ ପ୍ରତିମୂର୍ତ୍ତି ସଂଲଗ୍ନ ୨୩୦ ହେକ୍ଟର ଜମିରେ  ଫୁଲର ଉପତ୍ୟାକା ଶୋଭା ପାଇବ। ଏଥିପାଇଁ ମଧ୍ୟ କାର୍ଯ୍ୟ ଚାଲିଛି। ପର୍ଯ୍ୟଟକମାନଙ୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ୫୨ଟି ରୁମ୍‌  ଏବଂ ଥ୍ରୀ-ଷ୍ଟାର୍‌ ହୋଟେଲ ନିର୍ମାଣ ହେବ। ଏଥିସହ କିଛି ସ୍ଥାୟୀ ଟେଣ୍ଟ ମଧ୍ୟ ତିଆରି ହେବ, ଯେଉଁଥିରେ ପର୍ଯ୍ୟଟକମାନେ ମନଖୋଲି ମଜା ନେଇପାରିବେ। ଷ୍ଟେଚ୍ୟୁଠାରୁ ୧୪ କିମି ଦୂରରେ ଗରୁଡ଼େଶ୍ୱର ନାମରେ ଏକ ମନ୍ଦିର ନିର୍ମାଣ ହେବ। ଯେଉଁଠିକୁ ବୁଲିବା ପାଇଁ ବୋଟିଂ ବ୍ୟବସ୍ଥା ରହିବ ବୋଲି କୁହାଯାଇଛି।



from Odisha Reporter https://ift.tt/2CjLVbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages