ତନୁଶ୍ରୀ-ନାନା ପାଟେକର୍‌ ମାମଲାରେ ଏମିତି କହିଲେ ଦୀପିକା ଓ ରଣଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ତନୁଶ୍ରୀ-ନାନା ପାଟେକର୍‌ ମାମଲାରେ ଏମିତି କହିଲେ ଦୀପିକା ଓ ରଣଭୀର

ମୁମ୍ବାଇ: ଭେଟେରାନ୍‌ ଆକ୍ଟର୍‌ ନାନା ପାଟେକର୍‌ଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ଏବେ ଟ୍ୱିଟର୍‌ରେ #Metoo ଅଭିଯାନ ଜୋର୍ ଧରିଛି। ଭାରତୀୟ ସମାଜର ବିଭିନ୍ନ ବର୍ଗର ମହିଳାମାନେ ଯୌନ ହିଂସା ଉପରେ ଖୋଲାଖୋଲି ନିଜ ମତ ରଖୁଛନ୍ତି। ବି-ଟାଉନ୍‌ର ବହୁ ନାମୀ ଷ୍ଟାର୍‌ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ସାରିଛନ୍ତି।

ଏବେ ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀଯୁଗଳ ଦୀପିକା ପାଦୁକୋନ୍‌ ଓ ରଣଭୀର୍‌ ସିଂହ ମଧ୍ୟ ଏସମ୍ପର୍କରେ ନିଜ ମତ ରଖିଛନ୍ତି। ଦୀପିକା କହିଛନ୍ତି, #Metoo ଅଭିଯାନ ସ୍ତ୍ରୀ ଓ ପୁରୁଷଙ୍କ ଭିତରେ ଏକ ଯୁଦ୍ଧ ନୁହେଁ। ଏହାକୁ ଲିଙ୍ଗଗତ ପ୍ରଭେଦ ଦୃଷ୍ଟିରେ ଦେଖିବା ମଧ୍ୟ ଠିକ୍‌ ନୁହେଁ। ଦୀପିକା ଓ ରଣଭୀର ଗତ ଶୁକ୍ରବାର ଏକ ଇଭେଣ୍ଟରେ ଯୋଗ ଦେବାକୁ ଆସିଥିବାବେଳେ ସେଠାରେ ଉଭୟଙ୍କୁ #Metoo ଉପରେ ଟିପ୍ପଣୀ ଦେବାକୁ କୁହାଯାଇଥିଲା।

ଦୀପିକା କହିଥିଲେ, ‘ମୋ ପାଇଁ #Metoo ଅଭିଯାନ ସ୍ତ୍ରୀ ଓ ପୁରୁଷଙ୍କ ଭିତରେ କୌଣସି ଯୁଦ୍ଧ ନୁହେଁ। ଏହା ମିଛ ଉପରେ ସତ୍ୟର ଜିତ୍। ମୋ ହିସାବରେ ଉତ୍ପୀଡ଼ନର ସାମ୍ନା କରିଥିବା ବ୍ୟକ୍ତିଙ୍କୁ ଆମେ ସମର୍ଥନ କରିବା ଉଚିତ୍।’

ନାନାଙ୍କ ବିରୋଧରେ ତନୁଶ୍ରୀଙ୍କ ଅଭିଯୋଗ ନେଇ ରଣଭୀର୍‌ କହିଛନ୍ତି, ସେ କୌଣସି ବି ପ୍ରକାର ଉତ୍ପୀଡ଼ନକୁ କଡ଼ା ନିନ୍ଦା କରନ୍ତି। ସେ କହିଛନ୍ତି, ‘କର୍ମକ୍ଷେତ୍ରରେ ହେଉ ଅବା ରାସ୍ତାରେ, ଉତ୍ପୀଡ଼ନ ହିଁ ଭୁଲ୍।’



from Odisha Reporter https://ift.tt/2IGwRFX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages