୪୯ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍କ୍ରିନିଂ ହେବ ଏହିସବୁ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

୪୯ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍କ୍ରିନିଂ ହେବ ଏହିସବୁ ଫିଲ୍ମ

ନୂଆଦିଲ୍ଲୀ: ଗୋଆରେ ହେବାକୁ ଥିବା ପ୍ରସିଦ୍ଧ ୪୯ ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ଇଣ୍ଡିଆନ ପ୍ୟାନୋରାମା ବିଭାଗରେ ପ୍ରଦର୍ଶତ ହେବାକୁ ଥିବା ଫିଲ୍ମ ଗୁଡ଼ିକର ନାଁ ଆଜି ଇଣ୍ଡିଆନ୍‌ ପାନୋରମା ଜୁରୀ ପକ୍ଷରୁ ଘୋଷଣା କରାଯାଇଛି। ୨୨ଟି ଫିଚର୍‌ ଫିଲ୍ମକୁ ଏଥିରେ ସ୍ଥାନ ମିଳିଥିବା ବେଳେ ୪ଟି କମର୍ସିଆଲ୍‌ ଫିଲ୍ମକୁ ଯୋଗ୍ୟ ବିବେଚନା କରାଯାଇଛି।

ସେହିପରି ପ୍ୟାନୋରାମାର ଅଣ ଫିଚର୍‌ ଫିଲ୍ମ ବିଭାଗରେ ଓଡ଼ିଶାର “ମଲାଇ” ଫିଲ୍ମକୁ ମନୋନୀତ କରାଯାଇଛି। ଏହି ବର୍ଗରେ ସମୁଦାୟ ବିଭିନ୍ନ ଭାଷାର ୨୧ଟି ଫିଲ୍ମ ରହିଛି।

ଅଣ ଫିଚର ଫିଲ୍ମରେ ମନୋନୀତ ହୋଇଥିବା ଫିଲ୍ମଟିକୁ ରାଜଦୀପ ପଲ ଓ ଶର୍ମିଷ୍ଠା ମାଇତି ନିର୍ମାଣ କରିଛନ୍ତି।

ସେହିପରି କମର୍ସିଆଲ୍‌ ଫିଲ୍ମ ତାଲିକାରେ ଅଲୀ ଆବାସ ଜାଫରଙ୍କ “ଟାଇଗର ଜିନ୍ଦା ହୈ”, ସଞ୍ଜୟ ଲୀଲା ବଂଶାଲୀଙ୍କ “ପଦ୍ମାବତୀ”, ମେଘନା ଗୁଲଜରଙ୍କ “ରାଜି” ଓ ତେଲୁଗୁ ଫିଲ୍ମ “ମହାନ୍ତି” ରହିଛି।

ଫିଚର ଫିଲ୍ମ ବିଭାଗରେ ସ୍ଥାନ ପାଇଥିବା ୨୨ଟି ସିନେମା ମଧ୍ୟରୁ ୫ଟି ବେଙ୍ଗଲୀ,୨ଟି ହିନ୍ଦୀ,୬ଟି ମାଲାୟଲମ, ୪ଟି ତାମିଲ ଫିଲ୍ମ, ୨ଟି ମରାଠୀ ଫିଲ୍ମ ଓ ତେଲୁଗୁ, ଟୁଲୁ ଓ ଲଦାଖୀ ଭାଷାର ଗୋଟିଏ ଲେଖାଏ ଫିଲ୍ମ ରହିଛି।

ଫିଚର ଫିଲ୍ମ ଚୟନ ଜୁରୀରେ ୧୩ ଜଣ ସଦସ୍ୟ ରହିଥିଲେ। ଏହି ଟିମ୍‌ର ନେତୃତ୍ୱ ନେଇଥିଲେ ନିର୍ଦ୍ଦେଶକ ତଥା ସ୍କ୍ରିନ୍‌ ରାଇଟର୍‌ ରାହଉ ରାୱାଲୀ।

ସେହିପରି ଅଣ ଫିଚର ଫିଲ୍ମ ବର୍ଗର ଚୟନ ପାଇଁ ୬ ଜଣିଆ ଜୁରୀ କମିଟି ଗଠନ ହୋଇଥିଲା।



from Odisha Reporter https://ift.tt/2Om4XR6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages